ଇସ୍ତଫା ଦେଲେ ପଞ୍ଜାବ ରାଜ୍ୟପାଳ ବନୱାରୀ ଲାଲ ପୁରୋହିତ
ପଞ୍ଜାବ ରାଜ୍ୟପାଳ ତଥା ଚଣ୍ଡିଗଡ଼ ପ୍ରଶାସକ ବନୱାରୀଲାଲ ପୁରୋହିତ ଆଜି ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ପଠାଯାଇଥିବା ତାଙ୍କ ଇସ୍ତଫା ପତ୍ରରେ ସେ ଏହି ପଦ ଛାଡିବା ପାଇଁ ବ୍ୟକ୍ତିଗତ କାରଣ ଦର୍ଶାଇଛନ୍ତି ।

ବନୱାରିଲାଲ ପୁରୋହିତ ଅଗଷ୍ଟ 2021 ରେ ପଞ୍ଜାବର ରାଜ୍ୟପାଳ ଭାବରେ ଦାୟିତ୍ଵ ଗ୍ରହଣ କରିଥିଲେ। ସେ 2017 ରୁ 2021 ପର୍ଯ୍ୟନ୍ତ ତାମିଲନାଡୁର ରାଜ୍ୟପାଳ ଥିଲେ। ଏହାପୂର୍ବରୁ ସେ 2016 ରୁ 2017 ପର୍ଯ୍ୟନ୍ତ ଆସାମର ରାଜ୍ୟପାଳ ଥିଲେ। ପୁରୋହିତ ଭାରତୀୟ ଜନତା ପାର୍ଟିର ଜଣେ ବରିଷ୍ଠ ନେତା । ସେ ନାଗପୁରରୁ ତିନିଥର ସାଂସଦ ହୋଇଛନ୍ତି। ପୁରୋହିତ 16 ଏପ୍ରିଲ 1940 ରେ ରାଜସ୍ଥାନରେ ଜନ୍ମଗ୍ରହଣ କରିଥିଲେ ।
ପଞ୍ଜାବରେ ତାଙ୍କର କାର୍ଯ୍ୟକାଳ ଅନେକ ବିବାଦ ଘେରକୁ ଆସିଥିଲା। ବିଶେଷକରି ଭାଗବତ ମନ ସରକାର ଗଠନ ପରେ ତାଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଅନେକ ତିକ୍ତତା ଦେଖାଦେଇଥିଲା। ପଞ୍ଜାବ ବିଧାନସଭା ଅଧିବେଶନକୁ ଡାକିବା ନେଇ ଉଭୟଙ୍କ ମଧ୍ୟରେ ବିବାଦ ଏତେ ବଢିଯାଇଥିଲା ଯେ ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଥିଲା। ବିଭିନ୍ନ ସମୟରେ ସେ ସରକାରଙ୍କଠାରୁ ଉତ୍ତର ମାଗିଥିଲେ।
ଅକ୍ଟୋବରରେ ସେ ପଞ୍ଜାବ ବିଧାନସଭାର ଦୁଇ ଦିନିଆ ଅଧିବେଶନରେ ଉପସ୍ଥାପିତ ହେବାକୁ ଥିବା ତିନୋଟି ବିଲ୍ ଅନୁମୋଦନ କରିବାକୁ ମନା କରିଦେଇଥିଲେ। ଏହା ପରେ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କ ସମେତ ଆମ୍ ଆଦମୀ ପାର୍ଟି ତାଙ୍କୁ ବିରୋଧ କରିଥିଲେ।












Click it and Unblock the Notifications