ମୋଦିଙ୍କ ସହ କଥା ହେଲେ ପୁଟିନ,କହିଲେ ଭାରତର ସବୁପ୍ରକାରର କାର୍ଯ୍ୟାନୁଷ୍ଠାନ ପଛରେ ରୁଷର ସମର୍ଥନ ରହିବ ...

ମୋଦିଙ୍କ ସହ କଥା ହେଲେ ପୁଟିନ । ଫୋନ୍ କରି ପ୍ରଧାନମନ୍ତ୍ରୀଙ୍କ ସହ କଥା ହେଲେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ତୀବ୍ର ନିନ୍ଦା କରିଛନ୍ତି ରୁଷ ରାଷ୍ଟ୍ରପତି । ପହଲଗାମ ଆକ୍ରମଣ ଘଟଣାରେ ଭାରତକୁ ପୂର୍ଣ୍ଣ ସମର୍ଥନ ଘୋଷଣା କରିଛନ୍ତି । ରାଷ୍ଟ୍ରପତି ପୁଟିନ ଏହି ହମଲାରେ ନିର୍ଦ୍ଦୋଷ ଲୋକଙ୍କ ମୃତ୍ୟୁରେ ସମ୍ୱେଦନା ବ୍ୟକ୍ତ କରି କହିଛନ୍ତି କି, ଆତଙ୍କବାଦ ବିରୋଧରେ ଭାରତର ଲଢେଇରେ ରୁଷ୍‌ର ପୂରା ସମର୍ଥନ ଅଛି। ଏହାସହ ସେ ଏହି କଥା ଉପରେ ମଧ୍ୟ ଜୋର ଦେଇଛନ୍ତି ଯେ ,ଏହି ଭୀରୁତାପୂର୍ଣ୍ଣ ହମଲାର ଅଭିଯୁକ୍ତଙ୍କୁ ଓ ତାଙ୍କର ସମର୍ଥକଙ୍କୁ ଖୁବ୍‌ କଡ଼ା ଦଣ୍ଡ ମିଳିବା ଉଚିତ୍‌।

ବିଦେଶ ମନ୍ତ୍ରଣାଳୟର ପ୍ରବକ୍ତା ରଣଧୀର ଜାୟସୱାଲ ଉଭୟ ନେତାଙ୍କ ମଧ୍ୟରେ ହୋଇଥିବା ଏହି କଥାବାର୍ତ୍ତା ବିଷୟରେ ସୋସିଆଲ ମିଡ଼ିଆରେ ଏକ ପୋଷ୍ଟରେ ଲେଖିଛନ୍ତି, ରାଷ୍ଟ୍ରପତି ପୁଟିନ ପିଏମ ମୋଦିଙ୍କୁ ଫୋନ୍‌ କରି ପହଲଗାମରେ ହୋଇଥିବା ଆତଙ୍କୀ ହମଲାର କଡ଼ା ନିନ୍ଦା କରିଛନ୍ତି। ସେ ନିର୍ଦ୍ଦୋଷ ଲୋକଙ୍କ ମୃତ୍ୟୁରେ ନିଜର ସମ୍ୱେଦନା ବ୍ୟକ୍ତ କରିଛନ୍ତି ଏବଂ ଆତଙ୍କବାଦ ବିରୋଧରେ ଲଢେଇରେ ଭାରତକୁ ପୂରା ସମର୍ଥନ ଦେବା କଥା କହିଛନ୍ତି। ଏହା ବ୍ୟତୀତ ସେ ଏହି କଥା ଉପରେ ମଧ୍ୟ ଜୋର ଦେଇଛନ୍ତି ଯେ , ଆତଙ୍କବାଦୀଙ୍କୁ ଓ ତାଙ୍କର ସମର୍ଥକଙ୍କୁ କଠିନରୁ କଠିନ ଦଣ୍ଡ ମିଳିବା ଉତିତ୍‌।

Putin speaks to PM Modi

ପୂର୍ବରୁ ମଧ୍ୟ ପୁଟିନ ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା କରି ଏହାକୁ ଏକ ନିଷ୍ଠୁର ଅପରାଧ ବୋଲି କହିଥିଲେ। ଏବଂ ଭାରତ ସହିତ ଆତଙ୍କବାଦ ବିରୋଧରେ ଲଢ଼ିବାରେ ରୁଷର ସମର୍ଥନକୁ ଦୋହରାଇଥିଲେ। ତେବେ ଦୁଇ ବିଦେଶୀ ପ୍ରଭାବ ସତ୍ତ୍ୱେ ଦୁଇ ଦେଶର ସମ୍ପର୍କରେ କୌଣସି ପ୍ରଭାବ ପଡ଼ି ନାହିଁ ବରଂ ଆହୁରି ମଜଭୁତ ହୋଇଛି ବୋଲି ଉଭୟ ନେତା ସହମତ ହୋଇଥିବା ଜୟସ୍ୱାଲ୍ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି। ସେ ଲେଖିଛନ୍ତି "ଉଭୟ ନେତା ସ୍ୱତନ୍ତ୍ର ଏବଂ ସୁବିଧାପ୍ରାପ୍ତ ରଣନୈତିକ ସହଭାଗୀତାକୁ ଆହୁରି ଗଭୀର କରିବା ପାଇଁ ସେମାନଙ୍କର ପ୍ରତିବଦ୍ଧତାକୁ ଦୋହରାଇଲେ।"

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+