ମୋଦିଙ୍କୁ ପ୍ରଶଂସାରେ ପୋତି ପକାଇଲେ ପୁଟିନ, ‘ମେକ୍-ଇନ-ଇଣ୍ଡିଆ’କୁ ଏମିତି କିଛି କହିଲେ ଋଷ ରାଷ୍ଟ୍ରପତି
ମସ୍କୋ: ପ୍ରଧାନମନ୍ତ୍ରୀ ମୋଦୀଙ୍କ 'ମେକ୍ ଇନ୍ ଇଣ୍ଡିଆ' କାର୍ଯ୍ୟକ୍ରମକୁ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ପ୍ରସଂଶା କରିଛନ୍ତି । ଏହି ପଦକ୍ଷେପ ସହ ଭାରତରେ ବ୍ୟବସାୟ ପାଇଁ ଏକ ସ୍ଥିର ବାତାବରଣ ସୃଷ୍ଟି ପାଇଁ ସେ ମୋଦୀଙ୍କୁ ପ୍ରସଂଶା କରିଛନ୍ତି । ଭାରତରେ ଉତ୍ପାଦନ କାରଖାନା ସ୍ଥାପନ କରିବାକୁ ମଧ୍ୟ ରୁଷ ରାଷ୍ଟ୍ରପତି ପ୍ରସ୍ତାବ ଦେଇଛନ୍ତି। ଭାରତରେ କ୍ଷୁଦ୍ର ଓ ମଧ୍ୟମ ଧରଣର ଉଦ୍ୟୋଗ (SMEs) ପାଇଁ ସ୍ଥାୟୀ ପରିସ୍ଥିତି ସୃଷ୍ଟି ଉପଲକ୍ଷେ ସରକାରଙ୍କ ଉଦ୍ୟମ ପାଇଁ ସେ ଭାରତ ସରକାର ଏବଂ ଏହାର ନେତୃତ୍ୱକୁ ପ୍ରଶଂସା କରିଥିଲେ।
ମସ୍କୋରେ ଭିଟିବି ନିବେଶ ଫୋରମକୁ ସମ୍ବୋଧିତ କରି ଭ୍ଲାଦିମିର ପୁଟିନ ରୁଷିଆର ଆମଦାନୀ ପ୍ରତିସ୍ଥାପନ କାର୍ଯ୍ୟକ୍ରମ ଏବଂ ଭାରତର 'ମେକ ଇନ ଇଣ୍ଡିଆ' ପଦକ୍ଷେପ ଏବଂ ରୁଷିଆ ମଧ୍ୟରେ ସମାନତା ଆଙ୍କିଛନ୍ତି। ପୁଟିନ ଏହା ମଧ୍ୟ କହିଛନ୍ତି ଯେ, ଭାରତର ନେତୃତ୍ୱ ଏହାର ସ୍ବାର୍ଥକୁ ପ୍ରାଧାନ୍ୟ ଦେବା ନୀତି ଉପରେ ଧ୍ୟାନ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କର ମଧ୍ୟ ମେକ ଇନ ଇଣ୍ଡିଆ ନାମକ ଏକ କାର୍ଯ୍ୟକ୍ରମ ରହିଛି।

ଆମେ ମଧ୍ୟ ଭାରତରେ ଆମର ଉତ୍ପାଦନ ପଏଣ୍ଟ ସୃଷ୍ଟି କରିବାକୁ ପ୍ରସ୍ତୁତ। ଭାରତର ପ୍ରଧାନମନ୍ତ୍ରୀ ସ୍ଥିର ପରିସ୍ଥିତି ସୃଷ୍ଟି କରୁଛନ୍ତି ଏବଂ ଏହାର କାରଣ ହେଉଛି ଭାରତୀୟ ନେତୃତ୍ୱ ଭାରତକୁ ପ୍ରାଥମିକତା ଦେବାର ନୀତି ଉପରେ ଚାଲୁଛି ଏବଂ ଆମେ ବିଶ୍ୱାସ କରୁ ଯେ ଭାରତରେ ପୁଞ୍ଜି ବିନିଯୋଗ ଲାଭଦାୟକ ଅଟେ।କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ସଂସ୍ଥାଙ୍କ ଅଭିବୃଦ୍ଧିକୁ ସହାୟତା ପାଇଁ ବ୍ରିକ୍ସ ଦେଶମାନଙ୍କ ମଧ୍ୟରେ ଅଧିକରୁ ଅଧିକ ସହଯୋଗ ପାଇଁ ପୁଟିନ ଆହ୍ବାନ ଦେଇଛନ୍ତି । ଏହା ସହ ଆସନ୍ତା ବର୍ଷ ବ୍ରାଜିଲରେ ହେବାକୁ ଥିବା ଶିଖର ସମ୍ମିଳନୀ ନିମନ୍ତେ ସହଯୋଗର ପ୍ରମୁଖ କ୍ଷେତ୍ରଗୁଡ଼ିକର ଚିହ୍ନଟ ପାଇଁ ସେ ସଦସ୍ୟ ରାଷ୍ଟ୍ରମାନଙ୍କୁ ଉତ୍ସାହିତ କରିଥିଲେ ।












Click it and Unblock the Notifications