ଆମେଠୀରୁ ନିର୍ବାଚନ ଲଢ଼ିବେ ରାହୁଲ!
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ ଦେଶରେ ଏବେ ଜୋଦାର ପ୍ରଚାର ଚାଲିଛି । କଂଗ୍ରେସ ନେତା ରାହୁଲ ଗାନ୍ଧୀ ସମାଜବାଦି ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କ ସହ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ । ଏହି ସମୟରେ ସେ ଉତ୍ତରପ୍ରଦେଶର ଆମେଠୀ ଆସନ ଉପରେ ମଧ୍ୟ ବୟାନ ଦେଇଛନ୍ତି । ବିଶେଷ କଥା ହେଉଛି କଂଗ୍ରେସ ଏପର୍ଯ୍ୟନ୍ତ ୨୫୦ ରୁ ଅଧିକ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । କିନ୍ତୁ ଆମେଠୀ ଏବଂ ରାଏବରେଲି ଆସନରେ ଦଳ ପ୍ରାର୍ଥୀ ଘୋଷଣା କରିନାହିଁ । ଯେଉଁ କାରଣରୁ ଏବେ ବିଭିନ୍ନ ଆଲୋଚନା ହେବାରେ ଲାଗିଛି ।
ବୁଧବାର ଦିନ ଗାଜିଆବାଦରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରାହୁଲଙ୍କୁ ଆମେଠୀ ଆସନ ବିଷୟରେ ଏକ ପ୍ରଶ୍ନ ପଚରାଯାଇଥିବା ବେଳେ ସେ ଏହାକୁ ଭାରତୀୟ ଜନତା ଦଳର ପ୍ରଶ୍ନ ବୋଲି କହିଛନ୍ତି । ସେ କହିଛନ୍ତି, ଆମେଠୀରୁ କିଏ ପ୍ରାର୍ଥୀ ହେବ ତାହା ହେଉଛି କଂଗ୍ରେସ ଦଳର ନିଷ୍ପତ୍ତି । ଯାହା କରିବାକୁ ମୋତେ ନିର୍ଦ୍ଦେଶ ଦିଆଯାଇଛି ମୁଁ ତାହା କରିବି । ଏହି ନିଷ୍ପତ୍ତିଗୁଡିକ ଆମର ସିଇସି (କେନ୍ଦ୍ରୀୟ ନିର୍ବାଚନ କମିଟି) ନିଷ୍ପତ୍ତି ନେବ ।

କେରଳର ୱାୟାନାଡରୁ କଂଗ୍ରେସ ପକ୍ଷରୁ ନିର୍ବାଚନ ଲଢ଼ିବାକୁ ଯାଉଥିବା ରାହୁଲ ଗାନ୍ଧୀ ମଧ୍ୟ ଆମେଥିରୁ ପ୍ରତିଦ୍ୱନ୍ଦ୍ୱିତା କରିପାରନ୍ତି ବୋଲି କଳ୍ପନାଜଳ୍ପନା ପ୍ରକାଶ ପାଇଛି । ୨୦୦୪ ପରଠାରୁ ରାହୁଲ ଗାନ୍ଧୀ ଲଗାତାର ତିନିଥର ଆମେଥି ଆସନ ଜିତିଛନ୍ତି ।
ଏହା ସହ ରାହୁଲ ଗାନ୍ଧି କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀଙ୍କ ବିପକ୍ଷରେ ନିର୍ବାଚନ ଲଢିବା ସମ୍ପର୍କରେ ସ୍ପଷ୍ଟ କରିଛନ୍ତି । ସେ କହିଛନ୍ତି ଯେ, ହାଇକମାଣ୍ଡ ଯାହା ନିଷ୍ପତ୍ତି ନେବେ, ସେ ତାହାକୁ ଗ୍ରହଣ କରିବେ ।
କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗତ ଲୋକ ସଭା ନିର୍ବାଚନରେ କେରଳର ୱାୟନାଡ ଏବଂ ୟୁପିରେ ଆମେଠିରୁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ, କିନ୍ତୁ ସେ ସ୍ମୃତି ଇରାନୀଙ୍କଠାରୁ ପରାସ୍ତ ହୋଇଥିଲେ । ରାହୁଲ କେବଳ ୱାୟନାଡରୁ ଜିତିଥିଲେ । ଏଥର ମଧ୍ୟ କଂଗ୍ରେସ ରାହୁଲଙ୍କୁ ୱାୟନାଡରୁ ମଇଦାନକୁ ଓହ୍ଲାଇଛି । କିନ୍ତୁ ଆମେଠିକୁ ନେଇ ବର୍ତ୍ତମାନ ପର୍ଯ୍ୟନ୍ତ ସନ୍ଦେହ ରହିଛି ।
ଏହି ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ନେତା ରାହୁଲ ଆହୁରି କହିଛନ୍ତି ଯେ ବିଜେପି ମାତ୍ର ୧୫୦ଟି ଆସନରେ ସୀମିତ ରହିବ । ପ୍ରାୟ ୧୫-୨୦ ଦିନ ପୂର୍ବରୁ ମୁଁ ଭାବୁଥିଲି ବିଜେପି ପ୍ରାୟ ୧୮୦ ଟି ଆସନ ଜିତିବ, କିନ୍ତୁ ବର୍ତ୍ତମାନ ମୁଁ ଭାବୁଛି ସେମାନେ ୧୫୦ ଟି ଆସନ ପାଇବେ ।












Click it and Unblock the Notifications