ପୁଣି ଅଡ଼ୁଆରେ ରାହୁଲ ଗାନ୍ଧି; କୋର୍ଟରେ ହାଜର ହେବାକୁ ଆସିଲା ସମନ୍

ପୁଣି ଅଡ଼ୁଆରେ କଂଗ୍ରେସ ସାଂସଦ ତଥା ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧି। ଗୋଟିଏ ଅପରାଧିକ ମାନହାନୀ ମାମଲାରେ ପୁଣେ କୋର୍ଟ ରାହୁଲ ଗାନ୍ଧିଙ୍କୁ ହାଜର ହେବାକୁ ସମନ କରିଛନ୍ତି।

rahul gandhi

ଦିବଂଗତ ବିନାୟକ ଦାମୋଦର ସାବରକରଙ୍କ ସମ୍ପର୍କରେ ରାହୁଲ ଗାନ୍ଧି ଆପତ୍ତିଜନକ ଶବ୍ଦ ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ଗତ ବର୍ଷ ରାହୁଲ ବ୍ରିଟେନ ଯାଇଥିବା ବେଳେ ସାବରକରଙ୍କ ସମ୍ପର୍କରେ ଅପମାନସୂଚକ ଟିପ୍ପଣୀ କରିଥିଲେ। ଏହା ବିରୋଧରେ ସାବରକରଙ୍କ ସମ୍ପର୍କୀୟ ପୁତୁରା ପୁଣେର ଗୋଟିଏ କୋର୍ଟରେ ମାନହାନୀ କେସ କରିଥିଲେ।

ଏହାର ଶୁଣାଣି କରି କୋର୍ଟ ଆଜି ରାହୁଲ ଗାନ୍ଧିଙ୍କୁ ସମନ କରିଛନ୍ତି। ତାଙ୍କୁ ଅକ୍ଟୋବର ୨୩ରେ କୋର୍ଟରେ ହାଜର ହେବାକୁ ସମନରେ କୁହାଯାଇଛି। ସାତ୍ୟକି ସାବରକର ଗତବର୍ଷ ଏପ୍ରିଲ ମାସରେ ରାହୁଲ ଗାନ୍ଧିଙ୍କ ବିରୋଧରେ ପୁଣେର ମାଜିଷ୍ଟ୍ରେଟ କୋର୍ଟରେ ଅଭିଯୋଗ ଦାଖଲ କରିଥିଲେ। ୨୦୨୩ ମାର୍ଚ୍ଚ ୫ରେ ରାହୁଲ ଗାନ୍ଧି ବ୍ରିଟେନର ଏକ କାର୍ଯ୍ୟକ୍ରମରେ ସାବରକରଙ୍କ ବିରୋଧରେ ଆପତ୍ତିଜନକ ଶବ୍ଦ ପ୍ରୟୋଗ କରିଥିଲେ ବୋଲି ସେ ଅଭିଯୋଗ କରିଥିଲେ।

ସାତ୍ୟକି କହିଥିଲେ ରାହୁଲ ଗାନ୍ଧି ସବୁବେଳେ ସାବରକରଙ୍କୁ ଅପମାନିତ କରି ଆସୁଛନ୍ତି। ଏହିକ୍ରମରେ ସେ ୨୦୨୩ ମସିହା ମାର୍ଚ୍ଚ ୫ରେ ବ୍ରିଟେନରେ ଗୋଟିଏ କାର୍ଯ୍ୟକ୍ରମକୁ ସମ୍ବୋଧନ କରିବା ବେଳେ ଜାଣିଶୁଣି ସାବରକରଙ୍କ ସମ୍ପର୍କରେ ଆପତ୍ତିଜନକ ଶବ୍ଦ ବ୍ୟବହାର କରିଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+