୪୦ ଟ୍ରାଭେଲ୍‌ ଏଜେଣ୍ଟଙ୍କ ଲାଇସେନ୍ସ ରଦ୍ଦ କଲା ପଞ୍ଜାବ

ନୂଆଦିଲ୍ଲୀ- ଆମେରିକାକୁ ଲଗାତାର ଡିପୋର୍ଟ କରାଯାଉ ଥିବା ଭାରତୀୟଙ୍କ ସଂଖ୍ୟାକୁ ଦେଖି ଭାରତରେ ଫେକ୍‌ ଟ୍ରାଭେଲ୍‌ ଏଜେଣ୍ଟଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇ ଯାଇଛି। ଅମୃତସରରେ ପ୍ରଶାସନ ପାଖାପାଖି ୪୦ଟ୍ରାଭେଲ ଏଜେଣ୍ଟସଙ୍କ ଲାଇସେନ୍ସ ରଦ୍ଦ କରି ଦେଇଛି, ୧୭ ଜଣ ଲୋକ ନିଜ ଏଜେଣ୍ଟଙ୍କ ବିରୋଧରେ ଏଫଆଇଆର ରୁଜୁ କରାଇଛନ୍ତି। କଥିତ ଭାବେ ଯେଉଁ ଭାରତୀୟଙ୍କୁ ଆମେରିକୀୟ ସରକାର ନିକଟରେ ଡିପୋର୍ଟ କରିଛନ୍ତି , ସେ ଏହି ଟ୍ରାଭେଲ୍‌ ଏଜେଣ୍ଟଙ୍କ ମାଧ୍ୟମରେ ଡଙ୍କି ରୁଟ୍‌ର ମାଧ୍ୟମରେ ଆମେରିକାରେ ପହଞ୍ଚୁ ଥିଲେ।

ପଞ୍ଜାବରେ ଫେକ୍‌ ଟ୍ରାଭେଲ୍‌ ଏଜେଣ୍ଟଙ୍କ ଉପରେ ଏହି କାର୍ଯ୍ୟାନୁଷ୍ଠାନ ଅମୃତସରର ଡେପୁଟୀ କମିଶନର ସାକ୍ଷୀ ସାହନୀଙ୍କ ନେତୃତ୍ୱରେ କରାଯାଇଛି। ଅମୃତସର ଡେପୁଟି କମିଶନର ସାକ୍ଷୀ ସାହନିଙ୍କ ନିର୍ଦ୍ଦେଶକ୍ରମେ ପୋଲିସ ଜାଲ୍‌ ଟ୍ରାଭେଲ୍‌ ଏଜେଣ୍ଟଗୁଡ଼ିକ ଉପରେ ଚଢ଼ାଉ କରିଥିଲା। ଏଥିସହିତ ଲାଇସେନ୍ସ ନବୀକରଣ କରି ନ ଥିବା ୨୭୧ ଟ୍ରାଭେଲ ଏଜେଣ୍ଟଙ୍କୁ ନୋଟିସ ଜାରି ହୋଇଛି। ଟ୍ରାଭେଲ ଏଜେଣ୍ଟଙ୍କ କାର୍ଯ୍ୟାଳୟ ଏବଂ ଇମିଗ୍ରେଶନ କନ୍‌ସଲ୍ଟାଣ୍ଟର ଦସ୍ତାବିଜ୍‌ ଯାଞ୍ଚ କରିବାକୁ ଏସ୍‌ଡିଏମ୍‌ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

Punjab cancels licences

ଅନ୍ୟପଟେ ପଞ୍ଜାବ ପୋଲିସ ପୀତିତାଙ୍କ ବୟାନ ରେକର୍ଡ କରିଛି, ଯେଉଁମାନେ କହିଛନ୍ତି ଯେ, କିଛି ଟ୍ରାଭେଲ ଏଜେଣ୍ଟ ସେମାନଙ୍କୁ ବେଆଇନ ଭାବେ ଆମେରିକା ପଠାଇବାକୁ ମିଥ୍ୟା ପ୍ରତିଶ୍ରୁତି ଦେଇ ଠକିଥିଲେ । ଏହି ଅଭିଯୋଗକୁ ଆଧାର କରି ପୋଲିସ ମୋଟ ୮ଟି FIR ଦାୟର କରିଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+