ଆସ୍ଥା ଭୋଟରେ ବିଜୟୀ ହେଲେ ଭଗୱନ୍ତ ମାନ
ପଞ୍ଜାବ ବିଧାନସଭାରେ ଆସ୍ଥା ଭୋଟରେ ବିଜୟୀ ହେଲା ଆପ୍ । ଆସ୍ଥା ଭୋଟ୍ ସମୟରେ ସରକାରଙ୍କ ସପକ୍ଷରେ 92ଟି ଭୋଟ ପଡ଼ିଛି ।
ଚଣ୍ଡିଗଡ଼: ପଞ୍ଜାବ ବିଧାନସଭାରେ ଆସ୍ଥା ଭୋଟରେ ବିଜୟୀ ହେଲା ଆପ୍ । ଆସ୍ଥା ଭୋଟ୍ ସମୟରେ ସରକାରଙ୍କ ସପକ୍ଷରେ 92ଟି ଭୋଟ ପଡ଼ିଛି । ବିଧାନସଭାରେ ବିଶ୍ବାସମତ ସାବ୍ୟସ୍ତ ହେବାପରେ ସୋମବାର ଏହି ସ୍ବତନ୍ତ୍ର ବିଧାନସଭା ଅଧିବେଶନ ଶେଷ ହୋଇଛି ।

ଆଜି ବିଧାନସଭା ଅଧିବେଶନ ଆରମ୍ଭରୁ ହିଁ ଆପର ଆସ୍ଥା ଭୋଟକୁ ବିରୋଧ କରିଥିଲେ କଂଗ୍ରେସ ବିଧାୟକ । ତେବେ କିଛି ସମୟରେ ଗୃହ ଶାନ୍ତ ପଡ଼ିବା ସହିତ ଗୃହକାର୍ଯ୍ୟ ଆଗକୁ ବଢିଥିଲା । ପଞ୍ଜାବରେ ଥିବା ଅସଲ ମୁଦ୍ଦାକୁ ଭୁଲି ଆପ୍ ବିଶ୍ବାସମତ ପ୍ରସ୍ତାବ ରଖୁଥିବା ଅଭିଯୋଗ କରିଥିଲେ କଂଗ୍ରେସ ବିଧାୟକ ପ୍ରତାପ ସିଂହ ବାଜୱା ।
ବିଶ୍ବାସମତ ପାଇଁ 117 ସଦସ୍ୟ ଥିବା ପଞ୍ଜାବ ବିଧାନସଭାରେ ବିଧାୟକଙ୍କ ସଂଖ୍ୟାକୁ ଦୃଷ୍ଟିରେ ଭୋଟ ପାଇଁ ସମୟ ଧାର୍ଯ୍ୟ ହୋଇଥିଲା । ଆପ୍ 92ଟି ଭୋଟରେ ବିଜୟୀ ହୋଇଥିବା ବେଳେ, କଂଗ୍ରେସ 18, ଅକାଳୀ ଦଳକୁ 3 ଓ ବିଜେପିକୁ 2ଟି ଭୋଟ୍ ଯାଇଥିବା ବେଳେ ବିଏସ୍ପି ନିକଟରେ ମାତ୍ର ଗୋଟିଏ ଭୋଟ ରହିଥିଲା । ଜଣେ ନିର୍ଦ୍ଦଳୀୟ ବିଧାୟକ ରହିଥିଲେ । ସେପ୍ଟେମ୍ବର 27 ତାରିଖରେ ବିଧାନସଭା ଆରମ୍ଭ ହେବାପରେ ମୁଖ୍ୟମନ୍ତ୍ରୀ ଭାଗୱନ୍ତ ମାନ ଗୃହରେ ଆସ୍ଥା ଭୋଟ୍ ପ୍ରସ୍ତାବ ରଖିଥିଲେ । ସେପଟେ ଆସ୍ଥା ଭୋଟ୍ ପୂର୍ବରୁ ଅନ୍ୟ ମୁଦ୍ଦା ଉପରେ ଚର୍ଚ୍ଚା କରିବା ପାଇଁ କଂଗ୍ରେସ ବିଧାୟକଙ୍କ ଦାବି ରହିଥିଲା।
-
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ବାଚସ୍ପତିଙ୍କ ବିପକ୍ଷରେ ବିରୋଧୀଙ୍କ ଅବିଶ୍ୱାସ ପ୍ରସ୍ତାବ ଖାରଜ -
ଓଡ଼ିଶାର ଏହି ୯ଟି ଷ୍ଟେସନ ଦେଇ ଚାଲିବ ଅମୃତ ଭାରତ ଟ୍ରେନ୍ -
ଗ୍ୟାସ ସଙ୍କଟକୁ ଏଡାଇବା ପାଇଁ କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି; ଲାଗୁ କଲେ ESMA ଆଇନ -
ମଧ୍ୟପ୍ରାଚ୍ୟରେ ଲକ୍ଷ ଲକ୍ଷ ଫସିଛନ୍ତି ଓଡ଼ିଆ, ଫେରାଇ ଆଣିବାର ଅନୁରୋଧ କଲେ ନବୀନ -
ମହାରାଷ୍ଟ୍ର ରାଜ୍ୟସଭା ନିର୍ବାଚନ; ୨୬ ନେତା ନିର୍ଦ୍ୱନ୍ଦ୍ୱରେ ବିଜୟୀ -
ଡାଇବେଟିସରେ ରୋଗୀ ଭାତ ଖାଇବା ଉଚିତ୍ ନା ନୁହେଁ, ଜାଣନ୍ତୁ ଏନେଇ....











Click it and Unblock the Notifications