ଫ୍ରାନ୍ସ ଯାଇପାରିବେ ନାହିଁ ପଞ୍ଜାବ ମୁଖ୍ୟମନ୍ତ୍ରୀ ,ଅନୁମତି ଦେଲା ନାହିଁ କେନ୍ଦ୍ର ଗୃମନ୍ତ୍ରାଳୟ
ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବତ ମନଙ୍କୁ ଫ୍ରାନ୍ସ ଗସ୍ତ କରିବା ଲାଗି ଅନୁମତି ଦେଲାନାହିଁ କେନ୍ଦ୍ର ବୈଦେଶିକ ମନ୍ତ୍ରଣାଳୟ। ମନ୍ ଅଗଷ୍ଟ ୩ରୁ ୯ ତାରିଖ ଯାଏ ଫ୍ରାନ୍ସ ଗସ୍ତରେ ଯିବାର କାର୍ଯ୍ୟକ୍ରମ ଥିଲା। ସେଠାରେ ସେ ଭାରତୀୟ ହକି ଦଳ ସହିତ ରହି ଅଲିମ୍ପିକ୍ସ କ୍ରୀଡ଼ାରେ ଖେଳାଳିମାନଙ୍କୁ ଉତ୍ସାହିତ କରିବା ସହିତ ସେମାନଙ୍କ ମନୋବଳ ବଢ଼ାଇବାକୁ ଇଚ୍ଛା କରିଥିଲେ।

ହେଲେ ୨ ତାରିଖ ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ପଠାଯାଇଥିବା ଚିଠି ପାଇଥିଲା, ଯେଉଁଥିରେ ଗସ୍ତକୁ ଅନୁମତି ନ ଥିବା ଦର୍ଶାଯାଇଥିଲା
ଏହା ପରେ ମୁଖ୍ୟମନ୍ତ୍ରୀ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ଦେଶର ସଂଘୀୟ ଢ଼ାଞ୍ଚାକୁ ଭାରତ ସରକାରଙ୍କ ଦ୍ଵାରା ନିରବଚ୍ଛିନ୍ନ ଭାବେ ଆକ୍ରମଣ କରାଯାଉଛି। ବିଜେପି ସରକାର ପୂର୍ବରୁ ୨୦୨୨ରେ ଆପ୍ ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ସିଙ୍ଗାପୁର ଗସ୍ତ ପାଇଁ ଅନୁମତି ଦେଇ ନ ଥିଲା। ଗତବର୍ଷ ଆମେରିକା ଗସ୍ତ କରିବାକୁ ଗୋପାଳ ରାଏଙ୍କୁ ବି ଅନୁମତି ମିଳି ନ ଥିଲା।
ଫଳରେ ସେ କୋର୍ଟକୁ ଯିବାକୁ ଧମକ ଦେଇଥିଲେ। ବିଜେପି ଚାହୁଁଛି କି ଆମେ ପ୍ରତି କାମ ପାଇଁ କୋର୍ଟକୁ ଯିବା ଦରକାର ବୋଲି ମନ୍ ପ୍ରଶ୍ନ କରିଛନ୍ତି। ସୂଚନାଯୋଗ୍ୟ, ମନ୍ ଫ୍ରାନ୍ସ ଗସ୍ତ ପାଇଁ ତାଙ୍କ ସ୍ତ୍ରୀ ଡ. ଗୁରପ୍ରୀତ କୌର ମନ୍, ଦୁଇ ସହଯୋଗୀ, ୫ ନିରାପତ୍ତା ଅଧିକାରୀ ଏବଂ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ୧୦ ବରିଷ୍ଠ ଅଧିକାରୀଙ୍କ ଗସ୍ତ ପାଇଁ ଅନୁମତି ଲୋଡ଼ିଥିଲେ।












Click it and Unblock the Notifications