Get Updates
Get notified of breaking news, exclusive insights, and must-see stories!

ଆଖି ଅସ୍ତ୍ରୋପଚାର ପରେ କିପରି ଅଛି ରାଘବ ଚଢାଙ୍କ ସ୍ୱାସ୍ଥ୍ୟବସ୍ଥା

Raghav Chadha Eye Surgery: ଆଖି ଅସ୍ତ୍ରୋପଚାର ପାଇଁ ରାଘବ ଚଢା ବ୍ରିଟେନରେ ଅଛନ୍ତି । ତାଙ୍କ ରେଟିନାରେ ଛୋଟ କଣା ହୋଇଥିବାରୁ ପରିଣିତୀ ଚୋପ୍ରାଙ୍କ ସ୍ୱାମୀ ତଥା ଆପ୍ ନେତା ରାଘବଙ୍କର ତୁରନ୍ତ ଅସ୍ତ୍ରୋପଚାର କରିବାକୁ ପଡିଥିଲା । ରିପୋର୍ଟ ଅନୁସାରେ ତାଙ୍କର ଅସ୍ତ୍ରୋପଚାର ଶେଷ ହୋଇଛି ।

ବର୍ତ୍ତମାନ ସେ ଲଣ୍ଡନରେ ବିଶ୍ରାମ ନେଉଛନ୍ତି, ଡାକ୍ତରଙ୍କ ଅନୁମତି ପାଇବା ପରେ ହିଁ ସେ ଭାରତ ଫେରିବେ । ଗତକାଲି ଦିଲ୍ଲୀ ମନ୍ତ୍ରୀ ସୌରଭ ଭରଦ୍ୱାଜ ମଧ୍ୟ ନିର୍ବାଚନ ସମୟରେ ଆପ୍ ନେତା ରାଘବ ଚଢାଙ୍କ ଅନୁପସ୍ଥିତିର କାରଣ ଦର୍ଶାଇଛନ୍ତି । ସେ କହିଛନ୍ତି ଯେ, ରାଘବଙ୍କ ଆଖିରେ ଗୁରୁତର ସମସ୍ୟା ରହିଛି, ତେଣୁ ତାଙ୍କର ତୁରନ୍ତ ଅସ୍ତ୍ରୋପଚାର କରିବାର ଆବଶ୍ୟକତା ରହିଛି ।

ହିନ୍ଦୁସ୍ତାନ ଟାଇମ୍ସ ରିପୋର୍ଟ ଅନୁସାରେ, ରାଘବଙ୍କ ଅସ୍ତ୍ରୋପଚାର ସଫଳ ହୋଇଛି ଏବଂ ସେ ସୁସ୍ଥ ଅଛନ୍ତି । ସେ ବର୍ତ୍ତମାନ ଲଣ୍ତନରେ ଅଛନ୍ତି ଏବଂ ସମ୍ପୂର୍ଣ୍ଣ ବେଡ୍ ରେଷ୍ଟ କରିବା ନେଇ ଡାକ୍ତର ତାଙ୍କୁ ପରାମର୍ଶ ଦେଇଛନ୍ତି । ତାଙ୍କର ଗୋଟିଏ ରେଟିନାରେ ଏକ ଛିଦ୍ର ଥିଲା,ଯେଉଁଥି ପାଇଁ ତାଙ୍କର ଦୃଷ୍ଟି ଶକ୍ତି ମଧ୍ୟ ଚାଲି ଯିବାର ସମ୍ଭାବନା ରହିଥିଲା । ଏହି କାରଣରୁ ତାଙ୍କୁ ଶୀଘ୍ର ଅସ୍ତ୍ରୋପଚାରର କରିବାର ଆବଶ୍ୟକତା ଥିଲା । ରାଘବଙ୍କ ସମ୍ପର୍କୀୟ କହିଛନ୍ତି, 'ଅସ୍ତ୍ରୋପଚାର ପୂର୍ବରୁ ଏହି ସମସ୍ୟାର ସମାଧାନ ହେବାର କୌଣସି ଗ୍ୟାରେଣ୍ଟି ନଥିଲା। ଏହା ବିପଦଜନକ ଥିଲା, ତଥାପି ଅସ୍ତ୍ରୋପଚାର ସଫଳ ହୋଇଛି ​​ଏବଂ ବର୍ତ୍ତମାନ ରାଘବ ସୁସ୍ଥ ଅଛନ୍ତି ।

Raghav Chadha

ହିନ୍ଦୁସ୍ତାନ ଟାଇମ୍ସ ରିପୋର୍ଟ ଅନୁସାରେ, ବର୍ତ୍ତମାନ ରାଘବଙ୍କ ଦୃଷ୍ଟି ଶକ୍ତି ସମ୍ପୂର୍ଣ୍ଣ ଭଲ ଅଛି। ସେ ଲଣ୍ଡନରେ ଅଛନ୍ତି, କିନ୍ତୁ ଡାକ୍ତରଖାନାରେ ନାହାଁନ୍ତି। ତାଙ୍କୁ ଖରାରେ ବାହରକୁ ନ ବାହାରିବା ପାଇଁ ପରାମର୍ଶ ଦିଆଯାଇଛି । ଆଖି ଯାଞ୍ଚ ପାଇଁ ତାଙ୍କୁ ସପ୍ତାହରେ ଦୁଇଥର ଡାକ୍ତରଖାନା ଯିବାକୁ ପଡିବ ଏବଂ ଡାକ୍ତରଙ୍କ ପରାମର୍ଶ ପରେ ତାଙ୍କୁ ଭାରତ ଆସିବାର ସୁଯୋଗ ମିଳିବ । ସେ ଆସନ୍ତା ଲୋକସଭା ନିର୍ବାଚନ ସମୟରେ ମଧ୍ୟ ଉପସ୍ଥିତ ରହିପାରିବେ ନାହିଁ ।

ଆମେ ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ପରିଣିତୀ ଏବଂ ରାଘବଙ୍କର ସେପ୍ଟେମ୍ବର 2023 ରେ ରାଜସ୍ଥାନର ଉଦୟପୁରରେ ବିବାହ ହୋଇଥିଲା । ଉଭୟଙ୍କ ବିବାହ ଏକ ରାଜକୀୟ ଶୈଳୀରେ ହୋଇଥିଲା । କିଛି ପରିବାର ସଦସ୍ୟ ଏବଂ ବନ୍ଧୁଙ୍କ ଉପସ୍ଥିତିରେ ହିଁ ଉଭୟଙ୍କ ବିବାହ ଅନୁଷ୍ଠିତ ହୋଇଥିଲା ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+