ସରକାରଙ୍କ ବଡ଼ ଘୋଷଣା, ଏଣିକି ସ୍କୁଲରେ ବାଧ୍ୟତାମୂଳକ ହେବ .....
ପଞ୍ଜାବର ସମସ୍ତ ସ୍କୁଲ୍ରେ ଏଣିକି ପଞ୍ଜାବୀ ଭାଷା ବାଧ୍ୟତାମୂଳକ ହେବ। ସ୍କୁଲ ଯେକୌଣସି ବୋର୍ଡର ହୋଇଥାଉ ନା କାହିଁକି ପଞ୍ଜାବୀକୁ ମୁଖ୍ୟ ବିଷୟ ଓ ବାଧ୍ୟତାମୂଳକ କରାଯିବ। ଏନେଇ ନେଇ ପଞ୍ଜାବ ସରକାର ନିର୍ଦ୍ଦେଶନାମା ଜାରି କରିଛନ୍ତି। ଜାରି ହୋଇଥିବା ନୂଆ ନିର୍ଦ୍ଦେଶନାମା ଅନୁଯାୟୀ, ପଞ୍ଜାବ ସ୍କୁଲ ଶିକ୍ଷା ବୋର୍ଡ (PSEB), କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE), କିମ୍ବା ଭାରତୀୟ ସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା ପରିଷଦ (CISCE) ସହିତ ଅନୁବନ୍ଧିତ ସମସ୍ତ ସ୍କୁଲ୍ ସେମାନଙ୍କର ପାଠ୍ୟକ୍ରମରେ ପଞ୍ଜାବୀକୁ ଅନ୍ତର୍ଭୁକ୍ତ କରିବାକୁ ବାଧ୍ୟ।
ସିବିଏସ୍ଇ ବୋର୍ଡ ନିଜ ପାଠ୍ୟ ବିଷୟରୁ ପଞ୍ଜାବୀ ଭାଷା ହଟାଇ ଦେବା ପରେ ରାଜ୍ୟ ସରକାର ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି।ବର୍ଷକୁ ଦୁଇଥର ବୋର୍ଡ ପରୀକ୍ଷା ଫର୍ମାଟ୍ ପାଇଁ CBSEର ଡ୍ରାଫ୍ଟ ସ୍କିମ୍ରୁ ପଞ୍ଜାବୀକୁ ହଟାଇ ଦିଆଯିବା ନେଇ ରାଜନୈତିକ ଝଡ଼ ସୃଷ୍ଟି ହୋଇଥିଲା। ଏକାଧିକ ନେତା ଏହାକୁ ନେଇ ପ୍ରଶ୍ନ ଉଠାଇଥିଲେ। ଏହାପରେ ବୁଧବାର ବୋର୍ଡ ପକ୍ଷରୁ ଏକ ସ୍ପଷ୍ଟୀକରଣ ଦିଆଯାଇଛି।

CBSE କହିଛି ଯେ ଆସନ୍ତା ବର୍ଷ ଯୋଜନାର ସଂଶୋଧିତ ଡ୍ରାଫ୍ଟରେ ପଞ୍ଜାବୀକୁ ସାମିଲ କରାଯିବ। ଏହି ଯୋଜନାର ଲକ୍ଷ୍ୟ ହେଉଛି ବର୍ଷକୁ ଦୁଇଥର ବୋର୍ଡ ପରୀକ୍ଷା ପ୍ରଚଳନ କରିବା। ଏଥିରେ ଗୋଟିଏ ଆଞ୍ଚଳିକ ଏବଂ ବିଦେଶୀ ଭାଷା ମୂଳରେ ରହିବ ବୋଲି ବୋର୍ଡ କହିଛି।












Click it and Unblock the Notifications