Get Updates
Get notified of breaking news, exclusive insights, and must-see stories!

କେଜ୍ରିୱାଲ୍‌ଙ୍କୁ ଜାମିନ ମିଳିବା ପରେ ରାଘବଙ୍କ ବୟାନ, କହିଲେ ଆଜି ଦେଶବାସୀଙ୍କ ଆଖି...

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ଙ୍କୁ ଅର୍ଥ ହେରଫେର ମାମଲାରେ ସୁପ୍ରିମକୋର୍ଟ ଶୁକ୍ରବାର ଦିନ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି । କେଜ୍ରିୱାଲ୍‌ଙ୍କୁ ଏହି ଜାମିନ୍ ଜୁନ୍ ୧ ତାରିଖ ପର୍ଯ୍ୟନ୍ତ ମିଳିଛି । ଦିଲ୍ଲୀରେ ଭୋଟିଂ ପୂର୍ବରୁ ନିଜ ଜାମିନକୁ ଅପେକ୍ଷା କରିଥିବା କେଜ୍ରିୱାଲଙ୍କୁ ଏବଂ ତାଙ୍କ ପାର୍ଟିକୁ ଏହା ଏକ ଆଶ୍ୱସ୍ତିମୂଳକ ଖବର ।

କେଜ୍ରୱାଲଙ୍କୁ ଜାମିନ ମିଳିବା ପରେ ଆପର ରାଜ୍ୟ ସଭା ଏମପି ରାଘବ ଚଢା ତାଙ୍କ ନିରବତାକୁ ଭାଙ୍ଗି କିଛି ହୃଦୟସ୍ପର୍ଶୀ କଥା କହିଛନ୍ତି । ସେ ଏକ୍ସରେ ପୋଷ୍ଟ କରି କହିଛନ୍ତି ଯେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ହେତୁ ପ୍ରତ୍ୟେକ ଦେଶବାସୀଙ୍କ ଆଖି ଖୁସିରେ ଓଦା ହୋଇଯାଇଛି । ରାଘବ ଚଢା କହିଛନ୍ତି- ପ୍ରତ୍ୟେକ ଦେଶବାସୀଙ୍କ ଆଖି ଖୁସିର ଲୁହରେ ଭିଜି ଯାଇଛି । ତାଙ୍କ ଭାଇ ଅରବିନ୍ଦ କେଜରିୱାଲ ଜେଲରୁ ବାହାରକୁ ଆସିବାକୁ ଯାଉଛନ୍ତି । ଆଜି ସାରେ ଜେଲର ତାଲା ଭାଙ୍ଗିଯିବ, କେଜରିୱାଲଙ୍କୁ ମୁକ୍ତ କରାଯିବ । ଗଣତନ୍ତ୍ରର ସୁରକ୍ଷା ପାଇଁ ମାନ୍ୟବର ସୁପ୍ରିମକୋର୍ଟଙ୍କୁ ହୃଦୟରୁ କୃତଜ୍ଞତା ।

raghav chadda

ସୁଚନାନୁସାରେ , କେଜ୍ରିୱାଲଙ୍କ ଦ୍ୱାରା ଦାଖଲ ହୋଇଥିବା ଏକ ଅନ୍ତରୀଣ ଜାମିନ ଆବେଦନ ଉପରେ ଶୁଣାଣି କରିଥିଲେ ଜଷ୍ଟିସ୍ ସଞ୍ଜୀବ ଖାନ୍ନା ଏବଂ ଦୀପଙ୍କର ଦତ୍ତ । ଦିଲ୍ଲୀର ମଦ ନୀତି ମାମଲାରେ ତାଙ୍କୁ ଗିରଫ କରାଯାଇଥିବା ବେଳେ ଚାଲିଥିବା ଲୋକସଭା ନିର୍ବାଚନ ପ୍ରଚାରରେ ଅଂଶଗ୍ରହଣ କରିବାକୁ ମଧ୍ୟବର୍ତ୍ତୀକାଳୀନ ଜାମିନ ଆବେଦନ କରାଯାଇଥିଲା ।

ଯାହାକୁ ଅଦାଲତ ମଞ୍ଜୁରୀ ଦେଇଛନ୍ତି । ସର୍ବୋଚ୍ଚ ଅଦାଲତ କେଜ୍ରିୱାଲଙ୍କୁ ଜୁନ୍ ୧ ଯାଏ ଅନ୍ତରୀଣ ଜାମିନ୍ ପ୍ରଦାନ କରିଛନ୍ତି । ଜୁନ ୨ରେ ପୁଣି ଥରେ ସରେଣ୍ଡର କରିବାକୁ ପଡ଼ିବ । ଇଡି କୋର୍ଟ ଅନ୍ତରୀଣ ଜାମିନକୁ ବିରୋଧ କରିଥିଲା କିନ୍ତୁ ଜଷ୍ଟିସ୍ ସଞ୍ଜୀବ ଖନ୍ନା ଏବଂ ଜଷ୍ଟିସ୍ ଦୀପଙ୍କର ଦରାଙ୍କ ଖଣ୍ଡପୀଠ କେଜ୍ରିୱାଲଙ୍କ ସପକ୍ଷରେ ରାୟ ଶୁଣାଇ ଅନ୍ତରୀଣ ଜାମିନ ଦେଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+