ପଞ୍ଜାବ ପୋଲିସକୁ ବଡ଼ ସଫଳତା, ୨ ଗୁପ୍ତଚର ଗିରଫ, ପାକିସ୍ତାନକୁ ଦେଉଥିଲେ ସେନାର......
ପଞ୍ଜାବ ପୁଲିସକୁ ବଡ଼ ସଫଳତା। ଅମୃତସରରେ ଏକ ଗୁପ୍ତଚର କାଣ୍ଡର ପର୍ଦ୍ଦାଫାସ କରି ଦୁଇଜଣ ଗୁପ୍ତଚରଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତମାନେ ସେନାର ଗୋପନୀୟ ସୂଚନା ଲିକ୍ କରୁଥିଲେ। ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସଆଇ ସହିତ ଉଭୟଙ୍କ ସମ୍ପର୍କର ପର୍ଦ୍ଦାଫାସ ହୋଇଛି। ଗିରଫ ଦୁଇ ଅଭିଯୁକ୍ତଙ୍କ ନାମ ପଲକ ଶେର ମସିହ ଏବଂ ସୁରଜ ମସିହ ବୋଲି ଜଣାପଡ଼ିଛି।

ଉଭୟଙ୍କୁ ଅମୃତସର ଗ୍ରାମୀଣ ପୁଲିସ ଗିରଫ କରିଛି। ସୂତ୍ରରୁ ପ୍ରକାଶ ଯେ, ଅଭିଯୁକ୍ତମାନେ ଶତ୍ରୁପକ୍ଷକୁ ସେନା ଶିବିର ଏବଂ ଏୟାରବେସର ଫଟୋ ପଠାଇଥିଲେ। ଉଭୟ ଅଭିଯୁକ୍ତ ଜେଲରେ ଥିବା ହରପ୍ରୀତ ସିଂହ ଓରଫ ପିଟ୍ଟୁ ଓରଫ ହାପି ମାଧ୍ୟମରେ ଆଇଏସଆଇ ସହ ସମ୍ପର୍କରେ ଥିଲେ। ଉଭୟଙ୍କ ବିରୋଧରେ ସରକାରୀ ଗୁପ୍ତ ଆଇନ ଅନୁଯାୟୀ ମାମଲା ରୁଜୁ କରାଯାଇଛି।












Click it and Unblock the Notifications