ପଞ୍ଜାବରେ ପରାସ୍ତ ହେଲେ ସୋନୁ ସୁଦଙ୍କ ଭଉଣୀ
ପଞ୍ଜାବ ବିଧାନସଭା ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ମାଳବିକା ସୁଦ ମୋଗା ଆସନରୁ ପାରସ୍ତ ହୋଇଛନ୍ତି । ଆମ୍ ଆଦମୀ ପାର୍ଟି (AAP) ର ଡକ୍ଟର ଅମାନଦୀପ କୌର ଆରୋରା ମୋଗା ଆସନ ଜିତିଛନ୍ତି।
ମୋଗା: ପଞ୍ଜାବ ବିଧାନସଭା ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ମାଳବିକା ସୁଦ ମୋଗା ଆସନରୁ ପାରସ୍ତ ହୋଇଛନ୍ତି । ଆମ୍ ଆଦମୀ ପାର୍ଟି (AAP) ର ଡକ୍ଟର ଅମାନଦୀପ କୌର ଆରୋରା ମୋଗା ଆସନ ଜିତିଛନ୍ତି। ମାଳବିକା ବଲିଉଡ ଅଭିନେତା ସୋନୁ ସୁଦଙ୍କ ଭଉଣୀ, ଯିଏ ଚଳିତ ବର୍ଷ କଂଗ୍ରେସରେ ଯୋଗ ଦେଇ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ।

ତାଙ୍କ ଭଉଣୀ ଜିତିବା ପାଇଁ ସୋନୁ ସୁଦ ମଧ୍ୟ ପ୍ରଚାର କରିଥିଲେ। ସେ ମୁମ୍ବାଇରୁ ପଞ୍ଜାବକୁ ଆସିଥିଲେ। ତେବେ ମାଳବିକା ସୁଦ ଜିତି ପାରି ନଥିଲେ। ତାଙ୍କୁ ଆଜି ନିର୍ବାଚନ ଫଳାଫଳରେ ପରାଜୟର ସାମ୍ନା କରିବାକୁ ପଡିଛି ।
ମାଳବିକା ହେଉଛନ୍ତି ସୋନୁ ସୁଦଙ୍କ ସାନ ଭଉଣୀ । ସେ ବୟସ 38 ବର୍ଷ । କୁହାଯାଏ ଯେ ମାଳବିକା ସୁଦ ଦୀର୍ଘ ସମୟ ଧରି ମୋଗା ସହରରେ ସାମାଜିକ କାର୍ଯ୍ୟ କରୁଥିଲେ । ମାଳବିକା ମଧ୍ୟ ଜଣେ କମ୍ପ୍ୟୁଟର ଇଞ୍ଜିନିୟର ଏବଂ ସେ ନିଜର କୋଚିଂ ସେଣ୍ଟର ଚଳାନ୍ତି । ତାଙ୍କ ସ୍ୱାମୀଙ୍କ ନାମ ଗୌତମ ସଚ୍ଚର ।
ମିଳିଥିବା ସୂଚନାନୁସାରେ ମାଳବିକାଙ୍କୁ 25279 ଭୋଟ୍ ମିଳିଛି। ସେ 4490 ଭୋଟରେ ହାରିଛନ୍ତି । ଏଥିସହିତ ଆମ୍ ଆଦମୀ ପାର୍ଟିର ଡକ୍ଟର ଅମାନଦୀପ କୌର 44814 ଭୋଟ୍ ପାଇ ଜିତିଛନ୍ତି ।












Click it and Unblock the Notifications