ପୁରୀ ଯାଉଛନ୍ତି କି, ତେବେ ଜାଣିରଖନ୍ତୁ:ଆଜି ୪ ଘଣ୍ଟା ବନ୍ଦ ରହିବ ଶ୍ରୀଜିଉଙ୍କ ଦର୍ଶନ

ପୁରୀ:ଆଜି ୪ ଘଣ୍ଟା ବନ୍ଦ ରହିବ ଶ୍ରୀଜିଉଙ୍କ ଦର୍ଶନ । ଶ୍ରୀବିଗ୍ରହମାନଙ୍କ ଖସାପଡ଼ା ନୀତି ଯୋଗୁଁ ପ୍ରଶାସନ ପକ୍ଷରୁ ସର୍ବସାଧାରଣ ଦର୍ଶନ ବନ୍ଦ କରାଯାଇଛି । ସଂଧ୍ୟା ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବ । ତେବେ ଏହି ସମୟରେ ଭକ୍ତମାନେ ମନ୍ଦିର ପରିସରରେ ଅନ୍ୟ ସମସ୍ତ ଦେବାଦେବୀଙ୍କୁ ଦର୍ଶନ କରିପାରିବେ ।

puri

ମହାପ୍ରଭୁଙ୍କ ଗୁପ୍ତନୀତି ଖସାପଡ଼ା ନୀତି ପାଇଁ ଦର୍ଶନ ବନ୍ଦ ରହିବ ବୋଲି ସୂଚନା ମିଳିଛି । ପ୍ରଶାସନର ସୂଚନା ଅନୁସାରେ, ଆଜି ଅପରାହ୍ନ ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଚାରି ଘଣ୍ଟା ପାଇଁ ବନ୍ଦ ରହିବ ଶ୍ରୀଜିଉଙ୍କ ଦର୍ଶନ । ମହାପ୍ରଭୁଙ୍କ ଏହି ଗୁପ୍ତ ନୀତି ଯୋଗୁଁ ସାଧାରଣ ଭକ୍ତଙ୍କ ଦର୍ଶନ ଉପରେ ରୋକ ଲଗାଯାଇଛି ।

ଖସାପଡ଼ା ନୀତି କ'ଣ
ଏହା ଶ୍ରୀଜିଉଙ୍କର ଏକ ଗୁପ୍ତ ନୀତି । ଏଥିପାଇଁ ପୂର୍ବଦିନରୁ ଦେଉଳକରଣ ଧଳାକନା ଧୋଇ ଶୁଖାଇ ଗାରଦରେ ଜମା ଦେଇଥାନ୍ତି । ଶୁଦ୍ଧସୁଆର ଖଳି, କଇଁଥ, ଅଠା ଯୋଗାଇଥାନ୍ତି । ମଧ୍ୟାହ୍ନ ଧୂପ ପରେ ଶ୍ରୀମନ୍ଦିରର ଜୟବିଜୟ ଦ୍ୱାରା ବନ୍ଦ କରାଯାଏ । ବେହେରଣ ଦ୍ୱାରା ଦେଇ ଦିଇତାପତିମାନେ ଗର୍ଭଗୃହକୁ ଯାଇ ରତ୍ନସିଂହାସନ ଉପରେ ମହାପ୍ରଭୁଙ୍କ ଗୁପ୍ତ ନୀତି ସମ୍ପନ୍ନ କରିଥାନ୍ତି । ଏହି ସମୟରେ ଧଳାକନା, ଖଳି ଏବଂ କଇଁଥ ଅଠାର ବ୍ୟବହାର କରି ମହପ୍ରଭୁଙ୍କ ଶ୍ରୀଅଙ୍ଗକୁ ସାଜାଇଥାଏ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+