ପଞ୍ଜାବ ସରକାରଙ୍କ ବଡ଼ ପଦକ୍ଷେପ, ସୀମାରେ ଲାଗିଲା ଆଣ୍ଟି ଡ୍ରୋନ୍ ସିଷ୍ଟମ
ଜଳ,ସ୍ଥଳ,ଆକାଶ ସବୁଠି ପାକିସ୍ତାନକୁ କରାଯିବ ବ୍ୟାନ । ଏନେଇ ବିଚାର କରୁଛନ୍ତି ଭାରତ ସରକାର । ସୂଚନା ଅନୁସାରେ ପାକିସ୍ତାନ ପାଇଁ ବାୟୁ ଓ ଜଳ ସୀମା ବନ୍ଦ କରିପାରେ ଭାରତ । ପହଲଗାମ ଆକ୍ରମଣ ଘଟଣା ପରେ ପାକିସ୍ତାନ ଉପରେ ଗୋଟିଏ ପରେ ଗୋଟିଏ କଡ଼ା କଟକଣା ଲଗାଉଛନ୍ତି ଭାରତ ସରକାର । ଏହା ଭିତରେ ମିଳିଛି ବଡ଼ ସୂଚନା । ଯେସାକୁ ତେସା ନୀତି ଆପଣାଇ ଭାରତ ଖୁବଶୀଘ୍ର ପାକିସ୍ତାନ ପାଇଁ ବାୟୁ ଓ ଜଳସୀମା ବନ୍ଦ କରିପାରନ୍ତି ।
ସୀମାରେ ବଢୁଥିବା ଉତ୍ତେଜନାକୁ ଦୃଷ୍ଟିରେ ରଖି ପଞ୍ଜାବ ସରକାରଙ୍କ ବଡ଼ ନିଷ୍ପତ୍ତି । ପାକିସ୍ତାନ ସୀମାରେ ପଞ୍ଜାବ ସରକାରଙ୍କ ତରଫରୁ ଲାଗୁ କରାଯାଇଛି ଆଣ୍ଟି ଡ୍ରୋନ୍ ସିଷ୍ଟମ । ପାକିସ୍ତାନର ଡ୍ରୋନ୍ ଦେଖିବା ମାତ୍ରେ ଗୁଳି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସୀମା ସେପଟୁ ଭାରତ ଭିତରକୁ ଅସ୍ତ୍ରଶସ୍ତ୍ର ଓ ଡ୍ରଗସ ଚାଲାଣକୁ ପ୍ରତିହତ କରିବାକୁ ଏହି ପଦକ୍ଷେପ ନିଆଯାଇଛି। ପାକିସ୍ତାନର ଡ୍ରୋନକୁ ଏବେ ତୁରନ୍ତ କରାଯାଇପାରିବ ଚିହ୍ନଟ ଏବଂ ଦେଖିବା ମାତ୍ରେ ଗୁଳି କରି ତାକୁ ଖସାଇ ଦିଆଯିବ। ଏହା ଦ୍ଵାରା ବିଫଳ ହେବ ପାକିସ୍ତାନର ଷଡ଼ଯନ୍ତ୍ର।

ପଞ୍ଜାବ ସିଏମଓଙ୍କ ସୂଚନା ଅନୁଯାୟୀ, ଡ୍ରୋନ ବିରୋଧୀ ସିଷ୍ଟମ ନିୟୋଜିତ ହେବା ପରେ, ପାକିସ୍ତାନରୁ ଆସୁଥିବା ଡ୍ରୋନ ମାଧ୍ୟମରେ ଅସ୍ତ୍ରଶସ୍ତ୍ର ଏବଂ ଡ୍ରଗ୍ସ ପଠାଇବାର ଷଡ଼ଯନ୍ତ୍ର ପଣ୍ଡ ହୋଇଯିବ ଏବଂ ଅନ୍ୟ ଡ୍ରୋନଗୁଡ଼ିକୁ ମଧ୍ୟ ଗୁଳି କରି ଖସାଇ ଦିଆଯାଇପାରିବ। ଏହି ପ୍ରଯୁକ୍ତିବିଦ୍ୟା ସାହାଯ୍ୟରେ, ପୋଲିସ ଏବଂ ସୁରକ୍ଷା ଏଜେନ୍ସିଗୁଡ଼ିକ ଏବେ ଅନୁପ୍ରବେଶକାରୀ ପାକିସ୍ତାନୀ ଡ୍ରୋନଗୁଡ଼ିକୁ ତୁରନ୍ତ ଟ୍ରାକ୍ ଏବଂ ନଷ୍ଟ କରାଯାଇପାରିବ।












Click it and Unblock the Notifications