'ଗରମ ପାଇଁ ଷ୍ଟୋଭ୍‌ରେ କୋଇଲା ପକାଇବା ଦରକାର', କହୁ କହୁ କହିଦେଲେ ରହୁଲ , ହିମନ୍ତ କହିଲେ ....

ନୂଆଦିଲ୍ଲୀ: ଆସନ୍ତା ଲୋକସଭା ନିର୍ବାଚନ ଲାଗି କଂଗ୍ରେସ ରାହୁଲଙ୍କ ନେତୃତ୍ୱରେ କରୁଛି ଭାରତ ଯୋଡ଼ ନ୍ୟାୟ ଯାତ୍ରା । ରାହୁଲଙ୍କ ଏହି ଯାତ୍ର ଏବେ ପଶ୍ଚିମ ବଙ୍ଗରେ ପହଁଞ୍ଚିଛି । ରାହୁଲଙ୍କ ଯାତ୍ରା ସମୟର ଏକ ଭିଡ଼ିଓ ଏବେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ରାହୁଲ ଏକ ସାଧାରଣ ସଭାରେ ସମ୍ବୋଧିତ କରିବାବେଳେ କହୁଛନ୍ତି, ସକାଳେ ଉଠି, ଚା ଗରମ କରିବା ପାଇଁ ଷ୍ଟୋଭ୍‌ରେ କୋଇଲା ରଖି, ଏହାକୁ ଜଳା ଯାଏ । ଏହି ୧୩ ସେକେଣ୍ଡର ଭିଡିଓ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ସୋସିଆଲ ମିଡିଆରେ ଶେୟାର କରିଛନ୍ତି ।

ରାହୁଲ ବର୍ତ୍ତମାନ ତାଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରାରେ ଆସାମରୁ ସାରି ପଶ୍ଚିମବଙ୍ଗରେ ପହଁଞ୍ଚିଛସନ୍ତି ରାହୁଲ । ଏହି ଭିଡିଓକୁ ସମାଲୋଚନା କରି ହିମନ୍ତ ତାଙ୍କ ସୋସିଆଲ ମିଡିଆ ପୋଷ୍ଟରେ କୋଇଲା ଉପରେ ଲେଖିଛନ୍ତି ଷ୍ଟୋଭରେ କୋଇଲା? ଆପଣ ଷ୍ଟୋଭ୍‌ରେ କୋଇଲା ରଖି ଆମକୁ ଦ୍ୱନ୍ଦ୍ୱରେ ପକାଇଛନ୍ତି ଆଳୁରୁ ସୁନା ତିଆରି କରିବାର କଳ୍ପନା ଆମେ ଏଥିରୁ ପାଇବୁ ବୋଧେ ।

rahul gandhi

ରାହୁଲ ଅଗ୍ନିପଥ ଯୋଜନାକୁ ନେଇ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଥିଲେ । ସେ ସାମରିକ ନିଯୁକ୍ତିର ଏହି ଯୋଜନା ସମ୍ପର୍କରେ ଭାଜପାକୁ କଡ଼ା ସମାଲୋଚନା କରି ପୂର୍ବ ପ୍ରକ୍ରିୟା ଅନୁଯାୟୀ ନିଯୁକ୍ତି ଦିଆଯାଇଥିବା ୧.୫ ଲକ୍ଷ ଯୁବବର୍ଗ ବର୍ତ୍ତମାନ ବେକାର ଏବଂ ନିରାଶ ହୋଇଛନ୍ତି ।

ଭାରତ ଯୋଡୋ ନ୍ୟାୟ ଯାତ୍ରା ସମୟରେ କିଛି ଯୁବକଙ୍କ ସହ କଥାବାର୍ତ୍ତା କରି ୟୁଟ୍ୟୁବରେ ସେ ଭିଡିଓ ପୋଷ୍ଟ କରିଥିଲେ । ଏଥିରେ ସେ ସେହି ଯୁବକମାନଙ୍କ ସହ କଥାବାର୍ତ୍ତା କରୁଛନ୍ତି ଯେଉଁମାନେ ପୂର୍ବ ନିଯୁକ୍ତି ପ୍ରକ୍ରିୟାରେ ଅନୁମୋଦନ ପାଇବା ପରେ ମଧ୍ୟ ନିଯୁକ୍ତ ହୋଇ ନ ଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+