Get Updates
Get notified of breaking news, exclusive insights, and must-see stories!

‘କ୍ଷମତାକୁ ଆସିଲେ କମ୍ ଦାମରେ ଦେବି କ୍ୱାଲିଟି ମଦ'

ନିର୍ବାଚନରେ ଜିତିବା ପାଇଁ ଜନପ୍ରିୟ ପ୍ରତିଶ୍ରୁତି ଦେବା ସାଧାରଣ କଥା, କିନ୍ତୁ ଆନ୍ଧ୍ରପ୍ରଦେଶରେ ଏନଡିଏର ସହଯୋଗୀ ତେଲୁଗୁ ଦେଶମ ଦଳର ମୁଖ୍ୟ ତଥା ପୂର୍ବତନ ସିଏମ ଚନ୍ଦ୍ରବାବୁ ନାଇଡୁ ଏଭଳି ଏକ ଜନପ୍ରିୟ ପ୍ରତିଶୃତି ଦେଇଛନ୍ତି ଯାହା ସାରା ଦେଶରେ ଆଲୋଚନା ହେଉଛି । ଚନ୍ଦ୍ରବାବୁ ନାଇଡୁ କମ୍ ମୂଲ୍ୟରେ ଭଲ ଗୁଣାତ୍ମକ ମଦ ଦେବା ନେଇ ଦେଇଛନ୍ତି ପ୍ରତିଶୃତି । ନିକଟରେ ଲୋକସଭା ଆସନ କୁପାମରେ ଅନୁଷ୍ଠିତ ଏକ ରାଲିରେ ଟିଡିପି ସୁପ୍ରିମୋ ତଥା ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡୁ ଏହି ପ୍ରତିଶ୍ରୁତି ଦେଇଛନ୍ତି ।

କୁପାମ ରାଲିରେ ଟିଡିପି ସୁପ୍ରିମୋ କହିଛନ୍ତି ଯେ ଆମର ସାନ ଭାଇଙ୍କ ଚାହିଦା ଯେ ମଦ ଦର ହ୍ରାସ କରାଯାଉ । ସେ ଆହୁରି କହିଛନ୍ତି, "ମୁଁ ଆପଣଙ୍କୁ କହୁଛି ୪୦ ଦିନ ପରେ (ଟିଡିପି ସରକାର ଗଠନ ହେବା ପରେ) ଆମେ କେବଳ ଭଲ ଗୁଣବତ୍ତା ନୁହେଁ ବରଂ କମ୍ ମୂଲ୍ୟର ମଦ ମଧ୍ୟ ଯୋଗାଇବୁ ।" ଏଥିସହ ସେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ୍ ମୋହନ ରେଡ୍ଡୀ ଏବଂ ତାଙ୍କ ୱାଇଏସଆର କଂଗ୍ରେସ ପାର୍ଟିକୁ ୨୦୧୯ ନିର୍ବାଚନରେ ରାଜ୍ୟରେ ମଦ ନିଷେଧ କରିବାକୁ ପ୍ରତିଶ୍ରୁତି ଦେଇଥିବାରୁ ସମାଲୋଚନା କରିଛନ୍ତି ।

Chandrababu Naidu

ଟିଡିପି ମୁଖ୍ୟ କହିଛନ୍ତି, "ମଦ ଦର ସମେତ ସମସ୍ତ ଦ୍ରବ୍ୟର ମୂଲ୍ୟ ଅତ୍ୟଧିକ ବୃଦ୍ଧି ପାଇଛି । ମୁଁ ଯେତେବେଳେ ମଦ ବିଷୟରେ ଉଲ୍ଲେଖ କରେ ସେତେବେଳେ ଆମର ସାନ ଭାଇମାନେ ଖୁସି ହୁଅନ୍ତି । ସେମାନେ ଚାହାଁନ୍ତି ଯେ ମଦ ଦର ହ୍ରାସ ହେଉ । ଏହା ଜଗନ୍ ମୋହନ ରେଡ୍ଡୀ ହିଁ ମୂଲ୍ୟ ବୃଦ୍ଧି କରିଛନ୍ତି । ପରିସ୍ଥିତି ଏମିତି ହେଉଛି ଯେ ପକେଟରେ ୧୦୦ ଟଙ୍କା ଅଛି ଏବଂ ଏହାର ମୂଲ୍ୟ ୨୦୦ ଟଙ୍କାରେ ପହଞ୍ଚିଛି ।

" ସେ ଆହୁରି କହିଛନ୍ତି, 'ଜଗନ ରେଡ୍ଡୀ ସରକାର ବେଳେ ମଦ ଦର ୬୦ ଟଙ୍କାରୁ ୨୦୦ ଟଙ୍କା କୁ ବୃଦ୍ଧି ପାଇଛି । ୱାଇଏସଆର କଂଗ୍ରେସ ସରକାର ନିମ୍ନ ମାନର ମଦରେ ଅଧିକ ଦାମ୍ ନେଉଛି ବୋଲି ନାଇଡୁ ଦାବି କରିଛନ୍ତି । ତେଣୁ ଆମ ସରକାର ଆନ୍ଧ୍ରପ୍ରଦେଶରେ ମେଣ୍ଟରେ ସାମିଲ ଥିବା ଅନ୍ୟତମ ଦଳ ଜନସେନା ମୁଖ୍ୟ ପବନ କଲ୍ୟାଣ କହିଛନ୍ତି, ନିମ୍ନ ମାନର ମଦ ପିଇଲେ ଲୋକେ ଅସୁସ୍ଥ ହେବା ନିଶ୍ଚିତ । ମଦ କିଣିବା ବେଳେ କାହିଁକି ଡିଜିଟାଲ ପେମେଣ୍ଟ ଗ୍ରହଣ କରାଯାଉନି ବୋଲି ସେ ପ୍ରଶ୍ନ କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+