ପଦ୍ମ ଧରିବା ପରେ ଏମିତି କହିଲେ ରଘୁବର ଦାସ

ପୁଣି ପଦ୍ମ ଧରିଲେ ପୂର୍ବତନ ରାଜ୍ୟପାଳ ରଘୁବର ଦାସ। ଓଡ଼ିଶା ରାଜ୍ୟପାଳ ପଦରୁ ଅବ୍ୟାହତି ପରେ ଗତକାଲି ବିଧିବଦ୍ଧ ଭାବେ ସେ ପୁଣି ବିଜେପିରେ ସାମିଲ ହୋଇଛନ୍ତି।

Raghubar Das

ବିଜେପିର ମିଶିବା ପରେ ରଘୁବର କହିଛନ୍ତି ୧୪ ମାସ ପାଇଁ ମହାପ୍ରଭୁ ଜଗନ୍ନାଥଙ୍କ ପବିତ୍ର ଭୂମିରେ ସେବା କରିବା ପାଇଁ ସୁଯୋଗ ମିଳିଥିଲା।ରାଜ୍ୟପାଳ ପଦବୀକୁ ଯେଉଁ ଲାଟ୍ ସାହେବ ପଦବୀ ବୋଲି କୁହାଯାଏ ତାକୁ ମୁଁ ପରିବର୍ତ୍ତନ କରିଛି। ରାଜ୍ୟପାଳ ଲାଟ୍ ସାହେବ ନୁହଁନ୍ତି, ସେ ହେଉଛନ୍ତି ଲୋକଙ୍କ ରାଜ୍ୟପାଳ।

ରାଜ୍ୟରେ ୩ ମାସରେ ୩୦ ଜିଲ୍ଲା ବୁଲି ଲୋକଙ୍କ ସମସ୍ୟା ବୁଝିଲି ବୋଲି କହିଛନ୍ତି ରଘୁବର ଦାସ। ଏହାଛଡ଼ା କେନ୍ଦ୍ର ସରକାରଙ୍କ ଯୋଜନା କେମିତି ଲୋକଙ୍କ ପାଖରେ ପହଞ୍ଚିବ ସେନେଇ ଉଦ୍ୟମ କରିଛି। ଏହାଛଡ଼ା ଯେଉଁଠି ଯୋଜନା ପହଞ୍ଚି ପାରୁନି ସେଠାରେ ଜିଲ୍ଲାପାଳ ମାନଙ୍କୁ କହି ସମାଧାନ ପାଇଁ ଉଦ୍ୟମ କରିଛି।

ସେହିପରି ସମ୍ବିଧାନର ପରିଧି ଭିତରେ ରହି କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ସମନ୍ୱୟ ରଖିଛି। ସମସ୍ୟାକୁ ଉଭୟଙ୍କୁ ଅବଗତ କରାଇଥିବା କହିଛନ୍ତି ରଘୁବର।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+