ନାଗପୁରରେ ବିଜେପି ଉପରେ ବର୍ଷିଲେ ରାହୁଲ , ଜାଣନ୍ତୁ ବିଜେପିକୁ କଣ କହି କଲେ ଟାର୍ଗେଟ
ନାଗପୁର:୨୦୨୪ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ନାଗପୁରରେ କଂଗ୍ରେସ ଆଜି (ଡିସେମ୍ବର୨୮)ରେ ଏକ ବିଶାଳ ସମାବେଶ ଆୟୋଜନ କରିଥିଲା । ବାସ୍ତବରେ କଂଗ୍ରେସର ୧୩୯ ତମ ଫାଉଣ୍ଡେସନ ଦିବସ ଅବସରରେ ଏହି ସମାବେଶ ଆୟୋଜିତ ହୋଇଥିଲା । ଏହି ସମାରୋହ ଅବସରରେ ଦଳର ବହୁ ବରିଷ୍ଠ ନେତା ଏଠାରେ ଉପସ୍ଥିତ ଥିଲେ ।
ଏହି କାର୍ଯ୍ୟକ୍ରମରେ ଅଭିଭାଷଣରେ ରାହୁଲ ଗାନ୍ଧୀ କହିଛନ୍ତି ଯେ ଆମ୍ବେଦକର ଜୀଙ୍କ କର୍ମକ୍ଷେତ୍ରକୁ ଆସି ମୁଁ ବହୁତ ଖୁସି । ବର୍ତ୍ତମାନ ଦେଶରେ ବିଚାରଧାରାର ଲଢ଼େଇ ଚାଲିଛି । ଲୋକମାନେ ଭାବୁଛନ୍ତି ଏହା ଏକ ରାଜନୈତିକ ଏବଂ ଆସନ ପାଇଁ ହେଉଛି ଲଢ଼େଇ । କିନ୍ତୁ ଲଢ଼େଇର ମୂଳଦୁଆ ହେଉଛି ବିଚାରଧାରା । ଯାହା ବର୍ତ୍ତମାନ ଦେଶରେ ଦୁଇଟି ବିଚାରଧାରା ମଧ୍ୟରେ ଚାଲିଛି ଲଢ଼େଇ ।

ଏହି କାର୍ଯ୍ୟକ୍ରମରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଦାବି କରିଛନ୍ତି ଯେ ବହୁ ବିଜେପି ସାଂସଦ ମୋତେ ଲୋକସଭାରେ ଭେଟିଥିଲେ । ଏମିତିକି ବିଜେପି ସାଂସଦ ମୋତେ ଗୁପ୍ତରେ ଲୋକ ସଭାରେ ଭେଟି କହିଥିଲେ ଯେ ସେ ଭାଜପାରେ ରହିବାକୁ ସହ୍ୟ କରିପାରୁନାହାନ୍ତି । ଉପରରୁ ଆଦେଶ ଆସେ, ଆଉ ଆମକୁ ଅନୁସରଣ କରିବାକୁ ପଡିଥାଏ । ଆପଣ ଏହାକୁ ପସନ୍ଦ କରନ୍ତୁ କିମ୍ବା ନ କରନ୍ତୁ, ଭାଜପାରେ ଦାସତ୍ୱ ଜାରି ରହିଛି । ଉପରୁ ଯାହା କୁହାଯାଏ, ଚିନ୍ତା ନକରି କରିବାକୁ ପଡ଼ିଥାଏ ବୋଲି କହିଛନନ୍ତି ରାହୁଲ । ପୁର୍ବରୁ ରାଜାମାନେ ଯେମିତି ପ୍ରଥମେ ଆଦେଶ ଦେଉଥିଲେ, ଠିକ୍ ସେମିତି ବର୍ତ୍ତମାନ ବିଜେପିରେ ହେଉଛି ।
ରାହୁଲ ଗାନ୍ଧୀ ଆହୁରି କହିଛନ୍ତି ଯେ, ଆମକୁ ପଚରାଯାଉଛି କଂଗ୍ରେସ ତା'ର ଶାସନ କାଳ ମଧ୍ୟରେ କ'ଣ କରିଛି । ଦେଶରେ ପୂର୍ବରୁ ବ୍ରିଟିଶ ଥିଲେ, ରାଜାମାନଙ୍କୁ ଗନ ସ୍ୟାଲୁଟ ଦିଆଯାଉଥିଲା । । କାହାକୁ ୧୯ ତୋପର ସାଲ୍ୟୁଟ ତ କାହାକୁ ୨୧ ତୋପର ସାଲ୍ୟୁଟ ଦିଆଯାଇଥିଲା । ଦେଶର ଲୋକଙ୍କର କୌଣସି ଅଧିକାର ନଥିଲା ।
ଯଦି ରାଜା ଗରିବଙ୍କ ଜମି ପସନ୍ଦ କରନ୍ତି, ତେବେ ସେ ଏହାକୁ ଗୋଟିଏ ସେକେଣ୍ଡରେ ନେଇ ଯାଉଥିଲେ । କିନ୍ତୁ ସମ୍ବିଧାନ ସମସ୍ତଙ୍କର ଅଧିକାରକୁ ସୁରକ୍ଷା ଦେଇଛି । ଏହାକୁ ବାବାସାହେବ ଆମ୍ବେଦକର, ମହାତ୍ମା ଗାନ୍ଧୀ ଏବଂ ଜବାହରଲାଲ ନେହେରୁ ସୃଷ୍ଟି କରିଥିଲେ । ସମସ୍ତ ଅଧିକାର ସମ୍ବିଧାନରୁ ଆସିଛି । ଆଉ କଂଗ୍ରେସ ଏହି କାମ କରିଛି । ଆରଏସଏସ ଏବଂ ଭାଜପାର ଲୋକମାନେ ସମ୍ବିଧାନର ବିରୋଧୀ ଥିଲେ ।
-
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ଆସିଲା ଗ୍ରୀଷ୍ମ ଋତୁ, ଏହି ସବୁ ସମସ୍ୟା ଥିଲେ ଭୁଲରେ ବି ଖାଆନ୍ତୁ ନାହିଁ ତରଭୁଜ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
କେଜରିୱାଲଙ୍କ ସହ ଅନ୍ୟ ୨୩ ଜଣଙ୍କୁ ନୋଟିସ୍ ଜାରି କଲେ ହାଇକୋର୍ଟ -
ମାର୍ଚ୍ଚ ୨୮ରୁ ଆଇପିଏଲ ଆରମ୍ଭ -
ଭାରତରେ ମହିଳା କଣ୍ଠଶିଳ୍ପୀଙ୍କ ଗୀତ ଖୁବ୍ କମ୍ ଦେଖିବାକୁ ମିଳିଥାଏ ,ଜାଣନ୍ତୁ କାହିଁକି ଏମିତି କହିଲେ ଲୋକପ୍ରିୟ କଣ୍ଠଶିଳ୍ପୀ ଶ୍ର











Click it and Unblock the Notifications