ଟୁଇଟର୍ ବାୟୋରେ ରାହୁଳ ଗାନ୍ଧୀ ଲେଖିଲେ 'ଡିସ୍ କ୍ବାଲିଫାଏଡ୍ ଏମ୍‌ପି'

rahul gandhi

ନୂଆଦିଲ୍ଲୀ: 'ମୋଦୀ'ସାଙ୍ଗିଆ ଟିପ୍ପଣୀକୁ ନେଇ ଅପରାଧିକ ମାନହାନି ମକଦ୍ଦମା ଦାୟର କରିବା ପରେ ରାହୁଲ ଗାନ୍ଧୀଙ୍କୁ ସାଂସଦ ପଦ ହରାଇବା ପାଇଁ ପଡିଥିଲା । ଯାହା ପରେ ବର୍ତ୍ତମାନ ରାହୁଲ ଗାନ୍ଧୀ ନିଜ ଟୁଇଟର୍ ହ୍ୟାଣ୍ତେଲରେ ଷ୍ଟାଟସ୍ ବଦଳାଇଛନ୍ତି । ନିଜ ଟ୍ୱିଟର ବାୟୋରେ ରାହୁଲ ଗାନ୍ଧୀ ନିଜକୁ ଜଣେ ଅଯୋଗ୍ୟ ସାଂସଦ ବୋଲି ବର୍ଣ୍ଣନା କରିଛନ୍ତି। ସେ ଲେଖିଛନ୍ତି, ଭାରତୀୟ ଜାତୀୟ କଂଗ୍ରେସର ସଦସ୍ୟ, 'ଡିସ୍ କ୍ୱାଲିଫାଏଡ୍ ଏମ୍.ପି' ।

ରାହୁଲ ଗାନ୍ଧୀଙ୍କ ଅଯୋଗ୍ୟତାକୁ ବିରୋଧ କରି ଦଳର ନେତା ଓ କର୍ମୀମାନେ ଆଜି ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ଏକ ଦିନିଆ ସତ୍ୟାଗ୍ରହ ଜାରି ରଖିଛନ୍ତି ।

ସୂଚନାଥାଉ ଯେ, 'ମୋଦୀ ସାଙ୍ଗିଆ' ମନ୍ତବ୍ୟ କାରଣରୁ ଅପରାଧିକ ମାନହାନୀ ମାମଲାରେ ଦୋଷୀ ସାବସ୍ଥ୍ୟ କରି ଗୁଜରାଟର ସୁରତ ଜିଲ୍ଲା ଅଦାଲତ ରାହୁଲ ଗାନ୍ଧୀଙ୍କୁ ୨ ବର୍ଷ ଜେଲ୍ ଦଣ୍ତାଦେଶ ଏବଂ ୧୫,୦୦୦ ଟଙ୍କା ଜରିମାନ କରିବା ସହ ତାଙ୍କୁ ଲୋକସଭା ସଦସ୍ୟ ପଦରୁ ଅଯୋଗ୍ୟ ଘୋଷଣା କରାଯାଇଥିଲା ।

ଦିଲ୍ଲୀର ରାଜଘାଟରେ ଆୟୋଜିତ 'ସଙ୍କଲପ ସତ୍ୟଗ୍ରାହ'ରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ, ଦଳର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଏବଂ ଅନ୍ୟାନ୍ୟ କଂଗ୍ରେସ ନେତା ଅଂଶଗ୍ରହଣ କରିଛନ୍ତି । ମଲ୍ଲିକାର୍ଜୁନ ଖଡଗେ ମୋଦୀ ସରକାରଙ୍କୁ ସମାଲୋଚନା କରି କହିଛନ୍ତି, ରାହୁଲ ଗାନ୍ଧୀ ଦେଶର ଜନତାଙ୍କ ପାଇଁ କାର୍ଯ୍ୟ କରୁଛନ୍ତି । ରାହୁଲ ଗାନ୍ଧୀଙ୍କ ମୁହଁ ବନ୍ଦ କରିବା ପାଇଁ ଏହି ସବୁ କାର୍ଯ୍ୟ କରାଯାଉଛି । ରାହୁଲ ଗାନ୍ଧୀ ଜଣେ ଶକ୍ତିଶାଳୀ ବ୍ୟକ୍ତି ।

ମହାରାଷ୍ଟ୍ର କଂଗ୍ରେସ ସଭାପତି ନାନା ପାଟୋଲ କହିଛନ୍ତି, ଯଦି ଚୋରକୁ ଚୋର ବୋଲି କହିବା ଭୁଲ, ତେବେ କଂଗ୍ରେସ ଏହି ଭୁଲକୁ ବାରମ୍ବାର ପୁନରାବୃତ୍ତି କରିବା ଉଚିତ୍ । ସେ ଦାବି କରିଛନ୍ତି ଯେ,ଏହି ନିଷ୍ପତ୍ତି ବିଜେପି ନେଇଛି । କୋର୍ଟକୁ କେବଳ ନାଁ ପଠାଯାଇଛି ।

ସେହିପରି ପ୍ରିୟଙ୍କା ଗାନ୍ଧୀ ଭଦ୍ରା କହିଛନ୍ତି, ଆମ ପରିବାରକୁ ବାରମ୍ବାର ଅପମାନିତ କରାଯାଇଛି ହେଲେ ସେ କେବେ ପ୍ରତିବାଦ କରି ନାହାଁନ୍ତି । ପାର୍ଲାମେଣ୍ଟରେ ତାଙ୍କ ବାପାଙ୍କୁ ଅପମାନିତ କରାଯାଇଛି, ତାଙ୍କ ଭାଇଙ୍କୁ 'ମୀର୍ ଜାଫର୍'ଡକା ଯାଇଛି । ଏପରି ସଂସଦରେ ମୋ ମାଆଙ୍କୁ ମଧ୍ୟ ଅପମାନିତ କରାଯାଇଛି, ଆପଣଙ୍କ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରୁ ଜଣେ କହିଛନ୍ତି, ରାହୁଲ୍ ଗାନ୍ଧୀଙ୍କ ପିତା କିଏ ସେ ଜାଣିନାହାନ୍ତି ହେଲେ ଏପରି ନେତାଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ କ'ଣ ପାଇଁ ଗ୍ରହଣ କରାଯାଉ ନାହିଁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+