ଦେଶର ୫୦ ହଜାର ସ୍ୱାସ୍ଥ୍ୟକେନ୍ଦ୍ରକୁ ମିଳିଛି ରାଷ୍ଟ୍ରୀୟ ଗୁଣବତ୍ତା ସୁନିଶ୍ଚିତ ମାନକ ପ୍ରମାଣପତ
ଦେଶରେ ୫୦ ହଜାର ସ୍ୱାସ୍ଥ୍ୟକେନ୍ଦ୍ର ନ୍ୟାଶନାଲ୍ କ୍ୱାଲିଟି ଆସୁରାନ୍ସ ଷ୍ଟାଣ୍ଡାର୍ଡ-ଏନ୍କ୍ୟୁଏଏସ୍ ପ୍ରମାଣପତ୍ର ପାଇଛନ୍ତି ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ରୋଗୀଙ୍କ ପ୍ରତି ବିଶେଷ ଯତ୍ନ, ଗୁଣବତ୍ତା ଓ ସୁରକ୍ଷା ସୁନିଶ୍ଚିତ କରିବାରେ ସରକାରଙ୍କ ପ୍ରତିବଦ୍ଧତାକୁ ଏହା ପ୍ରତିଫଳିତ କରୁଛି । ଜନସ୍ୱାସ୍ଥ୍ୟ କେନ୍ଦ୍ର ପାଇଁ ସ୍ୱତନ୍ତ୍ର ସହାୟତା ସହ ସ୍ୱାସ୍ଥ୍ୟକ୍ଷେତ୍ରରେ ବିଶ୍ୱସ୍ତରୀୟ ସୁବିଧା ଦେବା ଲାଗି
ଏନ୍କ୍ୟୁଏଏସ୍ ବ୍ୟବସ୍ଥାକୁ ବିକଶିତ କରାଯାଇଛି ।

୨୦୨୪ ଜୁନ୍ରୁ ଏହା କାର୍ଯ୍ୟକାରୀ କରାଯାଉଛି ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ପ୍ରାରମ୍ଭିକ ଅବସ୍ଥାରେ ଜିଲ୍ଲା ହସ୍ପିଟାଲରେ ଓ ପରବର୍ତ୍ତୀ ସମୟରେ ଉପଖଣ୍ଡସ୍ତରୀୟ ସ୍ୱାସ୍ଥ୍ୟକେନ୍ଦ୍ର, ଗୋଷ୍ଠୀ ସ୍ୱାସ୍ଥ୍୍ୟକେନ୍ଦ୍ର ଏବଂ ଆୟୁଷ ଆରୋଗ୍ୟ ମନ୍ଦିର- ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଆଦିରେ ଏହାକୁ ଲାଗୁ କରାଯାଇଥିଲା ।












Click it and Unblock the Notifications