କ୍ଷତି ହେଲା ୨୫୦ ଟଙ୍କା, ରାହୁଲଙ୍କ ବିରୋଧରେ ମାମଲା ରୁଜୁ କଲେ ଯୁବକ, ଜାଣନ୍ତୁ ପୁରା ଘଟଣା
ରାହୁଲ ଗାନ୍ଧୀଙ୍କ ଯୋଗୁ ବିହାରର ଜଣେ ଯୁବକଙ୍କ ୨୫୦ ଟଙ୍କା କ୍ଷତି ହୋଇଥିଲା। ଏହାକୁ ନେଇ ସେ କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ଲୋକ ସଭାରେ ବିରୋଧୀ ଦଳ ନେତା ଥିବା ରାହୁଲଙ୍କ ବିରୋଧରେ ଜଣେ ଦୁଗ୍ଧ ବିକ୍ରେତା ଅଜବଗଜବ ମାମଲା ରୁଜୁ କରିଛନ୍ତି। ନେତାଙ୍କ ଏକ ବୟାନ ଶୁଣି ତାଙ୍କୁ ଏଭଳି ଝଟ୍କା ଲାଗିଲା ଯେ ତାଙ୍କ ହାତରୁ ଦୁଗ୍ଧ ଭର୍ତ୍ତି ବାଲ୍ଟି ଖସି ପଡ଼ିଥିବା ସେ ଅଭିଯୋଗ ଆଣିଛନ୍ତି।ଯୁବକଜଣଙ୍କ ହେଲେ ବିହାରର ସମସ୍ତିପୁର ଜିଲା ବାସିନ୍ଦା ମୁକେଶ କୁମାର। ସେ ରୋସଡା କୋର୍ଟରେ ରାହୁଲଙ୍କ ବିରୋଧରେ ଯାଚିକା ଦାଖଲ କରିଛନ୍ତି। ଗତ ସପ୍ତାହରେ ରାହୁଲଙ୍କ 'ଭାରତୀୟ ରାଜ୍ୟ ବିରୋଧରେ ଲଢ଼େଇ'ନେଇ ମନ୍ତବ୍ୟ ଶୁଣି ତାଙ୍କୁ ଝଟ୍କା ଲାଗିଥିଲା। ସେ ଏଭଳି ଚମକି ପଡ଼ିଥିଲେ ଯେ ତାଙ୍କ ହାତରୁ ୫ ଲିଟର ଦୁଗ୍ଧ ଭର୍ତ୍ତି ବାଲ୍ଟି ଖସି ପଡ଼ିଥିଲା, ଯାହାର ମୂଲ୍ୟ ଲିଟର ପ୍ରତି ୫୦ ଟଙ୍କା ଥିଲା। ଏମିତିରେ ତାଙ୍କୁ ମୋଟ ୨୫୦ ଟଙ୍କା କ୍ଷତି ହୋଇଥିବା ସେ ଦାବି କରିିଛନ୍ତି।
ମୁକେଶ ଏହାକୁ ନେଇ ସମସ୍ତିପୁରରେ ଥିବା ସିଭିଲ୍ କୋର୍ଟରେ ଯାଚିକା ଦାୟର କରିଛନ୍ତି। ସେଥିରେ ରାହୁଲ ଗାନ୍ଧୀଙ୍କ ଉପରେ ଦେଶଦ୍ରୋହ ଏବଂ ଅନ୍ୟ ଅପରାଧିକ ଧାରା ଅନୁଯାୟୀ ମୋକଦ୍ଦମା ଚଳାଇବାକୁ ସେ ଦାବି କରିଛନ୍ତି। ରାହୁଲଙ୍କ ବୟାନ ଭାରତର ସାର୍ବଭୌମତ୍ୱକୁ ବିପଦରେ ପକାଇପାରେ। କୋର୍ଟ ଏହି ମାମଲାର ଫେବୃଆରୀ ୧୭, ୨୦୨୫ରେ ଶୁଣାଣି କରିବେ।

ମୁକେଶ କହିଛନ୍ତି ଯେ ରାହୁଲଙ୍କ ଭାଷଣ ଶୁଣି ତାଙ୍କ ଭାବନା ଆହତ ହୋଇଛନ୍ତି। ସମ୍ପୂର୍ଣ୍ଣ ମାମଲାରେ କୋର୍ଟକୁ ଦୃଷ୍ଟି ଦେବା ଉଚିତ। ଦେଶ ବିରୋଧରେ କେହି ଭୁଲ୍ ବୟାନ ଦେଲେ ନିଶ୍ଚିତ ଭାବେ ମନକୁ କଷ୍ଟ ହେବ। ଦେଶର ଜଣେ ସୁନାଗରିକ ଭାବେ ସେ ବୟାନକୁ ଅଗ୍ରହଣୀୟ ମନେ କରି କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି।












Click it and Unblock the Notifications