Get Updates
Get notified of breaking news, exclusive insights, and must-see stories!

ବିଲକିସ୍ ବାନୋ ମାମଲା : ନ୍ୟାୟ ଦାବି କଲେ ରାହୁଲ ଗାନ୍ଧୀ

ଅଗଷ୍ଟ 15 ସନ୍ଧ୍ୟାରେ ଜେଲରୁ ବିଲକିସ୍ ବାନୋ ଦୁଷ୍କର୍ମ ମାମଲାରେ 11 ଜଣ ଅଭିଯୁକ୍ତଙ୍କୁ ମୁକ୍ତ କରିବା ନେଇ ଦେଶର ସବୁସ୍ଥାନରେ ଅସନ୍ତୋଷ ଦେଖିବାକୁ ମିଳିଛି। ଗୁଜରାଟ ସରକାରଙ୍କ ଛାଡ ନୀତି ଅନୁଯାୟୀ ଦୋଷୀମାନଙ୍କୁ ମୁକ୍ତ କରିବା ଉପରେ ବିରୋଧୀ ଦଳ ପ୍ରଶ୍ନ ଉଠାଇଛି।

ନୂଆଦିଲ୍ଲୀ: ଅଗଷ୍ଟ 15 ସନ୍ଧ୍ୟାରେ ଜେଲରୁ ବିଲକିସ୍ ବାନୋ ଦୁଷ୍କର୍ମ ମାମଲାରେ 11 ଜଣ ଅଭିଯୁକ୍ତଙ୍କୁ ମୁକ୍ତ କରିବା ନେଇ ଦେଶର ସବୁସ୍ଥାନରେ ଅସନ୍ତୋଷ ଦେଖିବାକୁ ମିଳିଛି। ଗୁଜରାଟ ସରକାରଙ୍କ ଛାଡ ନୀତି ଅନୁଯାୟୀ ଦୋଷୀମାନଙ୍କୁ ମୁକ୍ତ କରିବା ଉପରେ ବିରୋଧୀ ଦଳ ପ୍ରଶ୍ନ ଉଠାଇଛି। ଏଥିସହିତ ବିଲକିସ୍ ବାନୋଙ୍କ ଦୋଷୀମାନଙ୍କୁ ମୁକ୍ତ କରିବା ବିରୋଧରେ ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ଆବେଦନର ଶୁଣାଣି ଗୁରୁବାର ଦିନ ହୋଇଥିଲା। ଯେଉଁଥିରେ ଅଦାଲତ ଏହି ମାମଲାରେ ଗୁଜୁରାଟ ସରକାରଙ୍କୁ ନୋଟିସ୍ ଜାରି କରି ଦୁଇ ସପ୍ତାହ ପାଇଁ ଏହି ମାମଲାକୁ ସ୍ଥଗିତ ରଖିଛନ୍ତି। ଏଠାରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏବଂ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ବିଜେପିକୁ ଟାର୍ଗେଟ କରି ବିଲକିସ୍ ବାନୋ ମାମଲାରେ ନ୍ୟାୟ ଦାବି କରିଛନ୍ତି।

tweet
ବିଲ୍କିସ୍ ବାନୋ ଦୁଷ୍କର୍ମ ମାମଲାରେ ଶୁଣାଣି ସମୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଗୁରୁବାର ବିଲକିସ୍ ବାନୋଙ୍କ ପାଇଁ ନ୍ୟାୟ ଦାବି କରିଛନ୍ତି। ରାହୁଲ ଗାନ୍ଧୀ ଟ୍ୱିଟ୍ କରି କହିଛନ୍ତି, "ଯେଉଁମାନେ 'ଝିଅକୁ ବଞ୍ଚାଅ' ଭଳି ଫାଙ୍କା ସ୍ଲୋଗାନ ଦିଅନ୍ତି, ସେମାନେ ଦୁଷ୍କର୍ମକାରୀମାନଙ୍କୁ ସୁରକ୍ଷା ଦେଉଛନ୍ତି। ଆଜି ପ୍ରଶ୍ନ ହେଉଛି ଦେଶର ମହିଳାମାନଙ୍କ ସମ୍ମାନ ଏବଂ ଅଧିକାର ବିଷୟରେ । ବାଲକିସ୍ ବାନୋଙ୍କୁ ନ୍ୟାୟ ଦିଅନ୍ତୁ ।

11 ଜଣ ଦୋଷୀଙ୍କୁ ମୁକ୍ତ କରିବା ଏବଂ ପରବର୍ତ୍ତୀ ସ୍ୱାଗତ ଉପରେ ବିଜେପି ନେତାଙ୍କ ନୀରବତା ଉପରେ ପ୍ରଶ୍ନ ଉଠାଇ ପ୍ରିୟଙ୍କା ଗାନ୍ଧୀ କହିଛନ୍ତି, ଦୁଷ୍କର୍ମ ପାଇଁ ଦଣ୍ଡିତ ହୋଇଥିବା 11 ଜଣଙ୍କ ମୁକ୍ତି ଉପରେ ନୀରବତା ରଖିଛନ୍ତି ସରକାର। ବିଲକିସ୍ ବାନୋଙ୍କୁ ନ୍ୟାୟ ଦିଅନ୍ତୁ । " ଶୀର୍ଷ ଅଦାଲତ ଏହି ଆବେଦନ ଉପରେ କେନ୍ଦ୍ର ଏବଂ ଗୁଜୁରାଟ ସରକାରଙ୍କୁ ନୋଟିସ ଜାରି କରି କହିଛନ୍ତି ଯେ ସୁପ୍ରିମ୍ କୋର୍ଟ ସେମାନଙ୍କୁ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇନାହାଁନ୍ତି, ରାଜ୍ୟକୁ "ନୀତି ଅନୁଯାୟୀ ଛାଡ ଉପରେ ବିଚାର କରିବାକୁ" କହିଛନ୍ତି। "ପ୍ରଶ୍ନ ହେଉଛି ଦୋଷୀମାନେ ଗୁଜୁରାଟ ନିୟମ ଅନୁଯାୟୀ କ୍ଷମା ପାଇବାକୁ ହକଦାର କି ନାହିଁ?

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+