ଭଡ଼ା ଘରେ ରହିବେ କଂଗ୍ରେସ ନେତା ରାହୁଲ ଗାନ୍ଧି !
ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କର ସଂସଦ ପଦ ରଦ୍ଧ ହେବା ପରେ ବର୍ତ୍ତମାନ ଦକ୍ଷିଣ ଦିଲ୍ଲୀ ସ୍ଥିତ ନିଜାମୁଦ୍ଦିନ ଇଷ୍ଟ B2 ତାଙ୍କ ନୂଆ ଠିକଣା ହୋଇପାରେ । ବାସ୍ତବରେ ରାହୁଲ ଗାନ୍ଧିଙ୍କୁ ସରକାରୀ ବଙ୍ଗଳା ଖାଲି କରିବାକୁ ନୋଟିସ ମିଳିବା ପରେ ତାଙ୍କୁ ସରକାରୀ ବଙ୍ଗଳା ଖାଲି କରିବାକୁ ପଡିଥିଲା ।
ଗଣମାଧ୍ୟମ ରିପୋର୍ଟ ଅନୁସାରେ, ରାହୁଲ ଗାନ୍ଧିଙ୍କ ପାଇଁ ନୁଆ ଘର ବର୍ତ୍ତମାନ ଖୋଜାଯାଉଛି । ଖୁବ ଶୀଘ୍ର ସେ ସେଠିକୁ ସିଫ୍ଟ ହୋଇପାରନ୍ତି । ତେବେ ଯେଉଁ ଘର ତାଙ୍କ ପାଇଁ ଦେଖାଯାଇଛି ସେଠାରେ ପୂର୍ବରୁ କଂଗ୍ରେସ ନେତ୍ରୀ ତଥା ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଶୀଲା ଦୀକ୍ଷିତ ରହୁଥିଲେ ।

ତେବେ ଶୀଲା ଦୀକ୍ଷିତଙ୍କ ପୁଅ ସନ୍ଦୀପ ଦୀକ୍ଷିତ ରହୁଥିବା ପ୍ଲାଟ ଏବେ ରାହୁଲ ଗାନ୍ଧିଙ୍କର ନୂଆ ଠିକଣା ହୋଇପାରେ । ଖବର ଏହା ମଧ୍ୟ ରହିଛି ଯେ, ରାହୁଲ ଗାନ୍ଧିଙ୍କୁ ମଧ୍ୟ ଏହି ଘର ପସନ୍ଦ ଆସିଛି ଏବେ ସେ ଏହି ଘରେ ରହିବା ପାଇଁ ରାଜି ହୋଇଛନ୍ତି ।ଗଣମାଧ୍ୟମ ରିପୋର୍ଟ ଅନୁସାରେ, ରାହୁଲ ଗାନ୍ଧିଙ୍କର ଟିମ୍ ଏକ ସପ୍ତାର ପୂର୍ବରୁ ଫ୍ଲାଟ ଦେଖିବା ପାଇଁ ଯାଇଥିଲେ ଏବଂ ସେମାନଙ୍କୁ ଫ୍ଲାଟ ପସନ୍ଦ ଆସିବା ପରେ ରାହୁଲ ଗାନ୍ଧି ସିଷ୍ଟ ହେବାର ନିଷ୍ପତ୍ତି ନିଆଯାଇଛି ।
ସୂଚନାଥାଉ ଯେ, ମାର୍ଚ୍ଚ ୨୩ରେ ସୁରତର ଏକ ଅଦାଲତ ମୋଦି ସାଙ୍ଗିଆ ନେଇ ନକାରାତ୍ମକ ଟିପ୍ପଣୀ ସଂକ୍ରାନ୍ତୀୟ ମାନହାନୀ ମାମଲାରେ ତାଙ୍କୁ ୨ ବର୍ଷ ଦେଲ ଦଣ୍ତାଦେଶ ମିଳିଥିଲା । ଏହାର ପରଦିନ ତାଙ୍କର ସଂସଦ ସଦସ୍ୟପଦ ରିଦ୍ଧ ହୋଇଯାଇଥିଲା । ଏହାପରେ ତାଙ୍କୁ ମାର୍ଚ୍ଚ ୨୭ ତାରିଖରେ ଏପ୍ରିଲ ୨୨ସୁଦ୍ଧା ବଙ୍ଗଳା ଖାଲି କରିବା ପାଇଁ ନୋଟିସ୍ ଦିଆଯାଇଥିଲା । ପରବର୍ତ୍ତି ସମୟରେ ରାହୁଲ ନିଜ ସରକାରୀ ବଙ୍ଗଳା ଖାଲି କରି ମାଆ ସୋନିଆଙ୍କ ବାସଭବନକୁ ଚାଲିଯାଇଥିଲେ ।












Click it and Unblock the Notifications