ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ପୁଷ୍କର ସିଂ ଧାମି
ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଆଜି ପୁଷ୍କର ସିଂ ଧାମି ଶପଥ ଗ୍ରହଣ କରିଛନ୍ତି। ରାଜଭବନରେ ରାଜ୍ୟପାଳ ବେବି ରାଣୀ ମୌର୍ଯ୍ୟା ତାଙ୍କୁ ରାଜ୍ୟର ୧୧ତମ ମୁଖ୍ୟମନ୍ତ୍ରୀ ଭାବେ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି।
ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଆଜି ପୁଷ୍କର ସିଂ ଧାମି ଶପଥ ଗ୍ରହଣ କରିଛନ୍ତି। ରାଜଭବନରେ ରାଜ୍ୟପାଳ ବେବି ରାଣୀ ମୌର୍ଯ୍ୟା ତାଙ୍କୁ ରାଜ୍ୟର ୧୧ତମ ମୁଖ୍ୟମନ୍ତ୍ରୀ ଭାବେ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି। ଧାମିଙ୍କ ବ୍ୟତିତ ସତ୍ୟପାଲ ମହାରାଜ, ହରକ ସିଂହ ରାୱତ, ବଂଶୀଧର ଭଗତ, ୟଶପାଲ, ବିରାନ ସିଂହ ମନ୍ତ୍ରୀପଦ ପାଇଁ ଶପଥ ନେଇଛନ୍ତି।

ତେବେ ୪୫ ବର୍ଷୀୟ ଧାମି ରାଜ୍ୟର ସର୍ବକନିଷ୍ଠ ମୁଖ୍ୟମନ୍ତ୍ରୀ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ତୀରଥ ସିଂ ରାୱତଙ୍କ ଇସ୍ତଫା ପରେ ଉତ୍ତରାଖଣ୍ଡର ପରବର୍ତ୍ତୀ ଡୋରି କାହା ହାତରେ ରହିବ। ସେନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ତାର ଅନ୍ତ କରିଛନ୍ତି ଧାମି।












Click it and Unblock the Notifications