ଲୋକସଭା ନିର୍ବାଚନ ଲଢିବେ ରଚନା, ହୁଗୁଳିରେ ବିଜେପି ପ୍ରାର୍ଥୀଙ୍କୁ ଦେବେ କଡା ଟକ୍କର

କୋଲକତା: ଲୋକସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ତୃଣମୂଳ କଂଗ୍ରେସ । ଟିଏମସି ଆଜି ନିଜ ପ୍ରାର୍ଥୀମାନଙ୍କ ତାଲିକା ଜାରି କରିଛି । ଏହି ଲିଷ୍ଟରେ ୪୨ ଜଣ ପ୍ରାର୍ଥୀଙ୍କ ନାଁ ରହିଛି । ଆଉ ଏଥିରେ ଅଭିନେତ୍ରୀ ରଚନା ବାନାର୍ଜିଙ୍କ ନାଁ ରହିଛି । ଲୋକସଭା ନିର୍ବାଚନ ଲଢିବେ ଅଭିନେତ୍ରୀ ରଚନା ବାନାର୍ଜୀ । ଲୋକପ୍ରିୟ ଓଡିଆ ଫିଲ୍ମ ଅଭିନେତ୍ରୀ ରଚନା ବାନାର୍ଜୀ ଚଳିତ ବର୍ଷ ଟିଏମସି ଟିକେଟରୁ ଲୋକସଭା ନିର୍ବାଚନ ଲଢିବାକୁ ଯାଉଛନ୍ତି ।

ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ ଦଳ ରଚନାଙ୍କୁ ହୁଗୁଳି ଲୋକସଭା ଆସନରୁ ପ୍ରାର୍ଥୀ କରିଛି । ୨୦୧୯ ନିର୍ବାଚନରେ ଏହି ଆସନ ବିଜେପି ଖାତାକୁ ଯାଇଥିଲା । ଏଠାରେ ଏବେ ସାଂସଦ ଅଛନ୍ତି ବିଜେପିର ଲୋକପ୍ରିୟ ନେତ୍ରୀ ଲୋକେଟ୍ ଚାଟାର୍ଜୀ । ତେବେ ଲୋକେଟ୍ ଚାଟାର୍ଜୀଙ୍କୁ ଚେକ୍ ଦେବା ପାଇଁ ଲୋକପ୍ରିୟ ଅଭିନେତ୍ରୀ ରଚନା ବାନାର୍ଜୀଙ୍କୁ ପ୍ରାର୍ଥୀ କରିଛି ଟିଏମସି ।

Rachana Banerjee

ଅଭିନେତ୍ରୀ ରଚନା ବାନାର୍ଜୀ ଅନେକ ଓଡ଼ିଆ ଚଳଚ୍ଚିତ୍ରରେ ତାଙ୍କ ଅଭିନୟର ଯାଦୁ ଦେଖାଇଛନ୍ତି । ସେ ପଶ୍ଚିମବଙ୍ଗର ମଧ୍ୟ ଆଗଧାଡ଼ିର ନାୟିକା । ଖାଲି ଓଡ଼ିଆ କି ବଙ୍ଗଳା ନୁହେଁ ବରଂ ସେ ହିନ୍ଦୀ ଫିଲ୍ମରେ ମଧ୍ୟ ଅଭିନୟ କରି ବେଶ ପ୍ରଶଂସା ସାଉଁଟିଛନ୍ତି । ରଚନାଙ୍କୁ ମିଳିଥିବା ଆସନରୁ ସେ ଭଲ ପ୍ରଦର୍ଶନ କରିବେ ବୋଲି ଆଶାୟୀ ଅଛି ଟିଏମସି ।

ରଚନା ବାନାର୍ଜୀ ପ୍ରଥମେ ୧୯୯୪ ମସିହାରେ 'ସାଗର ଗଙ୍ଗା' ଚଳଚ୍ଚିତ୍ର ଜରିଆରେ ଓଲିଉଡ୍‌ରେ ପାଦ ଦେଇଥିଲେ। ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିଲେ ରାଜୁ ମିଶ୍ର। ତା'ପରେ ପରେ ସେ 'ଭାଇ ହେଲା ଭଗାରୀ', 'ସୁଭଦ୍ରା', 'ଯଶୋଦା', 'ସିନ୍ଦୂର ନୁହେଁ ଖେଳ ଘର', 'ଗଙ୍ଗା ଯମୁନା, 'ଲକ୍ଷେ ଶିବ ପୂଜି ପାଇଛି ପୁଅ', 'ନାରୀ ବି ପିନ୍ଧି ପାରେ ରକ୍ତ ସିନ୍ଦୂର', 'ସନ୍ତାନ' 'ସାଗର ଗଙ୍ଗା' ଆଦି ବହୁ ଚମତ୍କାର ଚଳଚ୍ଚିତ୍ରରେ ନଜର ଆସିଛନ୍ତି। 'ସକଳ ତୀର୍ଥ ତୋ ଚରଣେ' ଚଳଚ୍ଚିତ୍ରରେ ଉତ୍ତମ ମହାନ୍ତିଙ୍କ ସହ ନଜର ଆସି ଦର୍ଶକଙ୍କୁ ବିମୋହିତ କରିଥିଲେ ଏହି ବଙ୍ଗଳା ସୁନ୍ଦରୀ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+