Get Updates
Get notified of breaking news, exclusive insights, and must-see stories!

ମୋଦିଙ୍କ ଗଡ଼ରେ ଶକ୍ତି ପ୍ରଦର୍ଶନ କରିବେ ରାହୁଲ

ନୂଆଦିଲ୍ଲୀ: ଦେଶରେ ସରିଛି ଷଷ୍ଠ ପର୍ଯ୍ୟାୟ ମତଦାନ । ଜୁନ ୧ରେ ଶେଷ ପର୍ଯ୍ୟାୟ ମତଦାନ । ହାତରେ ଆଉ ମାତ୍ର ୪ଟା ଦିନ ଅନ୍ତିମ ପର୍ଯ୍ୟାୟକୁ ରହିଛି ବାକି । ଭୋଟ୍ ହାତେଇବାକୁ ଏବେ ମଇଦାନରେ ଦେଶରେ ସବୁ ରାନୈତିକ ଦଳର ପ୍ରାର୍ଥୀ । ଏହି ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକ ସଭା ଆସନ ବାରାଣାସୀରେ ମଧ୍ୟ ମତଦାନ ଅନୁଷ୍ଠିତ ହେବ ।

ଏହାପୂର୍ବରୁ କଂଗ୍ରେସ ମଧ୍ୟ ଏହି ଆସନରେ ନିଜର ଶକ୍ତି ପ୍ରଦର୍ଶନ କରିବାକୁ ଯାଉଛି । ଏହି କ୍ରମରେ କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ଆସନ୍ତା କାଲି ମଙ୍ଗଳବାର (ମେ ୨୮) ରେ ତାଙ୍କ ସହଯୋଗୀ ତଥା ସମାଜବାଦୀ ପାର୍ଟି ସଭାପତି ଅଖିଳେଶ ଯାଦବଙ୍କ ସହ ଏକ ସାଧାରଣ ସଭା କରିବାକୁ ଯାଉଛନ୍ତି । ବାରାଣାସୀ ଲୋକ ସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଅଜୟ ରାୟ କହିଛନ୍ତି ଯେ ମଙ୍ଗଳବାର ରାହୁଲ ଗାନ୍ଧୀଙ୍କ ଐତିହାସିକ ପରିବର୍ତ୍ତନ ସାଧାରଣ ସଭା ଅନୁଷ୍ଠିତ ହେବାକୁ ଯାଉଛି ଯେଉଁଥିରେ ରାହୁଲ ଗାନ୍ଧୀ ଏବଂ ଅଖିଳେଶ ଯାଦବ ମୋହନସାରାଇରେ ଅପରାହ୍ନ ୪ଟାରେ ରାଲି କରିବେ ।

rahul gandi

ଯେଉଁଠି କୃଷକମାନଙ୍କ ଉପରେ ସରକାର ଲାଠି ଚାର୍ଜ କରିଥିଲେ ମୁଁ ଭାବୁଛି ସପ୍ତମ ପର୍ଯ୍ୟାୟରେ ପରିବର୍ତ୍ତନର ଲହରୀ ଏଠାରୁ ସମଗ୍ର ଦେଶ, ରାଜ୍ୟ ଏବଂ ବିଶେଷକରି ବନାରସରେ ବୃଦ୍ଧି ପାଇବ । ରାହୁଲ ଗାନ୍ଧୀ ଏବଂ ଅଖିଳେଶ ଯାଦବଙ୍କ ଏହି ମିଳିତ ସାଧାରଣ ସଭା ଅପରାହ୍ନ ୪ଟାରେ ମୋହନ ସାରାଇରେ ଅନୁଷ୍ଠିତ ହେବ ।

ଏହାର ନାମ ପରିବର୍ତ୍ତର୍ନ ରାଲି ରଖାଯାଇଛି । ଲୋକ ସଭା ନିର୍ବାଚନ ପାଇଁ ଇଣ୍ଡିଆ ମହା ଗଠବନ୍ଧନ ଗଠନ କରିବା ପରେ ରାହୁଲ ଏବଂ ଅଖିଳେଶଙ୍କୁ ଉତ୍ତରପ୍ରଦେଶରେ ନିର୍ବାଚନ ପ୍ରଚାର ସମୟରେ ଅନେକ ସମାବେଶରେ ଦେଖିବାକୁ ମିଳିଥିଲା । ଏହି ଲୋକମାନଙ୍କୁ ପ୍ରଥମ ଥର ପାଇଁ ଆଗ୍ରା ରେ ଦେଖିବାକୁ ମିଳିଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+