କୋଲକାତା ବଳାତ୍କାର ମାମଲା: ଏକମାତ୍ର ଅଭିଯୁକ୍ତ ସଞ୍ଜୟ ରାୟ ପାଇଁ ସିବିଆଇ ମାଗିଲା ମୃତ୍ୟୁ ଦଣ୍ଡ
କୋଲକାତା: କୋଲକାତା ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଚାଲିଥିବା ଲେଡି ଡାକ୍ତର ଦୁଷ୍କର୍ମ ଓ ହତ୍ୟା ମାମଲାରେ ଗୁରୁବାର ଶୁଣାଣି ଶେଷ ହୋଇଛି। କୋଲକାତାର ଶିଆଲଦାହ କୋର୍ଟରେ ଏହି ମାମଲାର ଶୁଣାଣି ଚାଲିଥିଲା। ଏବେ କୋର୍ଟ ୧୮ ଜାନୁଆରୀରେ ଏହି ମାମଲାରେ ନିଜ ରାୟ ପ୍ରଦାନ କରିବେ। ସିବିଆଇ ଗିରଫ ଏକମାତ୍ର ଅଭିଯୁକ୍ତ ସଞ୍ଜୟ ରୟ ପାଇଁ ମୃତ୍ୟୁଦଣ୍ଡ ମାଗିଛି।
ଏହି ଜଘନ୍ୟ କାଣ୍ଡରେ ସିବିଆଇର ଭୂମିକା ନେଇ କୋଲକାତା ଡାକ୍ତରମାନେ ଲଗାତାର ବିରୋଧ ଜାରି ରଖିଛନ୍ତି। ଡାକ୍ତରମାନେ ସିବିଆଇ ଯାଞ୍ଚରେ ଅନାବଶ୍ୟକୀୟ ବିଳମ୍ବ ଓ ଅପରାଧିଙ୍କୁ ବଞ୍ଚାଇବା ପାଇଁ ପୋଲିସ ସହ ମିଶିଥିବାର ଅଭିଯୋଗ କରିଛି। ଏହା ସହ କେନ୍ଦ୍ରୀୟ ଏଜେନ୍ସିକୁ ତଦନ୍ତ ପରିସର ବଢାଇବାର ଦାବି କରିଥିଲା। ଏଭଳି ପରିସ୍ଥିତିରେ କୋର୍ଟଙ୍କ ନିଷ୍ପତ୍ତି ଉପରେ ସମସ୍ତଙ୍କର ନଜର ରହିଛି।

ଅତିରିକ୍ତ ଜିଲ୍ଲା ଏବଂ ସେସନ୍ କୋର୍ଟ ଅନିର୍ବାନ ଦାସଙ୍କ କୋର୍ଟ ଏହି ମାମଲାରେ ଶୁଣାଣି କରିଛନ୍ତି। ଏହି ସମୟରେ ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରାୟ ଷଡଯନ୍ତ୍ରକାରୀ ଭାବରେ କୋଲକାତାର ପୂର୍ବତନ ପୋଲିସ କମିଶନର ଭିନିତ ଗୋୟଲ ଓ ସ୍ପେଶାଲ ଡେପୁଟି କମିଶନର(ଡିଟେକ୍ଟିଭ ଡିପାର୍ଟମେଣ୍ଟ)ର ନାଁ ନେଇଥିଲା। ତା'ର କହିବା ଅନୁସାରେ, ଏହି କେସ୍ରେ ଷଡଯନ୍ତ୍ର ଅନୁସାରେ ତାକୁ ଫଶା ଯାଇଛି।
ସେ ସମ୍ପୂର୍ଣ୍ଣ ଭାବରେ ନିର୍ଦୋଷ।ମୁଁ ଦୁଷ୍କର୍ମ କିମ୍ବା ହତ୍ୟା କରିନି। ମୋତେ ଚୁପ୍ ରହିବାକୁ ଧମକ ଦିଆଯାଇଛି। ମୋର ବିଭାଗ(କୋଲକାତା ପୋଲିସ) ମୋତେ ଧମକ ଦେଇଛି। ତେବେ କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସି ସିବିଆଇ ନିଜର ଚାର୍ଜସିଟ୍ରେ ସଞ୍ଜୟ ରାୟଙ୍କୁ ଅସଲି ଅପରାଧି ବୋଲି କହିଛି। ଏହି ମାମଲାକୁ ଗଣଦୁଷ୍କର୍ମ ବଦଳରେ ଦୁଷ୍କର୍ମ ଭାବରେ ଦେଖାଯାଉଛି।












Click it and Unblock the Notifications