'ମୋଦୀ ସରନେମ୍'ମାମଲା: ଆସନ୍ତାକାଲି କୋର୍ଟଙ୍କ ଦ୍ୱାରସ୍ଥ ହୋଇପାରନ୍ତି ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ 'ମୋଦୀ ସରନେମ' ମାନହାନୀ ମାମଲାରେ ତାଙ୍କର ଦୁଇ ବର୍ଷ ଦଣ୍ଡ ବିରୋଧରେ ଏପ୍ରିଲ ୩ ଅର୍ଥାତ୍ ଆସନ୍ତାକାଲି ସୁରଟ କୋର୍ଟରେ ଆବେଦନ କରିପାରିବେ। ନିକଟରେ ମୋଦୀ ସରନେମକୁ ବଦନାମ ମାମଲାରେ ରାହୁଲ ଗାନ୍ଧୀଙ୍କୁ ସୁରଟ କୋର୍ଟ ଦଣ୍ଡିତ କରିଥିଲେ । ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଏହି ନିଷ୍ପତ୍ତିକୁ ଚ୍ୟାଲେଞ୍ଜ ଦେବା ପାଇଁ ଏକ ଆବେଦନ ମଧ୍ୟ ପ୍ରସ୍ତୁତ ଅଛି । ଖୁବ୍ ଶୀଘ୍ର ରାହୁଲ ଗାନ୍ଧୀ କୋର୍ଟରେ ଆବେଦନ କରିପାରନ୍ତି ।
ଚଳିତ ବର୍ଷ ମାର୍ଚ୍ଚ ୨୩ ରେ ସୁରଟର ଏକ କୋର୍ଟରେ ରାହୁଲ ଗାନ୍ଧୀଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା । ମୋଦୀ ସରନେମ୍ ମାମଲାରେ କୋର୍ଟ ତାଙ୍କୁ ୨ ବର୍ଷ ଜେଲ୍ ଦଣ୍ଡ ଦେବା ପରେ ରାହୁଲ ଲୋକସଭା ସଦସ୍ୟତା ହରାଇଛନ୍ତି । ସେବେଠାରୁ କଂଗ୍ରେସର ସମସ୍ତ ନେତା ବିଜେପିକୁ ବିରୋଧ କରୁଛନ୍ତି ।
ପ୍ରଶ୍ନ ଏହା ମଧ୍ୟ ଉଠିଥିଲା ଯେ, କଂଗ୍ରେସ ନେତା ପୱନ ଖେଡାଙ୍କ ଗିରଫଦାରୀ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଇଛି କିନ୍ତୁ ରାହୁଲ ଗାନ୍ଧୀଙ୍କ ଦୋଷୀ ସାବ୍ୟସ୍ତ ହେବା ପରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ । ଏହା ଉପରେ କଂଗ୍ରେସ ସାଧାରଣ ସମ୍ପାଦକ ଜୟରାମ ରମେଶ କହିଛନ୍ତି ଯେ, ଆଇନ ଟିମ୍ ଏହା ଉପରେ କାର୍ଯ୍ୟ କରୁଛନ୍ତି, ଆମେ ଜାଣିଛୁ କେଉଁଠାରେ ଏବଂ କେବେ ଆବେଦନ କରିବୁ କାରଣ ଆମ ହାତରେ ୩୦ ଦିନ ଅଛି ।












Click it and Unblock the Notifications