ପଞ୍ଜାବରେ ବନ୍ଧୁକ ପ୍ରଥାକୁ ସରକାରଙ୍କ ବିରୋଧ:୮୧୩ଟି ଲାଇସେନ୍ସ ହେଲାଣି ରଦ୍ଦ
'ଗନ୍ କଲଚର'କୁ ନେଇ ଆକ୍ସନ ମୋଡରେ ପଞ୍ଜାବ ସରକାର । ରଦ୍ଦ ହେଲାଣି ୮୧୩ ଜଣଙ୍କର ବନ୍ଧୁକ ଲାଇସେନ୍ସ । ମୋଟ୍ ୨୦୦୦ରୁ ଅଧିକ ଅସ୍ତ୍ରଶସ୍ତ୍ର ଲାଇସେନସ୍ ହେଲାଣି ରଦ୍ଦ ।

ପଞ୍ଜାବ: 'ଗନ୍ କଲଚର'କୁ ନେଇ ଆକ୍ସନ ମୋଡରେ ପଞ୍ଜାବ ସରକାର । ରଦ୍ଦ ହେଲାଣି ୮୧୩ ଜଣଙ୍କର ବନ୍ଧୁକ ଲାଇସେନ୍ସ । ମୋଟ୍ ୨୦୦୦ରୁ ଅଧିକ ଅସ୍ତ୍ରଶସ୍ତ୍ର ଲାଇସେନସ୍ ହେଲାଣି ରଦ୍ଦ ।
ସୂଚନା ଅନୁସାରେ, ସରକାରଙ୍କ ଦ୍ୱାରା ରଦ୍ଦ ହୋଇଥିବା ୮୧୩ଟି ବନ୍ଧୁକ ଲାଇସେନ୍ସ ମଧ୍ୟରୁ ଲୁଧିଆନା ଗ୍ରାମୀଣର ୮୭ଟି, ସହିଦ ଭଗତ ସିଂ ନଗରର ୪୮ଟି, ୧୦ଟି ଗୁରୁଦାସପୁରରୁ, ୮୪ଟି ଫରିଦକୋଟରୁ, ୧୯୯ଟି ପଠାନକୋଟରୁ, ହୋଶିଆରପୁରରୁ ୪୭ଟି, କାପୁରଥାଲାରୁ ୬ଟି, ଏସଏସ କସ୍କାରୁ ୨୩୫ଟି, ୧୬ଟି ସଙ୍ଗରୁରରୁ ଜଲନ୍ଦର କମିଶନରେଟରୁ ୧୧ଟି ଏବଂ ଅମୃତସରରୁ ୨୭ଟି , ସେହିପରି ଅନ୍ୟ ଜିଲ୍ଲା ଗୁଡିକରୁ ମଧ୍ୟ ବନ୍ଧୁକ ଲାଇସେନ୍ସକୁ ରଦ୍ଧ କରାଯାଇଛି ।
ଲାଇସେନ୍ସ ରଦ୍ଧ ହେବା ସହ ସାର୍ବଜନିକ ସମାରୋହ, ଧାର୍ମିକ ସ୍ଥଳ, ବିବାହ ସମାରୋହ ପରି କାର୍ଯ୍ୟକ୍ରମରେ ବନ୍ଧୁକ ବ୍ୟବହାର ଉପରେ ମଧ୍ୟ ରୋକ ଲାଗାଇଲେ ପଞ୍ଜାବ ସରକାର । ଆଗକୁ ଏହି ମାମଲାକୁ ନେଇ ପଞ୍ଜାବରେ କଡାକଡି ଚେକିଂ କରାଯିବ । ବନ୍ଧୁକ ରଖିବା ପାଇଁ ହେଲେ କିଛି ନିୟମ ମାନିବା ପାଇଁ ପଡିବ ବୋଲି ରାଜ୍ୟ ସରକାର କହିଛନ୍ତି । ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ ପଞ୍ଜାବରେ ପ୍ରାୟ ୩ ଲକ୍ଷ ୭୩ ହଜାର ୫୩ଟି ଆର୍ମସ୍ ଲାଇସେନ୍ସ ପ୍ରଦାନ କରାଯାଇଛି ।












Click it and Unblock the Notifications