କର୍ଣ୍ଣାଟକରେ କାୟାବିସ୍ତାର କରୁଛି କରୋନା: ପୁଣି ଫେରିଲା କ୍ୱାରେଣ୍ଟାଇନ୍
Corona: କର୍ଣ୍ଣାଟକରେ କାୟାବିସ୍ତାର କରୁଛି କରୋନା । ସଂକ୍ରମଣ ରୋକିବା ପାଇଁ ବର୍ତ୍ତମାନ କର୍ଣ୍ଣାଟକ ସରକାରଙ୍କ ପକ୍ଷରୁ ସମସ୍ତ ବ୍ୟବସ୍ଥା ଆପଣାଯାଉଛି । କରୋନାର ନୂଆ ଭ୍ୟାରିଆଣ୍ଟ JN-1ର ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ବର୍ତ୍ତମାନ ଆଲର୍ଟ ମୋଡରେ ସରକାର । ଆଗକୁ ନୂଆ ବର୍ଷ ଆସୁଥିବାରୁ ସଂକ୍ରମଣ ବଢିବାର ଆଶଙ୍କା ରହିଛି ଯେଉଁଥି ପାଇଁ ଗତକାଲି କ୍ୟାବିନେଟ୍ ବୈଠକ ବସିଥିବା ବେଳେ ରାଜ୍ୟ ପାଇଁ କରୋନା ଗାଇଡଲାଇନ୍ ଜାରି କରାଯାଇଛି ।

ସୂଚନା ଅନୁସାରେ, କର୍ଣ୍ଣାଟକରେ ବଢୁଥିବା ସଂକ୍ରମଣକୁ ନଜରରେ ରଖି ରାଜ୍ୟରେ ପୁଣି କ୍ୱାରେଣ୍ଟାଇନ୍ ଫେରିଛି । ସେହିପରି ମାସ୍କ ପିନ୍ଧିବା, ସାମାଜିକ ଦୂରତା ବଜାୟୀ ରଖିବା ସହ କୋଭିଟ୍ ଚିହ୍ନଟ ହେଲେ ୭ ଦିନ ପର୍ଯ୍ୟନ୍ତ କ୍ୱାରେଣ୍ଟାଇନରେ ରହିବା ପାଇଁ ନିର୍ଦ୍ଦେଶ ଜାରି କରାଯାଇଛି ।
ସେହିପରି ଟିକାକରଣ ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି ଯେଉଁଥିବା ପାଇଁ କର୍ଣ୍ଣାଟକ ସରକାର କେନ୍ଦ୍ର ସରକାରଙ୍କ ଠାରୁ ୩୦ ହଜାର ଡୋଜ କିଣିବା ନେଇ ମଧ୍ୟ ସୂଚନା ରହିଛି । ଏନେଇ ସ୍ୱାସ୍ଥ୍ୟମନ୍ତ୍ରୀ ଦିନେଶ ଗୁଣ୍ତୁ ରାଓ କହିଛନ୍ତି, 'ଆଗକୁ ନୂଆ ବର୍ଷ ଆସୁଥିବାରୁ ସରକରାଙ୍କ ପକ୍ଷରୁ ସେଲିବ୍ରେସନ ଉପରେ କୌଣସି ପ୍ରତିବନ୍ଧକ ଲଗାଯିବ ନାହିଁ । ଯଦି ସ୍ଥିତି ଗମ୍ଭିର ହୁଏ ଏନେଇ ନିର୍ଦ୍ଦେଶାବଳୀ ଜାରି କରାଯିବ ।












Click it and Unblock the Notifications