Get Updates
Get notified of breaking news, exclusive insights, and must-see stories!

ରାହୁଲଙ୍କ ଯାତ୍ରାରେ ହେଲା ଦୁର୍ଘଟଣା , ପୋଲିସ କାରକୁ ଧକ୍କା ଦେଲା ଆମ୍ବୁଲାନ୍ସ

Bharat jodo nyay yatra: ଦେଶରେ ଏବେ ରାଜନୈତିକ ମାହୋଲ । ଶାସକ ହେଉ କି ବିରୋଧୀ ନିଜ ରଣନୀତି ହିସାବରେ ଓହ୍ଲାଇଛନ୍ତି ମଇଦାନକୁ । ଶାସକୁ ଘେରିବା ଲାଗି ବରୋଧୀ ର୍ହାତ ଛଡ଼ା କରିବାକୁ ପଛାଉ ନାହାଁନ୍ତି । ଦେଶରେ ବର୍ତ୍ତମାନ କଂଗେସ ରାହୁଲଙ୍କ ନେତୃତ୍ୱରେ ଭାରତ ଯୋଡ଼ ନ୍ୟାୟ ଯାତ୍ରା କରୁଛି ।

ଏହି ଯାତ୍ରା ସମୟରେ ରାହୁଲ କେନ୍ଦ୍ର ସରକାରଙ୍କୁ ବିଭିନ୍ନ ମୁଦ୍ଦାରେ କରୁଛନ୍ତି ଟାର୍ଗେଟ । ରାହୁଲଙ୍କ ଏହି ଯାତ୍ରା ବର୍ତ୍ତମାନ ପଶ୍ଚିମବଙ୍ଗରେ ଚାଲିଛି । ପଶ୍ଚିମବଙ୍ଗ ଯାତ୍ରା ଚାଲିଥିବା ସମୟରେ ଏକ ଦୁର୍ଘଟଣା ଘଟିଛି । ରାହୁଲ ଗାନ୍ଧୀଙ୍କ 'ଭାରତ ଯୋଡୋ ନ୍ୟାୟ ଯାତ୍ରା' ସମୟରେ ଏକ ସଡ଼କ ଦୁର୍ଘଟଣା ସମ୍ପର୍କରେ ସୂଚନା ମିଳିଛି । ରାହୁଲଙ୍କ କନଭେରେ ସାମିଲ ଏକ ଆମ୍ବୁଲାନ୍ସ ବରିଷ୍ଠ ଜିଲା ପୋଲିସ ଅଧିକାରୀଙ୍କ କାରକୁ ଧକ୍କା ଦେଇଛି ।

ପଶ୍ଚିମବଙ୍ଗର ବୀରଭୂମ ଜିଲ୍ଲାର ମୁରାରଇରେ ଏହି ଦୁର୍ଘଟଣା ଘଟିଛି । ଏହା ପରେ ପୋଲିସ ଆମ୍ବୁଲାନ୍ସ ଡ୍ରାଇଭର ଏବଂ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ଅଟକ ରଖିଥିଲା । ଉଭୟଙ୍କୁ ମୁରାରଇ ପୋଲିସ ଷ୍ଟେସନକୁ ନିଆଯାଇଥିଲା, ସେଠାରେ ସେମାନଙ୍କୁ ପଚରାଉଚରା କରାଯାଇଛି । ନ୍ୟୁଜ ଏଜେନ୍ସି ପିଟିଆଇ ଅନୁଯାୟୀ, ଆମ୍ବୁଲାନ୍ସ ଗାଡିକୁ ଧକ୍କା ଦେବା ସମୟରେ ଜିଲା ପୋଲିସ ଅଧିକାରୀ ର୍କାରେ ଉପସ୍ଥିତ ଥିଲେ । ସୌଭାଗ୍ୟବଶତଃ ସେ ଏହି ଦୁର୍ଘଟଣାରେ ଆହତ ହୋଇନାହାଁନ୍ତି ।

rahul gandhi

ଏହି ଘଟଣା ପରେ ରାହୁଲ ଗାନ୍ଧୀଙ୍କ କନଭେ ଆମ୍ବୁଲାନ୍ସକୁ ଛାଡ ଆଗକୁ ବଢିଥିଲା । ଏଥି ସହିତ ପଶ୍ଚିମବଙ୍ଗ କଂଗ୍ରେସର ସୋସିଆଲ ମିଡିଆ ମୁଖ୍ୟ ସୌରଭ ରୟ ଦାବି କରିଛନ୍ତି ଯେ, ଏହି ଦୁର୍ଘଟଣାର କାରଣ ହେଉଛି ପୋଲିସ ଗାଡି ଡ୍ରାଇଭରଙ୍କ ଅବହେଳା । ସେ ଆମ୍ବୁଲାନ୍ସରେ ଯାତ୍ରା କରୁଥିବା ଲୋକଙ୍କ ସହ ଅସଦାଚରଣ କରିଥିବା ମଧ୍ୟ ଅଭିଯୋଗ କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+