ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସାକ୍ଷାତ କଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବତ ମାନ
ନୂଆଦିଲ୍ଲୀ: ଆଜି ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବତ ମାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସୌଜନ୍ଯ ମୂଳକ ସାକ୍ଷାତ କରିଛନ୍ତି। ଗୁରୁବାର ପୂର୍ବାହ୍ନ 11ଟା ସମୟରେ ମୁଖ୍ୟମନ୍ତ୍ରୀ ମାନ ମୋଦୀଙ୍କୁ ସାକ୍ଷାତ କରିଛନ୍ତି। ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବା ପରେ ମୋଦୀଙ୍କ ସହ ଏହା ପ୍ରଥମ ସାକ୍ଷାତ ଅଟେ। ଏହି ସୌଜନ୍ଯ ମୂଳକ ସାକ୍ଷାତ ଅବସରରେ ପଞ୍ଜାବର ବିଭିନ୍ନ ସମସ୍ଯା ଉପରେ ପ୍ରଧାନମନ୍ତ୍ରୀଙ୍କ ଦ୍ରୁଷ୍ଟି ଆକର୍ଷଣ କରିଛନ୍ତି ମାନ।

ସୂଚନା ଯୋଗ୍ୟଯେ, ନିକଟରେ ଅନୁଷ୍ଠିତ ପଞ୍ଜାବ ବିଧାନସଭା ନିର୍ବାଚନରେ ବିପୁଳ ବିଜୟ ହାସଲ କରି ଆମ ଆଦମି ପାର୍ଟି ସରକାର ଗଠନ କରିଛି। 117ଟି ଆସନରୁ 92ନିଜ ଖାତାରେ ଯୋଡିଥିବା ଏହି ଦଳ ଭଗବତ ମାନଙ୍କୁ ମୁଖ୍ୟମନ୍ତ୍ରୀ ଭାବରେ ଚୟନ କରିଥିଲା। ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସାକ୍ଷାତ କରିବା ପରେ ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ ଭଗବତ ମାନଙ୍କ ସୌଜନ୍ଯମୂଳକ ସାକ୍ଷାତ ଆଲୋଚନା କାର୍ଯ୍ୟକ୍ରମ ରହିଛି।












Click it and Unblock the Notifications