Get Updates
Get notified of breaking news, exclusive insights, and must-see stories!

ରାହୁଲ ଗାନ୍ଧିଙ୍କ ପାଖରେ ନାହିଁ ନିଜସ୍ଵ ଘର କିମ୍ବା ଗାଡ଼ି, ଜାଣନ୍ତୁ କେତେ ସମ୍ପତ୍ତି ରହିଛି ତାଙ୍କ ପାଖରେ

କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶୁକ୍ରବାର ଉତ୍ତରପ୍ରଦେଶର ରାଏବରେଲି ଲୋକସଭା ଆସନରୁ ତାଙ୍କ ନାମାଙ୍କନପ‌ତ୍ର ଦାଖଲ କରିଛନ୍ତି। ଏହି ସମୟରେ, ନିର୍ବାଚନ ଆୟୋଗଙ୍କୁ ଦିଆଯାଇଥିବା ଆଫିଡେଭିଟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ 20 କୋଟିରୁ ଅଧିକ ମୂଲ୍ୟର ଚଳନ ତଥା ଅସ୍ଥାବର ସମ୍ପତ୍ତି ବିଷୟରେ ସୂଚନା ଦେଇଛନ୍ତି, ଯେଉଁଥିରେ 4.2 ଲକ୍ଷ ଟଙ୍କା ମୂଲ୍ୟର ସୁନା ମଧ୍ୟ ରହିଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ କୋଟି କୋଟି ଟଙ୍କାର ମାଲିକ ହୋଇଥିଲେ ମଧ୍ୟ ତାଙ୍କ ପାଖରେ କାର ନାହିଁ କି ତାଙ୍କ ଘର ନାହିଁ।

ନିର୍ବାଚନ ଆୟୋଗଙ୍କୁ ଦିଆଯାଇଥ‌ିବା ସୂଚନା ଅନୁଯାୟୀ ରାହୁଲ ଗାନ୍ଧୀ ୨ କୋଟି 24 ଲକ୍ଷ 59 ହଜାର 264 ମୂଲ୍ୟର ଚଳନ ସମ୍ପତ୍ତା ଘୋଷଣା କରିଛନ୍ତି । ଏଥିରେ 4 କୋଟି 33 ଲକ୍ଷ 60 ହଜାର 519 ମୂଲ୍ୟର ସେୟାର, 3 କୋଟି 81 ଲକ୍ଷ 33 ଲକ୍ଷ 572 ମୂଲ୍ୟର ମ୍ୟୁଚୁଆଲ ଫଣ୍ଡ, 26 ଲକ୍ଷ 25 ହଜାର 157 ଟଙ୍କା ମୂଲ୍ୟର ବ୍ୟାଙ୍କ ବାଲାନ୍ସ ଏବଂ 15 ଲକ୍ଷ 21 ହଜାର 740 ଟଙ୍କା ମୂଲ୍ୟର ସୁନା ବଣ୍ଡ ଅନ୍ତର୍ଭୁକ୍ତ।

ଏହା ବ୍ୟତୀତ କଂଗ୍ରେସ ନେତା ମଧ୍ୟ ସୂଚନା ଦେଇଛନ୍ତି ଯେ ତାଙ୍କ ପାଖରେ 11 କୋଟି ଟଙ୍କା 15 ଲକ୍ଷ 2 ହଜାର 598 ଟଙ୍କା ରହିଛି। ଏଥୁମଧ୍ଯରୁ ସେ ନିଜେ 2କୋଟି 4 ଲକ୍ଷ 89 ହଜାର ମୂଲ୍ୟର ସମ୍ପତ୍ତ କ୍ରୟ କରିଥିବାବେଳେ 2 କୋଟି 10 ଲକ୍ଷ 13 ହଜାର 598 ମୂଲ୍ୟର ସମ୍ପତ୍ତା ମଧ୍ଯ ଅନ୍ତର୍ଭୁକ୍ତ କରାଯାଇଛି।

ତାଙ୍କ ପାଖରେ ନଗଦ 55 ହଜାର ଟଙ୍କା ଥିବା କଂଗ୍ରେସ ନେତା ସୂଚନା ଦେଇଛନ୍ତି । ଏହା ବ୍ୟତୀତ ତାଙ୍କ ପାଖରେ ମୋଟ 333.3 ଗ୍ରାମ ସୁନା ଏବଂ ଅଳଙ୍କାର ଅଛି । ଏଥିରେ ଥ‌ିବା ସୁନା ପରିମାଣ ହେଉଛି 168.8 ଗ୍ରାମ | ଯାହାର ମୂଲ୍ୟ 4 ଲକ୍ଷ 20 ହଜାର 850 ଟଙ୍କା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+