UPSC ଲାଟେରାଲ ଏଣ୍ଟ୍ରୀ ଉପରେ ପ୍ରତିକ୍ରୟା ରଖିଲେ ଚିରାଗ, କହିଲେ ଏହା ଚିନ୍ତାର...

ନୂଆଦିଲ୍ଲୀ: କେନ୍ଦ୍ର ସରକାରରେ ଲାଟେରାଲ ଏଣ୍ଟ୍ରିରୁ ଅଫିସର ନିଯୁକ୍ତିରେ ସଂରକ୍ଷଣ ପ୍ରସଙ୍ଗ ଗଭୀର ହେବାରେ ଲାଗିଛି । ସରକାରରେ ଥିବା ଲୋକ ଜନଶକ୍ତି ପାର୍ଟି (ରାମବିଳାସ) ମୁଖ୍ୟ ଚିରାଗ ପାସୱାନ କହିଛନ୍ତି ଯେ ଏହି ପ୍ରସଙ୍ଗରେ ତାଙ୍କ ଦଳର ଆଭିମୁଖ୍ୟ ସ୍ପଷ୍ଟ । ନ୍ୟୁଜ୍ ଏଜେନ୍ସି ପିଟିଆଇକୁ ଦେଇଥିବା ଏକ ଭିଡିଓ ସାକ୍ଷାତକାରରେ ସେ କହିଛନ୍ତି,

ଯେଉଁଠାରେ ସରକାରୀ ନିଯୁକ୍ତି ଦିଆଯାଉଛି, ସେଠାରେ ସଂରକ୍ଷଣ ବ୍ୟବସ୍ଥା ପାଳନ କରାଯିବା ଉଚିତ । ଏହି ସୂଚନା (ଲାଟେରାଲ ଏଣ୍ଟ୍ରି ଜରିଆରେ ସରକାରୀ ଅଧିକାରୀଙ୍କ ନିଯୁକ୍ତି) ଯେଭଳି ଭାବେ ସାମ୍ନାକୁ ଆସିଛି, ତାହା ଚିନ୍ତା ବଢ଼ାଇଛି କାରଣ ମୁଁ ସରକାରଙ୍କ ଅଂଶ ।ଚିରାଗ ପାସୱାନକହିଛନ୍ତି ଯେ ସରକାରଙ୍କ ସମ୍ମୁଖରେ ଏହି ପ୍ରସଙ୍ଗ ଉଠାଇବାକୁ ସେ ଯୋଜନା କରୁଛନ୍ତି।

Chirag Paswan

ଯେତେବେଳେ ଅଗଷ୍ଟ ୧୭ରେ କେନ୍ଦ୍ର ସରକାର ଏକ ବିଜ୍ଞାପନ ଜାରି କରିଥିଲେ ସେତେବେଳେ ଏହି ପ୍ରସଙ୍ଗ ଉଠିଥିଲା। ଯେଉଁଥିରେ ୨୪ଟି ମନ୍ତ୍ରଣାଳୟରେ ଯୁଗ୍ମ ସଚିବ ଏବଂ ଡେପୁଟି ସେକ୍ରେଟାରୀ ପଦବୀରେ ଲାଟେରାଲ୍ ନିଯୁକ୍ତି ପାଇଁ ନାଗରିକଙ୍କ ଠାରୁ ଆବେଦନ କରାଯାଇଥିଲା। ବର୍ତ୍ତମାନ ଚିରାଗ ପାସୱାନ୍ ଏହା ବିରୋଧରେ ବାହାରିଛନ୍ତି। ତାଙ୍କ ଦଳ ଏନଡିଏ ସରକାରରେ ସହଯୋଗୀ।

ୟୁପିଏସ୍‌ସି ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି ଯେ ଦକ୍ଷ ଓ ଅନୁପ୍ରାଣିତ ଭାରତୀୟ ନାଗରିକମାନେ କେନ୍ଦ୍ର ସରକାରଙ୍କ ବିଭିନ୍ନ ବରିଷ୍ଠ ପ୍ରଶାସନିକ ପଦପବଦୀରେ ଲାଟେରାଲ ନିଯୁକ୍ତି ପାଇଁ ଦରଖାସ୍ତ ଦେଇ ପାରିବେ। ଯୁଗ୍ମ ସଚିବ, ନିର୍ଦ୍ଦେଶକ ଓ ଉପ ସଚିବ ଭାବେ ୨୪ଟି ମନ୍ତ୍ରଣାଳୟରେ ସେମାନଙ୍କୁ ଲାଟେରାଲ ଏଣ୍ଟ୍ରୀ ପ୍ରକ୍ରିୟାରେ ନିଯୁକ୍ତି ମିଳିବ। ଏନେଇ ୪୫ଟି ପଦ ଖାଲି ରହିଛି। ତେବେ ପ୍ରଶାସନିକ ସେବାରେ ଲାଟେରାଲ ଏଣ୍ଟ୍ରୀ ପ୍ରସଙ୍ଗ ବିତର୍କର କାରଣ ହୋଇଛି।

କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଏପରି ପ୍ରକ୍ରିୟାକୁ ତୀବ୍ର ସମାଲୋଚନା କରିଛନ୍ତି। ରାହୁଲ ଗାନ୍ଧି ଅଭିଯୋଗ କରିଛନ୍ତି ଯେ ଆରଏସଏସ ପ୍ରତି ବିଶ୍ୱସ୍ତ ହୋଇଥିବା ଅଫିସରମାନଙ୍କୁ ପଛ ଦୂଆରରେ ଏଣ୍ଟ୍ରୀ କରାଇବା ପାଇଁ ଏହା ମୋଦି ସରକାରଙ୍କ ଚାଲ। ୟୁପିଏସ୍‌ସିକୁ ସାଇଡ୍ କରିବା ପାଇଁ ଲାଟେରାଲ ଏଣ୍ଟ୍ରୀକୁ ବ୍ୟବହାର କରାଯାଉଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+