ତୃତୀୟ ଥର ପାଇଁ EDରେ ହାଜର ହେଲେ ରାହୁଲ
ନ୍ୟାସନାଲ ହେରାଲ୍ଡ ମାମଲାରେ ଇଡି ଲଗାତାର ରାହୁଲ ଗାନ୍ଧୀଙ୍କୁ ଜେରା କରୁଛି । ଗତକାଲି ଦୀର୍ଘ 10 ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ଧରି ଜେରା ପରେ ଆଜି କ୍ରମାଗତ ଭାବେ ତୃତୀୟ ଥର ପାଇଁ ଇଡିରେ ହାଜର ହେଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ।
ନୂଆଦିଲ୍ଲୀ: ନ୍ୟାସନାଲ ହେରାଲ୍ଡ ମାମଲାରେ ଇଡି ଲଗାତାର ରାହୁଲ ଗାନ୍ଧୀଙ୍କୁ ଜେରା କରୁଛି । ଗତକାଲି ଦୀର୍ଘ 10 ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ଧରି ଜେରା ପରେ ଆଜି କ୍ରମାଗତ ଭାବେ ତୃତୀୟ ଥର ପାଇଁ ଇଡିରେ ହାଜର ହେଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ।

ବର୍ତ୍ତମାନ ସୁଦ୍ଧା ଇଡିକୁ ସନ୍ତୋଷଜନକ ଉତ୍ତର ମିଳିନଥିବାରୁ ଆଜି ପୁଣି ଥରେ ପଚରାଉଚରା ପାଇଁ ଡକାଯାଇଛି । ଅନ୍ୟପଟେ ରାହୁଲଙ୍କୁ ବାରମ୍ବାର ଇଡିର ଜେରାକୁ ନେଇ ବିରୋଧ କରିଛି କଂଗ୍ରେସ । ଇଡି କାର୍ଯ୍ୟାଳୟ ସମ୍ମୁଖରେ ଶତାଧିକ କଂଗ୍ରେସ କର୍ମୀ ବିକ୍ଷୋଭ ପ୍ରଦର୍ଶନ କରିବା ସହ ରାସ୍ତାରୋକ କରିଛନ୍ତି । ଏହା ଏକ ମିଥ୍ୟା ମାମଲା ଏବଂ ଏଥିରେ କଂଗ୍ରେସକୁ ଫସାଯାଉଥିବା ଦଳ କହିଛି ।
ଜୁନ 23ରେ ସୋନିଆ ଗାନ୍ଧୀଙ୍କୁ ଇଡି କାର୍ଯ୍ୟାଳୟରେ ହାଜର ହେବାପାଇଁ ନୋଟିସ ଜାରି କରାଯାଇଛି । ଯାହାକୁ ଦଳ ବିରୋଧ କରିଛି । ମଙ୍ଗଳବାର ଦିନ ବିକ୍ଷୋଭ ବେଳେ 15 ଜଣ ସାଂସଦଙ୍କ ସମେତ 217 କଂଗ୍ରେସ କର୍ମୀ ଏବଂ ନେତାଙ୍କୁ ଦିଲ୍ଲୀ ପୋଲିସ ଅଟକ ରଖିବା ସତ୍ତ୍ବେ ଆଜି ମଧ୍ୟ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ।












Click it and Unblock the Notifications