Get Updates
Get notified of breaking news, exclusive insights, and must-see stories!

ବ୍ରିଟେନ ରାଣୀଙ୍କ ପାଇଁ ଆଜି ଭାରତ ପାଳୁଛି ଦିନିକିଆ ରାଷ୍ଟ୍ରୀୟ ଶୋକ

ରାଣୀଙ୍କୁ ସମ୍ମାନ ଜଣାଇ ଆଜି ଭାରତରେ ଦିନିକିଆ ରାଷ୍ଟ୍ରୀୟ ଶୋକଦିବସ ପାଳିତ ହେଉଛି । ଏଥିନେଇ ଆଜି ଭାରତର ସମସ୍ତ ସୌଧରେ ଜାତୀୟ ପତାକା ଅର୍ଦ୍ଧନମିତ ରହିଛି ।

ନୂଆଦିଲ୍ଲୀ: ବ୍ରିଟେନ ମହାରାଣୀ ଏଲିଜାବେଥ ଦ୍ବିତୀୟଙ୍କ ଦେହାନ୍ତରେ ସାରା ବିଶ୍ବ ଶୋକ ପ୍ରକାଶ କରିଛି। ରାଣୀଙ୍କୁ ସମ୍ମାନ ଜଣାଇ ଆଜି ଭାରତରେ ଦିନିକିଆ ରାଷ୍ଟ୍ରୀୟ ଶୋକଦିବସ ପାଳିତ ହେଉଛି । ଏଥିନେଇ ଆଜି ଭାରତର ସମସ୍ତ ସୌଧରେ ଜାତୀୟ ପତାକା ଅର୍ଦ୍ଧନମିତ ରହିଛି । ଆଜି କୌଣସି ପ୍ରକାର ମନୋରଞ୍ଜନଧର୍ମୀ କାର୍ଯ୍ୟକ୍ରମ ମଧ୍ୟ ହେବ ନାହିଁ । କେବଳ ଆମ ଦେଶ ନୁହେଁ ପ୍ରାୟ 50ଟି ଦେଶ ରାଣୀଙ୍କୁ ସମ୍ମାନ ଦେଇ ରାଷ୍ଟ୍ରୀୟ ଧ୍ବଜ ଅର୍ଦ୍ଧନମିତ କରିବା ସହିକ ଶୋକ ପାଳନ କରିବେ ।

QUEEN
A
ଗୁରୁବାର ସ୍କଟଲ୍ୟାଣ୍ଡର ବାଲମୋରାଲ କ୍ୟାସଲରେ 96 ବର୍ଷ ବୟସରେ ରାଣୀଙ୍କ ଦେହାନ୍ତ ହୋଇଥିଲା । ଅନେକ ଦିନ ହେବ ରାଣୀ ବାର୍ଦ୍ଧକ୍ୟଜନିତ ଅସୁସ୍ଥତା ଯୋଗୁଁ ଚିକିତ୍ସିତ ହେଉଥିଲେ । ତାଙ୍କର ବ୍ୟକ୍ତିଗତ ଡାକ୍ତର ତାଙ୍କର ଚିକିତ୍ସା କରୁଥିଲେ । ହଠାତ ଗୁରୁବାର ଅଧିକ ଗୁରୁତର ହୋଇପଡିଥିଲା ରାଣୀଙ୍କ ସ୍ବାସ୍ଥ୍ୟବସ୍ଥା । ଏହାର କିଛି ସମୟ ପରେ ରାଣୀଙ୍କ ମୃତ୍ୟୁ ହୋଇଥିବା ନେଇ ଜଣାପଡିଥିଲା ।

FLAG

ମହାରାଣୀଙ୍କ ମହାପ୍ରୟାଣରେ ବ୍ରିଟେନରେ 7 ଦିନିଆ ଶୋକ ଦିବସ ପାଳନ ହେଉଛି । ଆସନ୍ତା 19 ତାରିଖରେ ଲଣ୍ଡନର ୱେଷ୍ଟମିନଷ୍ଟର ଆବେରେ ମହାରାଣୀଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ । ଏନେଇ ବ୍ରିଟେନ ରାଜପରିବାର ପକ୍ଷରୁ ଘୋଷଣା କରାଯାଇଛି । ଏହାପୂର୍ବରୁ ମହାରାଣୀଙ୍କ ମରଶରୀର ୱେଷ୍ଟମିନଷ୍ଟର ହଲରେ ସର୍ବସାଧାରଣଙ୍କ ଦର୍ଶନ ପାଇଁ ରଖାଯିବ । ପରେ ଶୋଭାଯାତ୍ରାରେ କଫିନକୁ ନିଆଯାଇ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ କରାଯିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+