କୁଲି ସାଜି ଲୋକଙ୍କ ଜିନିଷପତ୍ର ଉଠାଇଲେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି

Rahul Gandhi Anand Vihar Railway Station: କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଶୁକ୍ରବାର ସକାଳେ ଆନନ୍ଦ ବିହାର ରେଳ ଷ୍ଟେସନରେ ପହଞ୍ଚିଥିଲେ। ସେଠାରେ ଥିବା କୁଲି ମାନଙ୍କୁ ଭେଟିଥିଲେ । ଦୀର୍ଘ ସମୟ ପର୍ଯ୍ୟନ୍ତ ସେମାନଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ । ଏହି ସମୟରେ କିଛି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହା ବ୍ୟତୀତ ରାହୁଲ କୁଲି ପୋଷାକ ପିନ୍ଧି ଲୋକଙ୍କ ଜିନିଷପତ୍ର ମଧ୍ୟ ଉଠାଉଥିବାର ଦେଖିବା ପାଇଁ ମିଳିଥିଲା ।

RAHUL GANDHI

କଂଗ୍ରେସ ଏହାର ଅଫିସିଆଲ୍ ସୋସିଆଲ ମିଡିଆ ସାଇଟ୍ 'X'ରେ ଏହାର ଭିଡିଓ ଏବଂ ଫଟୋ ସେୟାର କରିବା ସହ ଲେଖିଛି, ଜନନାୟକ ରାହୁଲ ଗାନ୍ଧି ଆଜି ଦିଲ୍ଲୀର ଆନନ୍ଦ ବିହାର ରେଳ ଷ୍ଟେସନରେ ତାଙ୍କର କୁଲି ବନ୍ଧୁମାନଙ୍କୁ ଭେଟିଥିଲେ। ନିକଟରେ ଏକ ଭିଡିଓ ଭାଇରାଲ ହୋଇଥିଲା ଯେଉଁଥିରେ ରେଳ ଷ୍ଟେସନର ଥିବା କୁଲି ମାନେ ରାହୁଲ ଗାନ୍ଧିଙ୍କୁ ଭେଟିବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ । ଆଜି ରାହୁଲ ଜୀ ସେମାନଙ୍କ ପାଖରେ ପହଞ୍ଚି ଅନେକ ସମୟ ବିତାଇଥିଲେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ । ଭରତ ଯୋଡୋ ଯାତ୍ରା ଜାରି ରହିଛି...।

rahul gandhi
ଏହା ପ୍ରଥମ ଥର ନୁହେଁ । ଭରତ ଯୋଡୋ ଯାତ୍ରାର ସମାପ୍ତି ପରଠାରୁ ରାହୁଲ ଲୋକମାନଙ୍କ ମଧ୍ୟରେ ଯାଇ ସେମାନଙ୍କୁ ଅନେକ ଥର ଭେଟିଛନ୍ତି। ସେ ମେ ମାସରେ ଦିଲ୍ଲୀରୁ ଶିମଲା ଯାଉଥିଲେ। ସେ ମଧ୍ୟଭାଗରେ ନିଜ ଗାଡି ଛାଡି ଅମ୍ବାଲା ଠାରୁ ଚଣ୍ଡିଗଡ଼ ପର୍ଯ୍ୟନ୍ତ ଟ୍ରକ୍ ଯୋଗେ ଯାତ୍ରା କରିଥିଲେ । ଏହି ସମୟ ମଧ୍ୟରେ ସେ ଅନେକ ଟ୍ରକ୍ ଡ୍ରାଇଭରଙ୍କ ସହ ସମୟ ବିତାଇ ସେମନାଙ୍କ ବିଷୟରେ ପଚାରି ବୁଝିଥିଲେ । ସେହିପରି ଜୁଲାଇରେ ସେ ସୋନିପଥର ମଦିନା ଗ୍ରାମରେ ପହଞ୍ଚିଥିଲେ। ସେଠାରେ ସେ ଚାଷୀଙ୍କ ଅବସ୍ଥା ସମ୍ପର୍କରେ ପଚାରି ବୁଝିବା ସହ କ୍ଷେତକୁ ଯାଇ ଗ୍ରାମବାସୀଙ୍କ ସହ ଧାନ ଲଗାଇଥିଲେ ।

ଗତ ବର୍ଷ ସେପ୍ଟେମ୍ବରରେ ରାହୁଲ ଗାନ୍ଧି କନିଆକୁମାରୀରୁ ଭାରତ ଯୋଡୋ ଯାତ୍ରା ଆରମ୍ଭ କରିଥିଲେ, ସେ କାଶ୍ମୀର ପର୍ଯ୍ୟନ୍ତ ଅନେକ ରାଜ୍ୟ ଦେଇ ଯାଇଥିଲେ। ଏହା ପରେ ଜାନୁଆରୀ 2023ରେ ଏହା ସମାପ୍ତ ହୋଇଥିଲା । ଏହି ଯାତ୍ରା ପରେ କଂଗ୍ରେସ ଅନେକ ରାଜ୍ୟରେ ଭଲ ପ୍ରଦର୍ଶନ କରିଥିଲା, ତେଣୁ ଏହାର ନେତାମାନେ ଉତ୍ସାହିତ ହୋଇ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ପ୍ରସ୍ତୁତ ହେଉଛନ୍ତି ବୋଲି ସୂଚନା ରହିଛି ।

Rahul Gandhi

ସୂଚନା ଅନୁସାରେ ଭାରତ ଯୋଡୋ ଯାତ୍ରାର ଦ୍ୱିତୀୟ ପର୍ଯ୍ୟାୟ ଗୁଜରାଟରୁ ଆରମ୍ଭ ହୋଇ ଉତ୍ତର-ପୂର୍ବର ଗୁରୁତ୍ୱପୂର୍ଣ୍ଣ ରାଜ୍ୟ ମେଘାଳୟରେ ପହଞ୍ଚିବ । ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ଏହାର ତାରିଖ ନିଶ୍ଚିନ୍ତ କରାଯାଇ ନାହିଁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+