ସରକାରୀ ବଙ୍ଗଳା ଖାଲି କରିବେ ରାଘବ ଚଢା
AAP MP Raghav Chadha bungalow Row: ଆମ୍ ଆଦମୀ ପାର୍ଟି (AAP) ସାଂସଦ ରାଘବ ଚଢା ଶୁକ୍ରବାର ଦିନ କହିଛନ୍ତି ଯେ, ତାଙ୍କ ଆବଣ୍ଟିତ ବଙ୍ଗଳାକୁ ବାତିଲ କରିବା ଏକ 'ମନମୁଖୀ ପଦକ୍ଷେପ'। ସେ କହିଛନ୍ତି ଯେ ବିଜେପି ନିର୍ଦ୍ଦେଶରେ ତାଙ୍କ ସରକାରୀ ଘର ଆବଣ୍ଟନ ବାତିଲ କରାଯାଇଛି। ରାଜନୈତିକ ଉଦ୍ଦେଶ୍ୟ ତଥା ନିଜ ସ୍ୱାର୍ଥ ପାଇଁ ବିଜେପି ତାଙ୍କୁ ସରକାରୀ ବଙ୍ଗଳା ଖାଲି କରିବା ପାଇଁ ଉଦ୍ୟମ କରୁଛି ।

ରାଘବ ଚଢାଙ୍କୁ ବର୍ତ୍ତମାନ ଲୁଟିୟନ୍ସ ଦିଲ୍ଲୀରେ ଟାଇପ୍ -7 ବଙ୍ଗଳା ଛାଡିବାକୁ ପଡିପାରେ। ଶୁକ୍ରବାର ଦିନ ଦିଲ୍ଲୀର ଏକ କୋର୍ଟ କହିଛନ୍ତି ଯେ ଆବଣ୍ଟନ ବାତିଲ ହେବା ପରେ ରାଘବ ଚଢାଙ୍କର ସେହି ବଙ୍ଗଳା ଉପରେ କୌଣସି ଅଧିକାର ନାହିଁ । ଏହାପୂର୍ବରୁ ଏପ୍ରିଲରେ କୋର୍ଟ ରାଘବ ଚଢାଙ୍କୁ ସରକାରୀ ବାସଭବନ ଖାଲି କରିବା ନିର୍ଦ୍ଦେଶରେ ରୋକ୍ ଲଗାଇଥିଲେ କିନ୍ତୁ ବର୍ତ୍ତମାନ ଏହି ନିଷ୍ପତ୍ତି ପ୍ରତ୍ୟାହାର କରି ନିଆଯାଇଛି।
ରାଘବ ଚଢାଙ୍କୁ ବର୍ତ୍ତମାନ ଲୁଟିୟନ୍ସ ଦିଲ୍ଲୀରେ ଟାଇପ୍ -7 ବଙ୍ଗଳା ଛାଡିବାକୁ ପଡିପାରେ। ଶୁକ୍ରବାର ଦିନ ଦିଲ୍ଲୀର ଏକ କୋର୍ଟ କହିଛନ୍ତି ଯେ ଆବଣ୍ଟନ ବାତିଲ ହେବା ପରେ ରାଘବ ଚଢାଙ୍କର ସେହି ବଙ୍ଗଳା ଉପରେ କୌଣସି ଅଧିକାର ନାହିଁ । ଏହାପୂର୍ବରୁ ଏପ୍ରିଲରେ କୋର୍ଟ ରାଘବ ଚଢାଙ୍କୁ ସରକାରୀ ବାସଭବନ ଖାଲି କରିବା ନିର୍ଦ୍ଦେଶରେ ରୋକ୍ ଲଗାଇଥିଲେ
କିନ୍ତୁ ବର୍ତ୍ତମାନ ଏହି ନିଷ୍ପତ୍ତି ପ୍ରତ୍ୟାହାର କରି ନିଆଯାଇଛି।
ଦିଲ୍ଲୀର ପଟିଆଲା ହାଉସ କୋର୍ଟ ସାଂସଦ ରାଘବ ଚଢା ଏବଂ ରାଜ୍ୟସଭା ସଚିବାଳୟ ମଧ୍ୟରେ ଟାଇପ୍-7 ବଙ୍ଗଳା ଆବଣ୍ଟନ ମାମଲାର ଶୁଣାଣି କରିଥିଲେ। ଦିଲ୍ଲୀର ପଟିଆଲା ହାଉସ କୋର୍ଟ କହିଛନ୍ତି ଯେ, ଆବଣ୍ଟନ ବାତିଲ ହେବା ପରେ ମଧ୍ୟ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ସେ ସରକାରୀ ଆବାସ ପାଇବାକୁ ଦାବି କରିପାରିବେ ନାହିଁ। ଦିଲ୍ଲୀର ପାଣ୍ଡାରା ରୋଡରେ ରାଘବ ଚାଢାଙ୍କ ଟାଇପ୍-7 ବଙ୍ଗଳା ଆବଣ୍ଟନ ମାର୍ଚ୍ଚରେ ରାଜ୍ୟସଭା ସଚିବାଳୟ ଦ୍ୱାରା ବାତିଲ କରାଯାଇଥିଲା। ତାଙ୍କୁ କୁହାଯାଇଥିଲା ଯେ ଟାଇପ୍-7 ପ୍ରଥମ ଥର ସାଂସଦ ଭାବରେ ଯୋଗ୍ୟତାଠାରୁ ଅଧିକ ଥିବାରୁ ତାଙ୍କୁ ଏହି ଆବଣ୍ଟନ ବାତିଲ କରାଯାଇଛି ଏବଂ ତାଙ୍କୁ ଆଉ ଏକ ଫ୍ଲାଟ ଦିଆଯାଇଛି ।












Click it and Unblock the Notifications