୨୧ ଜୁନରେ କର୍ଣ୍ଣାଟକର ସମସ୍ତ ମନ୍ତ୍ରୀଙ୍କୁ ଭେଟିବେ ରାହୁଲ ଗାନ୍ଧି ଏବଂ ମଲ୍ଲିକାର୍ଜୁନ ଖଡଗେ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ:କର୍ଣ୍ଣାଟକରରେ ସିଦ୍ଧରମୈୟାଙ୍କ ନେତୃତ୍ୱରେ 20 ମଇ 2023ରେ ନୂତନ ସରକାର ଗଠନ କରାଯାଇଥିଲା । ସରକାର ଗଠନ ହେବାର ଏକ ମାସ ପରେ କର୍ଣ୍ଣାଟକର ସମସ୍ତ ମନ୍ତ୍ରୀଙ୍କୁ ଦିଲ୍ଲୀ ଡକାଯାଇଛି । ଏନେଇ ରାଜ୍ୟ ଡେପୁଟି ସିଏମ୍ ଡି.କେ ଶିବକୁମାର ଶୁକ୍ରବାର ଦିନ ସୂଚନା ଦେଇଛନ୍ତି । ସେ କହିଛନ୍ତି, କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ 21 ଜୁନ୍ ଦିନ ରାଜ୍ୟର ସମସ୍ତ ମନ୍ତ୍ରୀଙ୍କୁ ଦିଲ୍ଲୀ ଡାକିଛନ୍ତି ।

ନ୍ୟୁଜ୍ ଏଜେନ୍ସି ପିଟିଆଇ ସୂଚନା ଅନୁସାରେ, ଡେପୁଟି ସିଏମ୍ ଡି.କେ ଶିବକୁମାର କହିଛନ୍ତି ଯେ, କର୍ଣ୍ଣାଟକର ମନ୍ତ୍ରୀମାନେ ଦିଲ୍ଲୀରେ ରହିବା ସମୟରେ ବିଭିନ୍ନ କେନ୍ଦ୍ର ମନ୍ତ୍ରୀଙ୍କୁ ସହ ମଧ୍ୟ ଭେଟିବାର କାର୍ଯ୍ୟକ୍ରମ ରହିଛି । ଏହି ସମୟରେ ସମସ୍ତ ମନ୍ତ୍ରୀ କର୍ଣ୍ଣାଟକ ସହ ଜଡିତ ପ୍ରକଳ୍ପ ବିଷୟରେ ଆଲୋଚନା କରିପାରିବେ। ସେହିପରି ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଏବଂ ଡି.କେ ଶିବକୁମାର ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମଧ୍ୟ ଭେଟିପାରନ୍ତି ବୋଲି ସୂଚନା ରହିଛି ।

congress

କର୍ଣ୍ଣାଟକ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶିବକୁମାର କହିଛନ୍ତି, ଆମ ଦଳର ଅନେକ ମନ୍ତ୍ରୀ ରାହୁଲ ଗାନ୍ଧୀ ଏବଂ ଖଡଗେଙ୍କୁ ଭେଟି ନ ଥିବାରୁ ଆମ ଦଳର ସଭାପତି ଆମ ସମସ୍ତ ମନ୍ତ୍ରୀଙ୍କୁ ଦିଲ୍ଲୀ ଡାକିଛନ୍ତି।

ମେ 13 ତାରିଖରେ କର୍ଣ୍ଣାଟକରେ କଂଗ୍ରେସର ବିପୁଣ ବିଜୟ ହୋଇଥିଲା ଯାହା ପରେ ମେ 20 ରେ କର୍ଣ୍ଣାଟକରେ କଂଗ୍ରେସ ନୂତନ ସରକାର ଗଠନ କରିଥିଲା । ବରିଷ୍ଠ କଂଗ୍ରେସ ନେତା ସିଦ୍ଧରମୈୟା କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିବା ବେଳେ ଡି.କେ ଶିବକୁମାରଙ୍କୁ ରାଜ୍ୟର ଡେପୁଟି ସିଏମ୍ ଭାବେ ଶପଥ ନେଇଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+