ଅଗ୍ନିବୀରଙ୍କୁ ପାଇଁ ବଡ଼ ଘୋଷଣା କଲେ ସରକାର

ଡେରାଡୁନ୍ : ଅଗ୍ନିବୀରଙ୍କୁ ପାଇଁ ବଡ଼ ଘୋଷଣା କଲା ଉତ୍ତରାଖଣ୍ଡ ସରକାର । ଉତ୍ତରାଖଣ୍ଡ ସରକାର ଅଗ୍ନିବୀରଙ୍କୁ ସଂରକ୍ଷଣ ଦେବେ । ରବିବାର ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଏହା ଘୋଷଣା କରିଛନ୍ତି । ଧାମି କହିଛନ୍ତି, ରାଜ୍ୟ ଅଗ୍ନିବୀର କର୍ମଚାରୀଙ୍କୁ ସରକାରୀ ବିଭାଗରେ ନିଯୁକ୍ତି ଦିଆଯିବ ବୋଲି ସରକାର ପୂର୍ବରୁ ନିଷ୍ପତ୍ତି ନେଇଛନ୍ତି । ସରକାର ସେମାନଙ୍କୁ ସଂରକ୍ଷଣ ମଧ୍ୟ ଦେବେ । ଆବଶ୍ୟକ ହେଲେ ଏଥିପାଇଁ ଏକ ଆଇନ ମଧ୍ୟ ପ୍ରସ୍ତୁତ କରାଯିବ ।

ଏହାପୂର୍ବରୁ ହରିୟାଣାର ନାୟବ ସିଂ ସଇନି ସରକାର ସରକାରୀ ଚାକିରିରେ ଅଗ୍ନିବୀର କର୍ମଚାରୀଙ୍କୁ ୧୦ ପ୍ରତିଶତ ସଂରକ୍ଷଣ ମିଳିବ ବୋଲି ଘୋଷଣା କରିଥିଲେ । ଗ୍ରୁପ ସିରେ ୧୦ ପ୍ରତିଶତ ସଂରକ୍ଷଣ ଦିଆଯିବ । ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ମଧ୍ୟ ବିନା ସୁଧରେ ଉପଲବ୍ଧ ହେବ । ହରିୟାଣାରେ ରାଜ୍ୟ ସରକାରଙ୍କ ଦ୍ୱାରା ନିଯୁକ୍ତ ହେବାକୁ ଥିବା କନଷ୍ଟେବଳ, ମାଇନିଂ ଗାର୍ଡ, ଫରେଷ୍ଟ ଗାର୍ଡ, ଜେଲ ୱାର୍ଡେନ ଏବଂ ଏସପିଓ ନିଯୁକ୍ତିରେ ୧୦ ପ୍ରତିଶତ ସଂରକ୍ଷଣ ମିଳିବ । ଗ୍ରୁପ ବି ଏବଂ ସିରେ ସରକାରୀ ପଦବୀ ପାଇଁ ସର୍ବାଧିକ ୩ ବର୍ଷର ଆରାମ ପ୍ରଦାନ କରାଯିବ, କିନ୍ତୁ ପ୍ରଥମ ବ୍ୟାଚ ଅଗ୍ନିବୀରଙ୍କ କ୍ଷେତ୍ରରେ ଏହି ଆରାମ ୫ ବର୍ଷ ହେବ ।

Pushkar Singh Dhami

ସେ ଆହୁରି ମଧ୍ୟ କହିଛନ୍ତି, ଗ୍ରୁପ ସିରେ ସିଭିଲ ପୋଷ୍ଟରେ ସିଧାସଳଖ ନିଯୁକ୍ତିରେ ଅଗ୍ନିବୀର କର୍ମଚାରୀଙ୍କ ପାଇଁ ସରକାର ୫ ପ୍ରତିଶତ ଏବଂ ଗ୍ରୁପ ବିରେ ଏକ ପ୍ରତିଶତ ସଂରକ୍ଷଣ ପ୍ରଦାନ କରିବେ । ଯଦି କୌଣସି ଅଗ୍ନିବୀରଙ୍କ କୌଣସି ଶିଳ୍ପ ୟୁନିଟ ଦ୍ୱାରା ମାସକୁ ୩୦ ହଜାରରୁ ଅଧିକ ବେତନ ଦିଆଯାଏ, ତେବେ ଆମ ସରକାର ସେହି ଶିଳ୍ପ ୟୁନିଟକୁ ବାର୍ଷିକ ୬୦ ହଜାର ଟଙ୍କା ସବସିଡି ଦେବେ ।

ଯଦି କୌଣସି ଅଗ୍ନିବୀର ନିଜର ଉଦ୍ୟୋଗ ପ୍ରତିଷ୍ଠା କରିବାକୁ ଚାହାଁନ୍ତି ତେବେ ସରକାର ୫ ଲକ୍ଷ ଟଙ୍କା ଋଣ ଉପରେ ସୁଧ ଛାଡ଼ କରିବେ ।
୨୦୨୨ ଜୁନରେ କେନ୍ଦ୍ର ସରକାର ପ୍ରଥମ କରି ସେନାରେ ଅଗ୍ନିପଥ ନିଯୁକ୍ତି ବ୍ୟବସ୍ଥା ଆରମ୍ଭ କରିଥିଲେ । ଏହି ନିଯୁକ୍ତି ମାଧ୍ୟମରେ ସାଢେ ୧୭ ବର୍ଷରୁ ୨୧ ବର୍ଷ ବୟସ୍କ ପିଲା ସେନାରେ ନିୟୋଜିତ ହୋଇ ପାରୁଥିଲେ । ଅଗ୍ନିପଥ ଯୋଜନାରେ ସାମିଲ ହେଉଥିବା ଯବାନଙ୍କ କାର୍ଯ୍ୟକାଳ ୪ ବର୍ଷ ରଖାଯାଇଛି ।

ନିଯୁକ୍ତ ଅଗ୍ନବୀରଙ୍କ ମଧ୍ୟରୁ ୨୫ ପ୍ରତିଶତ ଯବାନଙ୍କ ଚାକିରି କାଳ ଆଉ ୧୫ ବର୍ଷ ପାଇଁ ବଢ଼ାଯିବାର ବ୍ୟବସ୍ଥା ଥିବା ବେଳେ ଅବଶିଷ୍ଟ ୭୫ ପ୍ରତିଶତ ଯବାନଙ୍କୁ କ୍ଷତିପୂରଣ ସହ ଅବସର ଦିଆଯିବାର ବ୍ୟବସ୍ଥା ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+