ଟ୍ରକ ଡ୍ରାଇଭରଙ୍କ ସମର୍ଥନରେ ବାହାରିଲେ ରାହୁଲ, କହିଲେ....
ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ହିଟ୍ ଆଣ୍ଡ୍ ରନ୍ କାନୁନ ଏବଂ ଟ୍ରକ୍ ଡ୍ରାଇଭରଙ୍କ ଅନିର୍ଦ୍ଦିଷ୍ଟ କାଳ ପାଇଁ କରିଥିବା ବିରୋଧ ଉପରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି । ରାହୁଲ କହିଛନ୍ତି ଯେ, ଆଲୋଚନା ବିନା ଆଇନ ପ୍ରଣୟନ କରିବା ଜିଦ୍ ଗଣତନ୍ତ୍ରର ଆତ୍ମା ଉପରେ ଲଗାତାର ଆକ୍ରମଣ ।
କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ସୋସିଆଲ ମିଡିଆ ଏକ୍ସରେ ଲେଖିଛନ୍ତି ପ୍ରଭାବିତ ଶ୍ରେଣୀ ସହ ଆଲୋଚନା ନକରି ଏବଂ ବିରୋଧୀ ଦଳଙ୍କ ସହ କଥାବାର୍ତ୍ତା ନକରି ଆଇନ ପ୍ରଣୟନ କରିବାକୁ ଜିଦ୍ ଗଣତନ୍ତ୍ରର ଆତ୍ମା ଉପରେ ଲଗାତାର ଆକ୍ରମଣ ହୋଇଛି । ।
ଯେତେବେଳେ ୧୫୦ ରୁ ଅଧିକ ସାଂସଦଙ୍କୁ ନିଲମ୍ବିତ କରାଯାଇଥିଲା, ସେତେବେଳେ ସଂସଦରେ ଶାହେନ୍ସା ଭାରତୀୟ ଅର୍ଥନୀତିର ମେରୁଦଣ୍ଡ ଡ୍ରାଇଭରଙ୍କ ବିରୁଦ୍ଧରେ ଏକ ଆଇନ ପ୍ରସ୍ତୁତ କରିଥିଲେ, ଯାହାର ପରିଣାମ ସାଂଘାତିକ ହୋଇପାରେ ବୋଲି ରାହୁଲ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି, " ସିମିତ ରୋଜଗାର କରୁଥିବା ଏହି କଠିନ ପରିଶ୍ରମୀ ଶ୍ରେଣୀକୁ ଆଇନଗତ ଚୁଲିରେ ରଖିବା ସେମାନଙ୍କ ଜୀବନ ଉପରେ ଖରାପ ପ୍ରଭାବ ପକାଇପାରେ ।

ଏହି ଆଇନର ଅପବ୍ୟବହାର ସଂଗଠିତ ଦୁର୍ନୀତି ସହିତ ଚୋରାଚାଲାଣ ପ୍ରଣାଳୀକୁ ପ୍ରୋତ୍ସାହନ ଦେଇପାରେ । ଗଣତନ୍ତ୍ରକୁ ଚାବୁକରେ ଚଳାଉଥିବା ସରକାର ସମ୍ରାଟଙ୍କ ଆଦେଶ ଏବଂ ନ୍ୟାୟ ମଧ୍ୟରେ ପାର୍ଥକ୍ୟ ଭୁଲି ଯାଇଛନ୍ତି ବୋଲି କହିଛନ୍ତି ରାହୁଲ । ନୂଆ ଆଇନ୍ ଅନୁସାରେ, ଦୁର୍ଘଟଣା ପରେ ସୂଚନା ନଦେଇ ପଳାୟନ କଲେ ୧୦ ବର୍ଷ ପର୍ଯ୍ୟନ୍ତ ଜେଲ୍ ଏବଂ ୭ ଲକ୍ଷ ଟଙ୍କା ଜୋରିମାନା ହେବ ।
ଏହାପୂର୍ବରୁ, ଆଇପିସିର ଧାରା ୩୦୪ଏ ଅନୁଯାୟୀ ଏହି ଦଣ୍ଡ ୨ ବର୍ଷ ପର୍ଯ୍ୟନ୍ତ ଥିଲା । ହେଲେ ଦୁର୍ଘଟଣା ଓ ମୃତ୍ୟୁ ସଂଖ୍ୟା ବଢ଼ିବା କାରଣରୁ ଏପରି ନିୟମ ଲାଗୁ ହୋଇଛି । ଡ୍ରାଇଭରଙ୍କ ବିରୋଧ ପ୍ରଦର୍ଶନର ପ୍ରଭାବ ଏବେ ପୂରା ଦେଶରେ ଦେଖାଯାଉଛି । ଏହି ଧର୍ମଘଟ ଯୋଗୁ ଦେଶର ଅନେକ ସହରରେ ପେଟ୍ରୋଲ ଏବଂ ଡିଜେଲର ଅଭାବ ଦେଖାଦେଇଛି ।












Click it and Unblock the Notifications