ପୋଲିସକୁ ବଡ଼ ସଫଳତା, ଧରାପଡିଲା ଆଉ ଜଣେ ଗୁପ୍ତଚର

ପଞ୍ଜାବ ପୋଲିସକୁ ବଡ଼ ସଫଳତା ମିଳିଛି । ପୁଣି ବନ୍ଧା ହେଲେ ଆଉ ଜଣେ ଗୁପ୍ତଚର । ପାକିସ୍ତାନ ପାଇଁ କରୁଥିଲେ ଗୁପ୍ତଗିରି । ତାଙ୍କ ନାମ ଗଗନଦୀପ ସିଂ ହୋଇଥିବା ବେଳେ ସେ ପାକିସ୍ତାନର ଆଇଏସଆଇ ଓ ଖଲିସ୍ତାନୀ ଲିଡର ଗୋପାଳ ସିଂ ଚାୱଲା ପାଇଁ ଗୁପ୍ତଗିରି କରୁଥିଲେ । ପାକିସ୍ତାନକୁ ଭାରତୀୟ ପ୍ରତିରକ୍ଷା ବିଭାଗର ବହୁ ଗୁପ୍ତତଥ୍ୟ ଦେଇଥିବା ଅଭିଯୋଗରେ ପଞ୍ଜାବ ପୋଲିସ ତାଙ୍କୁ ଗିରଫ କରିଛି । ଅପରେସନ୍ ସିନ୍ଦୂର ସମୟରେ ଭାରତରେ ସେନାର ଚଳପ୍ରଚଳ ସମ୍ପର୍କରେ ସେ ସୂଚନା ଦେଉଥିଲେ । ପୋଲିସକୁ ତାଙ୍କ ଠାରୁ ଗୋଟିଏ ମୋବାଇଲ୍ ଫୋନ୍ ଜବତ କରିଛି । ତାଙ୍କ ମୋବାଇଲରୁ ଆଇଏସଆଇ ଏଜେଣ୍ଟର ୨୦ ଜଣଙ୍କ ନମ୍ବର ପୋଲିସକୁ ମିଳିଛି ।

arrest

ଗଗନଦୀପ ଇଣ୍ଡିଆନ ଆର୍ମିର ସ୍ଥିତି ଏବଂ ଠିକଣା ବିଷୟରେ ପାକିସ୍ତାନକୁ ସୂଚନା ଦେଉଥିଲେ । ଗଗନଦୀପ ଖଲିସ୍ତାନୀ ଆତଙ୍କୀ ଗୋପାଳ ସିଂ ଚାୱଲାଙ୍କ ସହିତ ଗତ ୫ ବର୍ଷ ହେଲାଣି ସଂପର୍କରେ ଥିଲେ । ଚାୱଲା ଗଗନଦୀପଙ୍କ ସଂପର୍କ ଆଇଏସଆଇ ସହିତ କରିଥିଲେ । ସୂଚନା ମୁତାବକ, ଆଇଏସଆଇ ଏଜେଣ୍ଟ ଗଗନଦୀପଙ୍କୁ ପଇସା ମଧ୍ୟ ପଠାଇଛନ୍ତି । ଅପରେସନ ସିନ୍ଦୂର ସମୟରେ ସମଗ୍ର ଦେଶ ପାକିସ୍ତାନ ଉପରେ ପ୍ରତିଶୋଧ ନେବାକୁ ଦାବି କରୁଥିବା ବେଳେ ପଞ୍ଜାବର ଗଗନଦୀପ ଦେଶର ଗୁଇନ୍ଦା ସୂଚନା ଶତ୍ରୁକୁ ଦେଇଥିଲା ।

ସୂଚନାଯୋଗ୍ୟ, ଅପରେସନ 'ସିନ୍ଦୂର' ପରେ ପଞ୍ଜାବ ଏବଂ ହରିୟାଣାରୁ ୧୫ରୁ ଅଧିକ ଗୁପ୍ତଚରଙ୍କୁ ଗିରଫ କରାଯାଇଛି। ଏମାନେ ସମସ୍ତେ ଭାରତରେ ରହି ଆଇଏସଆଇ ନିର୍ଦେଶରେ କାର୍ଯ୍ୟ କରୁଥିବା ଅଭିଯୋଗ ହୋଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+