Get Updates
Get notified of breaking news, exclusive insights, and must-see stories!

ବି ପ୍ରାକଙ୍କୁ ହତ୍ୟା ଧମକ ଦେଲା ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗ,୧୦ କୋଟି ଦିଅ ନଚେତ୍ ....

ପଞ୍ଜାବୀ ଗାୟକ ତଥା ବଲିଉଡ ଲୋକପ୍ରିୟ ଗାୟକ ବି ପ୍ରାକଙ୍କୁ ମିଳିଲା ହତ୍ୟା ଧମକ । ସପ୍ତାହ ମଧ୍ୟରେ ୧୦କୋଟି ଦିଅ ନହେଲେ ବଡ଼ ପରିଣାମ ଭୋଗିବାକୁ ପଡ଼ିବ । ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗ ଏହି ଧମକ ଦେଇ ୧୦ କୋଟି ଟଙ୍କା ଦାବି କରିଛନ୍ତି। ରିପୋର୍ଟ ଅନୁଯାୟୀ, ବି. ପ୍ରାକ୍ ସହିତ ଜଡିତ ପଞ୍ଜାବୀ ଗାୟକ ଦିଲନୂରଙ୍କୁ ୧୦ କୋଟି ଦାବି କରି ଏକ ଧମକପୂର୍ଣ୍ଣ ଫୋନ୍ ଆସିଥିଲା।

ବି. ପ୍ରାକ୍ ବଲିଉଡର ଏକ ପ୍ରମୁଖ ନାମ ଯାହାଙ୍କ ଅନେକ ସୁପରହିଟ୍ ଗୀତ ଅଛି। ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି। ଅତୀତରେ ଗାୟକ ଏବଂ ଅନ୍ୟ ଅଭିନେତାମାନେ ମଧ୍ୟ ସମାନ ଧମକ ପାଇଛନ୍ତି ଯେଉଁଠାରେ ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗ ବିଭିନ୍ନ ସେଲିବ୍ରିଟିଙ୍କଠାରୁ ଦାଦାବଟି ଦାବି କରିଛନ୍ତି।

ବି ପ୍ରାକଙ୍କୁ ଧମକ ଦେଇଥିବା କଲର ନିଜ ନାମ ଆରଜୁ ବିଷ୍ଣୋଇ କହିଛି । ଆରଜୁ ଯିଏକି ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର । ସେ ବିଦେଶରେ ଲୁଚିଛି । ସେ ଫୋନ୍ କରି ଧମକ ଦେଇ କହିଛି ହ୍ୟାଲୋ ମୁଁ ଆରଜୁ ବିଷ୍ଣୋଇ କହୁଛି । ଏହା ପରେ ବି ପ୍ରାକଙ୍କୁ ମେସେଜ କରି ୧୦ କୋଟି ଟଙ୍କା ଦେବାକୁ ଦାବି କରିଛି । ଅଡିଓ ରେକର୍ଡ ପଞ୍ଜାବ ସିଙ୍ଗର ଦିଲନୁରଙ୍କୁ ଜାନୁଆରୀ ୬ରେ ପଠାଯାଇଥିଲା । ଏହା ପୂର୍ବରୁ ଦିଲନୁର ଜାନୁଆରୀ ୫ରେ ଦୁଇଥର କଲ ଆସିଥିଲା ।

bishnoi

ହେଲେ ଦିଲନୁର କଲ୍ ଉଠାଇନଥିଲେ । ଜାନୁଆରୀ ୬ରେ ଏକ ବିଦେଶୀ ନମ୍ବରରୁ ଫୋନ୍ ଆସିଥିଲା ।ହେଲେ ଦିଲନୁର କଲ୍ ଉଠାଇନଥିଲେ । ଜାନୁଆରୀ ୬ରେ ଏକ ବିଦେଶୀ ନମ୍ବରରୁ ଫୋନ୍ ଆସିଥିଲା । ଦିଲନୁରଙ୍କ ଅଭିଯୋଗ ଅନୁସାରେ ସେ କଲ ଉଠାଇବା ପରେ କଥା ହେବା ପରେ ଅଜବ ଅନୁଭବ କରିଥିଲେ । ତ ସେ କଲ କାଟି ଦେଇଥିଲେ । ଏହା ପରେ ସିଙ୍ଗରଙ୍କୁ ଭଏସ ମେସେଜ ଆସିଥିଲା । ଏହାକୁ ନେଇ ମୋହାଲିରେ ଅଭିଯୋଗ କରିଛନ୍ତି । ଧମକ ସିଧାସଳଖ ବି ପ୍ରାକ୍‌ଙ୍କୁ ନୁହେଁ ତାଙ୍କ ବନ୍ଧୁ ତଥା ପଞ୍ଜାବୀ ସିଙ୍ଗର ଦିଲନୁରଙ୍କ ଜରିଆରେ ଦିଆଯାଇଛି । ଘଟଣାର ତଦନ୍ତ ଜାରି ରହିଛି ।

ଗୋଟିଏ ସପ୍ତାହର ଅଲ୍ଟିମେଟମ୍ ହତ୍ୟା ଧମକ- ଭଏସ୍ ମେସେଜରେ, ସେମାନଙ୍କୁ ଧମକ ଦେଉଥିବା ବ୍ୟକ୍ତି କହିଥିଲେ ଯେ, ସେମାନଙ୍କୁ ଟଙ୍କା ଦେବାକୁ ଗୋଟିଏ ସପ୍ତାହ ସମୟ ଦିଆଯାଇଛି । ଯଦି ଟଙ୍କା ନ ଦିଆଯାଏ, ତେବେ ବି. ପ୍ରାକ୍ ଏବଂ ତାଙ୍କ ସାଥୀମାନେ ସାଂଘାତିକ କ୍ଷତିର ସମ୍ମୁଖୀନ ହେବେ । ସେ କହିଥିଲେ, "ତୁମେ ଯେକୌଣସି ଦେଶକୁ ଯାଇପାରିବ, କିନ୍ତୁ ଯଦି ତୁମେ ଆମ ସହିତ ଯୋଗ ନ ଦିଅ, ତେବେ ଆମେ ତୁମକୁ କବର ଦେବୁ । "

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+