ଝାଡଖଣ୍ଡରେ ଅଟକିଲା ରାହୁଲ ଗାନ୍ଧୀଙ୍କ ହେଲିକପ୍ଟର, ଉଡାଣ ପାଇଁ ମିଳିଲା ନାହିଁ ଅନୁମତି
Rahul Gandhi: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ ପ୍ରଚାର କରିବାକୁ ଆସିଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ହେଲିକପ୍ଟରକୁ ଶୁକ୍ରବାର ଦିନ ଅଟକା ଯାଇଛି । ସୂଚନା ଅନୁସାରେ, କ୍ଲିୟରାନ୍ସ ନ ମିଳିବାରୁ ରାହୁଲଙ୍କ ହେଲିକପ୍ଟରକୁ ଉଡ଼ାଣ ପାଇଁ ଅନୁମତି ମିଳିନଥିଲା । ରାହୁଲ ଗାନ୍ଧୀଙ୍କ ହେଲିକପ୍ଟରକୁ ଝାଡଖଣ୍ତର ଗୋଡ୍ଡାଠାରେ ଅଟକା ଯାଇଛି ।

କଂଗ୍ରେସ ଅଭିଯୋଗ କରିଛି ଯେ ରାହୁଲଙ୍କ ହେଲିକେପ୍ଟରକୁ ପାଖାପାଖି ୪୫ ମିନିଟି୍ ପର୍ଯ୍ୟନ୍ତ ଅଟକା ଯାଇଥିଲା । ଯାହାକୁ ନେଇ ବର୍ତ୍ତମାନ ରାଜନିତୀ ଆରମ୍ଭ ହୋଇଯାଇଛି । କଂଗ୍ରେସ ଅଭିଯୋଗ କରିଛି, ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଭା ଝାଡଖଣ୍ତରେ ଥିବାରୁ ରାହୁଲ ଗାନ୍ଧୀଙ୍କ ହେଲିକେପ୍ଟରକୁ ଉଡାଣ ପାଇଁ ଅନୁମତି ଦିଆଯାଇ ନାହିଁ ।
VIDEO | Congress MP Rahul Gandhi's helicopter is yet to take off from Jharkhand's Godda as it awaits clearance from Air Traffic Control (ATC). pic.twitter.com/B8CTHoJ9Qs
— Press Trust of India (@PTI_News) November 15, 2024
ଗୋଡ୍ଡା ନିର୍ବାଚନ ରାଲିରେ ରାହୁଲ ଗାନ୍ଧୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଥିଲେ। ସେ କହିଛନ୍ତି, "ନରେନ୍ଦ୍ର ମୋଦି କୋଟିପତି ଯାହା କୁହନ୍ତି ତାହା କରନ୍ତି। ଗରୀବ ଲୋକଙ୍କ ଟଙ୍କା ଛଡ଼ାଇ ମୋଦି ଜି କୋଟିପତିଙ୍କ 16 ଲକ୍ଷ କୋଟି ଟଙ୍କା କ୍ଷମା କରି ଦେଇଛନ୍ତି। ମହାରାଷ୍ଟ୍ରରେ ୧ ଲକ୍ଷ କୋଟି ଟଙ୍କାର ଧରାବୀଙ୍କ ଜମି ମଧ୍ୟ ଆଦାନୀଙ୍କୁ ହସ୍ତାନ୍ତର କରାଯାଉଛି।












Click it and Unblock the Notifications