ଜେଲରେ କେଜ୍ରିୱାଲଙ୍କୁ ଭେଟିବା ପରେ ଭାବପ୍ରବଣ ହେଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ
ଆଜି ଅପରାହ୍ନରେ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ତିହାର ଜେଲରେ ଭେଟିଛନ୍ତି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଭେଟିବା ପରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ୍ କହିଛନ୍ତି, ' ପିଏମ ମୋଦୀ କଣ ଚାହୁଁଛନ୍ତି? ସ୍ୱଚ୍ଛତା ରାଜନୀତି ଆରମ୍ଭ କରି ବିଜେପି ରାଜନୀତିକୁ ଶେଷ କରିଥିବା ଅରବିନ୍ଦ କେଜ୍ରିୱାଲଙ୍କୁ ଏହିପରି ବ୍ୟବହାର କରାଯାଉଛି ।

ମାନ କହିଛନ୍ତି, 'ଯେତେବେଳେ ମୁଁ ପଚାରିଲି ସେ କିପରି ଅଛନ୍ତି, ସେ କହିଥିଲେ ମୋତେ ଭୁଲିଯାଅ, ପଞ୍ଜାବରେ ବ୍ୟବସ୍ଥା କିପରି ଚାଲିଛି ମୋତେ କୁହ? ତୁମେ ଏକ ଶୃଙ୍ଖଳିତ ଗୋଷ୍ଠୀ, ଆମେ ସମସ୍ତେ ଏକାଠି ଅରବିନ୍ଦ କେଜ୍ରିୱାଲଙ୍କ ସହିତ ଅଛୁ । ଯେତେବେଳେ ଜୁନ୍ 4 ରେ ଫଳାଫଳ ଘୋଷଣା ହେବ, ଆମ୍ ଆଦମୀ ପାର୍ଟି ଏକ ପ୍ରମୁଖ ରାଜନୈତିକ ଶକ୍ତି ଭାବରେ ଉଭା ହେବ।
ସୁଚନା ଯୋଗ୍ୟ ଯେ, ଶୁକ୍ରବାର ଦିନ ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ସମ୍ପର୍କରେ ତିହାର ଜେଲ ଅଧିକାରୀ, ଦିଲ୍ଲୀ ପୋଲିସ ଏବଂ ପଞ୍ଜାବ ପୋଲିସ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ କେଜ୍ରିୱାଲଙ୍କ ସହ ମାନଙ୍କ ସାକ୍ଷାତ ସମୟରେ ସୁରକ୍ଷା ବ୍ୟବସ୍ଥା ଉପରେ ଆଲୋଚନା କରାଯାଇଥିଲା। ତିହାର ଜେଲର ମହାନିର୍ଦ୍ଦେଶକ ସଞ୍ଜୟ ବେନିୱାଲଙ୍କ ନେତୃତ୍ୱରେ ହୋଇଥିବା ବୈଠକରେ ଏଡିଜି ପଞ୍ଜାବ ପୋଲିସ ଏ.କେ ପାଣ୍ଡେ ଏବଂ ଜଣେ ଏସିପି ସ୍ତରର ଅଧିକାରୀ ଉପସ୍ଥିତ ଥିଲେ।












Click it and Unblock the Notifications