ଏପ୍ରିଲ ୨୨ରେ ପହଲଗାମ ଆକ୍ରମଣ ପରେ ପାକିସ୍ତାନୀଙ୍କୁ ‘ଭାରତ ଛାଡ଼' ନୋଟିସ୍

ଏପ୍ରିଲ ୨୨ରେ ପହଲଗାମ ଆକ୍ରମଣ ପରେ ପାକିସ୍ତାନୀଙ୍କୁ 'ଭାରତ ଛାଡ଼' ନୋଟିସ୍ ହୋଇଛି। ଭାରତରେ ରହୁଥିବା ପାକିସ୍ତାନ ନାଗରିକଙ୍କ ପାଇଁ ୪୮ ଘଣ୍ଟାର ଡେଡଲାଇନ୍ ଦେଇଥିଲା ଭାରତ। ଯାହା ଏପ୍ରିଲ ୨୭ ତାରିଖରେ ଶେଷ ହୋଇଛି। ଆଉ ଏହି ୪୮ ଘଣ୍ଟା ଭିତରେ ଭାରତ ଛାଡ଼ିଲେଣି ୫୩୭ ପାକିସ୍ତାନୀ।

'ଭାରତ ଛାଡ଼' ନୋଟିସ୍ ଅନୁଯାୟୀ ଭାରତରେ ରହୁଥିବା ପାକିସ୍ତାନ ନାଗରିକଙ୍କ ପାଇଁ ୪୮ ଘଣ୍ଟାର ଡେଡଲାଇନ୍ ଦିଆଯାଇଛି। ସାର୍କ ଭିସାଧାରୀଙ୍କୁ ଏପ୍ରିଲ ୨୬ ତାରିଖ ପର୍ଯ୍ୟନ୍ତ ଭାରତ ଛାଡ଼ିବାକୁ ନିର୍ଦ୍ଦେଶ ଥିଲା। କେନ୍ଦ୍ର ସରକାର ୧୨ ଶର୍ଟ-ଟର୍ମ ଭିସାଧାରୀଙ୍କୁ ଭାରତ ଛାଡ଼ିବାକୁ ନିର୍ଦ୍ଦେଶ ଦେଇଥିଲେ। ମେଡିକାଲ ଭିସାଧାରୀଙ୍କୁ ଏପ୍ରିଲ ୨୯ ପର୍ଯ୍ୟନ୍ତ ସମୟ ଦିଆଯାଇଛି। ଭାରତ ନଛାଡ଼ିଲେ, ମିଳିବ କଡ଼ା ଦଣ୍ଡ। ୩ ବର୍ଷର ଜେଲ ଦଣ୍ଡାଦେଶ ସହ ୩ଲକ୍ଷ ଟଙ୍କାର ଜରିମାନା ଭୋଗିବେ।

Quit India notice issued

ତେବେ ଗତ ଦୁଇ ଦିନରେ ୨୭୨ ପାକିସ୍ତାନୀ ଅଟାରୀ-ୱାଘା ସୀମା ଦେଇ ଭାରତ ଛାଡ଼ିଛନ୍ତି। ଏପର୍ଯ୍ୟନ୍ତ ମହାରାଷ୍ଟ୍ର, ତେଲେଙ୍ଗାନା, କେରଳ, ମଧ୍ୟପ୍ରଦେଶ, ଓଡ଼ିଶା, ଗୋଆ, ଗୁଜରାଟ ଓ ୟୁପିରେ ରହୁଥିବା ପାକିସ୍ତାନ ନାଗରିକ ଭାରତ ଛାଡ଼ିଛନ୍ତି। ମହାରାଷ୍ଟ୍ରରେ ପାଖାପାଖି ୧ ହଜାର ପାକିସ୍ତାନୀ ନାଗରିକ ଶର୍ଟ-ଟର୍ମ ଭିସାରେ ଥିଲେ। ଭାରତକୁ ୬୨୯ ଭାରତୀୟ ନାଗରିକ ପାକିସ୍ତାନରୁ ଫେରୁଛନ୍ତି। ଏଥିରେ ୧୩ ଜଣ କୁଟନୀତିଜ୍ଞ ଓ ଅଧିକାରୀ ସାମିଲ ଅଛନ୍ତି। ଏପ୍ରିଲ ୨୫ରେ ୧୯୧ ପାକିସ୍ତାନୀ ନାଗରିକ ଅଟାରୀ-ୱାଘା ସୀମା ଦେଇ ଭାରତ ଛାଡ଼ିଛନ୍ତି। ଏପ୍ରିଲ ୨୬ରେ ଭାରତ ଛାଡ଼ିଛନ୍ତି ୮୧ଜଣ ପାକିସ୍ତାନୀ।

ସେହିପରି ଓଡ଼ିଶା ଛାଡ଼ି ପାକିସ୍ତାନ ଯିବା ପାଇଁ ନିର୍ଦ୍ଦେଶ ଆସିବା ପରେ ଅସୁସ୍ଥ ହୋଇପଡିଛନ୍ତି ବାଲେଶ୍ବର ଜିଲ୍ଲା ସୋରର ରେଜିଆ ସୁଲତାନା। ତାଙ୍କର ରକ୍ତଚାପ ବଢିଯାଇଥିବାରୁ ଡାକ୍ତର ବିଶ୍ରାମ ନେବାକୁ ପରାମର୍ଶ ଦେଇଛନ୍ତି। ରେଜିଆ ସୁଲତାନାଙ୍କ ପୁଅଙ୍କ କହିବା କଥା ହେଲା, ତାଙ୍କ ପରିବାର ଦୀର୍ଘ ବର୍ଷ ହେଲା ଓଡ଼ିଶାରେ ରହୁଛନ୍ତି। ଏଠାର ଆଧାର କାର୍ଡ, ରାସନ୍ କାର୍ଡ ସବୁ କିଛି ରହିଛି। ହେଲେ କାହିଁକି ତାଙ୍କୁ ପାକିସ୍ତାନ ଯିବାକୁ ନୋଟିସ୍ ହୋଇଛି ବୋଲି ପ୍ରଶ୍ନ କରିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+