ଆଜି ତିହାର ଜେଲରେ କେଜ୍ରିୱାଲଙ୍କୁ ଭେଟିବେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ
ଆଜି କେଜ୍ରିୱାଲଙ୍କୁ ଭେଟିବେ ପଞ୍ଜାବ ମୁଖ୍ୟମନ୍ତ୍ରୀ । ଆଜି ମଧ୍ୟାହ୍ନ ପ୍ରାୟ 12 ଟା ସମୟରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ଏଆଇପି ସଂଯୋଜକ ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଭେଟିବେ। ବୈଠକ ପୂର୍ବରୁ ତିହାର ଜେଲ ପ୍ରଶାସନ ପ୍ରସ୍ତୁତି ଶେଷ କରିଛି। ସଭାରେ କୌଣସି ପ୍ରକାରର ଭିଆଇପି ସେବା ହେବ ନାହିଁ । ଜେଲ ମାନୁଆଲ ଆଧାରରେ ଏହି ବୈଠକ ଅନୁଷ୍ଠିତ ହେବ ।

ଶୁକ୍ରବାର ଦିନ ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ସମ୍ପର୍କରେ ତିହାର ଜେଲ ଅଧିକାରୀ, ଦିଲ୍ଲୀ ପୋଲିସ ଏବଂ ପଞ୍ଜାବ ପୋଲିସ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ କେଜ୍ରିୱାଲଙ୍କ ସହ ମାନଙ୍କ ସାକ୍ଷାତ ସମୟରେ ସୁରକ୍ଷା ବ୍ୟବସ୍ଥା ଉପରେ ଆଲୋଚନା କରାଯାଇଥିଲା। ତିହାର ଜେଲର ମହାନିର୍ଦ୍ଦେଶକ ସଞ୍ଜୟ ବେନିୱାଲଙ୍କ ନେତୃତ୍ୱରେ ହୋଇଥିବା ବୈଠକରେ ଏଡିଜି ପଞ୍ଜାବ ପୋଲିସ ଏ.କେ ପାଣ୍ଡେ ଏବଂ ଜଣେ ଏସିପି ସ୍ତରର ଅଧିକାରୀ ଉପସ୍ଥିତ ଥିଲେ।












Click it and Unblock the Notifications