ଆଇନ ଛାତ୍ରୀଙ୍କୁ ଗୁଳି କରି ହତ୍ୟା

ସୋମବାର ସକାଳେ ପଞ୍ଜାବର ଏକ କଲେଜର ଜଣେ ପ୍ରଥମ ବର୍ଷର ଆଇନ ଛାତ୍ର ନିଜ ସହପାଠୀଙ୍କୁ ଗୁଳି କରି ହତ୍ୟା କରିବା ପରେ ନିଜକୁ ଗୁଳି କରିଦେଇଛନ୍ତି। ସମଗ୍ର ଘଟଣାଟି ଶ୍ରେଣୀଗୃହରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଛି। ଏହି ଘଟଣାଟି ପଞ୍ଜାବର ତରନତାରନ ଜିଲ୍ଲାର ଉସମାର ମାଇ ଭାଗୋ ଆଇନ କଲେଜରେ ଘଟିଛି।

ଗୁଳି ଚଳାଇଥିବା ବ୍ୟକ୍ତି ମାଲିଆନ୍ ଗାଁର ବାସିନ୍ଦା ପ୍ରିନ୍ସ ରାଜ ବୋଲି ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ ସେ ଯେଉଁ ମହିଳାଙ୍କୁ ଗୁଳି କରି ହତ୍ୟା କରିଥିଲେ, ତାଙ୍କ ନାମ ନୌଶେରା ପନ୍ନୁଆନ୍ ର ସନ୍ଦୀପ କୌର। କୌରଙ୍କ ଘଟଣାସ୍ଥଳେ ମୃତ୍ୟୁ ହୋଇଥିବାବେଳେ, ପ୍ରିନ୍ସ ରାଜଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲକୁ ନିଆଯାଇଥିଲା, ଯେଉଁଠାରେ ସେ ମୃତ୍ୟୁବରଣ କରିଥିଲେ।

firing

ସିସିଟିଭି ଫୁଟେଜରେ ଦେଖାଯାଉଛି ଯେ ପ୍ରିନ୍ସ ରାଜ ତାଙ୍କ ପିଠିରେ ଏକ ବ୍ୟାଗ ପକାଇ ଶ୍ରେଣୀଗୃହ ଭିତରକୁ ଯାଉଛନ୍ତି। ସେ କୌର ଏବଂ ଅନ୍ୟ ଜଣେ ମହିଳା ସହପାଠୀଙ୍କ ପାଖକୁ ଯାଇ ସେମାନଙ୍କ ସହିତ କଥାବାର୍ତ୍ତା କରୁଛନ୍ତି। ତା'ପରେ ତିନି ଜଣ ଶ୍ରେଣୀଗୃହର ପଛ ପାର୍ଶ୍ୱରେ ଥିବା ସିଟ୍ କୁ ଯାଇ କଥାବାର୍ତ୍ତା କରୁଛନ୍ତି। କିଛି ସମୟ ପରେ ରାଜ ହଠାତ୍ ଠିଆ ହୋଇ ଦୁଇ ମହିଳାଙ୍କ ଆଡ଼କୁ ପିଠି କରି ତାଙ୍କ ବ୍ୟାଗ ଖୋଲୁଛନ୍ତି । ଏବଂ ବ୍ୟାଗ୍‌ରୁ ଏକ ବନ୍ଧୁକ ବାହାର କରି ପଛକୁ ବୁଲିପଡ଼ି କୌରଙ୍କୁ ଗୁଳି କରୁଛନ୍ତି। ତା'ପରେ ରାଜ ନିଜ ବନ୍ଧୁକରୁ ନିଜକୁ ଗୁଳି କରୁଛନ୍ତି। ବର୍ତ୍ତମାନ୍ ପର୍ଯ୍ୟନ୍ତ ଗୁଳିକାଣ୍ଡର କାରଣ ଜଣାପଡିନଥିବାବେଳେ ପୁଲିସ୍‌ ସିସି ଟିଭି ଯାଞ୍ଚ କରୁଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+