କୋଲକାତା ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ: ହାଇକୋର୍ଟଙ୍କୁ ଏମିତି କହିଲେ ପୀଡ଼ିତାଙ୍କ ଘରଲୋ
ନୂଆଦିଲ୍ଲୀ : କୋଲକାତାରେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ- ହତ୍ୟା କେସ୍ରେ ନୂଆ ଟ୍ୱିଷ୍ଟ । ସୋମବାର କୋଲକାତା ହାଇକୋର୍ଟରେ ଶୁଣାଣି ବେଳେ ପୀଡ଼ିତ ପକ୍ଷର ଓକିଲ କୋର୍ଟଙ୍କୁ କହିଛନ୍ତି କି, ସେ ଦୋଷୀ ସଞ୍ଜୟ ରାୟର ଫାଶୀ ଚାହୁଁ ନାହାନ୍ତି। ଏହା ପୂର୍ବରୁ ତଳ କୋର୍ଟ ସଞ୍ଜୟକୁ ମରିବା ଯାଏ ଆଜୀବନ ସଜା ଶୁଣାଇ ଥିଲେ। କୋର୍ଟ ଟିପ୍ପଣୀ କରିଥିଲେ କି, ଏହି ଅପରାଧ ଅତି ଜଙ୍ଘନ୍ୟ ଶ୍ରେଣୀରେ ଆସୁ ନାହିଁ , ଏଥିପାଇଁ ମୃତ୍ୟୁଦଣ୍ଡ ଦିଆଯାଇ ପାରିବ ନାହିଁ। ଏହି ରାୟ ବିରୋଧରେ ସିବିଆଇ ଓ ପଶ୍ଚିମବଙ୍ଗ ସରକାର ହାଇକୋର୍ଟରେ ଅପିଲ ଦାଏର କରି ଦୋଷୀର ଫାଶୀ ଦାବି କରିଛନ୍ତି।
କୋଲକାତାର ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଦୁଷ୍କର୍ମ ଓ ହତ୍ୟାର ଶିକାର ୩୧ ବର୍ଷିୟା ଡାକ୍ତରଙ୍କ ମାତା ପିତା କହିଛନ୍ତି କି, ସେ ଜଙ୍ଘନ୍ୟକାଣ୍ଡର ଦୋଷୀ ସଞ୍ଜୟ ରାୟ ପାଇଁ ଫାଶୀ ଦାବି କରୁ ନାହାନ୍ତି । ସୋମବାର ଶୁଣାଣି ବେଳେ ତାଙ୍କର ଓକିଲ ଗାର୍ଗୀ ଗୋସ୍ୱାମୀ କୋଲକାତା ହାଇକୋର୍ଟଙ୍କୁ ତାଙ୍କର ଆଭିମୁଖ୍ୟ ବିଷୟରେ ଅବଗତ କରାଇଛନ୍ତି। କୋର୍ଟରେ ପୀଡ଼ିତ ପରିବାର ପକ୍ଷରୁ ଗୋସ୍ୱାମୀ କହିଛନ୍ତି , କେବଳ ଏଥିପାଇଁ କି , ତାଙ୍କର ଝିଅ ନିଜର ଜୀବନ ହରାଇ ଦେଇଛନ୍ତି, ଏହାର ଅର୍ଥ ଏହା ନୁହେଁ ଯେ, ଦୋଷୀକୁ ମଧ୍ୟ ନିଜର ଜୀବନ ଦେବାକୁ ହେବ।

କୋଲକାତା ହତ୍ୟା-ଦୁଷ୍କର୍ମ କେସ୍ରେ ତଳ କୋର୍ଟ ସଞ୍ଜୟ ରାୟଙ୍କୁ ମରିବା ଯାଏ ଆଜୀବନ ସଜା ଶୁଣାଇ ଥିଲେ। କୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ ଦେଇ ପଶ୍ଚିମବଙ୍ଗର ମମତା ସରକାର ଓ ସିବିଆଇ ହାଇକୋର୍ଟରେ ଅପିଲ ଦାଏର କରିଛନ୍ତି ଏବଂ ଦୋଷୀଙ୍କୁ ଫାଶି ଦଣ୍ଡ ଦେବାକୁ ଦାବି କରିଛନ୍ତି। ଅପିଲର ପ୍ରାରମ୍ଭିକ ଶୁଣାଣି ପରେ ହାଇକୋର୍ଟ ନିଜର ନିଷ୍ପତ୍ତି ସୁରକ୍ଷିତ ରଖିଛନ୍ତି।












Click it and Unblock the Notifications