For Quick Alerts
Turn On Notification  
For Daily Alerts
Oneindia App Download

ଆସ୍ଥା ଭୋଟରେ ବିଜୟୀ ହେଲେ ଭଗୱନ୍ତ ମାନ

ପଞ୍ଜାବ ବିଧାନସଭାରେ ଆସ୍ଥା ଭୋଟରେ ବିଜୟୀ ହେଲା ଆପ୍ । ଆସ୍ଥା ଭୋଟ୍‌ ସମୟରେ ସରକାରଙ୍କ ସପକ୍ଷରେ 92ଟି ଭୋଟ ପଡ଼ିଛି ।

|

ଚଣ୍ଡିଗଡ଼: ପଞ୍ଜାବ ବିଧାନସଭାରେ ଆସ୍ଥା ଭୋଟରେ ବିଜୟୀ ହେଲା ଆପ୍ । ଆସ୍ଥା ଭୋଟ୍‌ ସମୟରେ ସରକାରଙ୍କ ସପକ୍ଷରେ 92ଟି ଭୋଟ ପଡ଼ିଛି । ବିଧାନସଭାରେ ବିଶ୍ବାସମତ ସାବ୍ୟସ୍ତ ହେବାପରେ ସୋମବାର ଏହି ସ୍ବତନ୍ତ୍ର ବିଧାନସଭା ଅଧିବେଶନ ଶେଷ ହୋଇଛି ।

mann

ଆଜି ବିଧାନସଭା ଅଧିବେଶନ ଆରମ୍ଭରୁ ହିଁ ଆପର ଆସ୍ଥା ଭୋଟକୁ ବିରୋଧ କରିଥିଲେ କଂଗ୍ରେସ ବିଧାୟକ । ତେବେ କିଛି ସମୟରେ ଗୃହ ଶାନ୍ତ ପଡ଼ିବା ସହିତ ଗୃହକାର୍ଯ୍ୟ ଆଗକୁ ବଢିଥିଲା । ପଞ୍ଜାବରେ ଥିବା ଅସଲ ମୁଦ୍ଦାକୁ ଭୁଲି ଆପ୍‌ ବିଶ୍ବାସମତ ପ୍ରସ୍ତାବ ରଖୁଥିବା ଅଭିଯୋଗ କରିଥିଲେ କଂଗ୍ରେସ ବିଧାୟକ ପ୍ରତାପ ସିଂହ ବାଜୱା ।

ବିଶ୍ବାସମତ ପାଇଁ 117 ସଦସ୍ୟ ଥିବା ପଞ୍ଜାବ ବିଧାନସଭାରେ ବିଧାୟକଙ୍କ ସଂଖ୍ୟାକୁ ଦୃଷ୍ଟିରେ ଭୋଟ ପାଇଁ ସମୟ ଧାର୍ଯ୍ୟ ହୋଇଥିଲା । ଆପ୍‌ 92ଟି ଭୋଟରେ ବିଜୟୀ ହୋଇଥିବା ବେଳେ, କଂଗ୍ରେସ 18, ଅକାଳୀ ଦଳକୁ 3 ଓ ବିଜେପିକୁ 2ଟି ଭୋଟ୍‌ ଯାଇଥିବା ବେଳେ ବିଏସ୍‌ପି ନିକଟରେ ମାତ୍ର ଗୋଟିଏ ଭୋଟ ରହିଥିଲା । ଜଣେ ନିର୍ଦ୍ଦଳୀୟ ବିଧାୟକ ରହିଥିଲେ । ସେପ୍ଟେମ୍ବର 27 ତାରିଖରେ ବିଧାନସଭା ଆରମ୍ଭ ହେବାପରେ ମୁଖ୍ୟମନ୍ତ୍ରୀ ଭାଗୱନ୍ତ ମାନ ଗୃହରେ ଆସ୍ଥା ଭୋଟ୍‌ ପ୍ରସ୍ତାବ ରଖିଥିଲେ । ସେପଟେ ଆସ୍ଥା ଭୋଟ୍‌ ପୂର୍ବରୁ ଅନ୍ୟ ମୁଦ୍ଦା ଉପରେ ଚର୍ଚ୍ଚା କରିବା ପାଇଁ କଂଗ୍ରେସ ବିଧାୟକଙ୍କ ଦାବି ରହିଥିଲା।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Chief Minister Bhagwant Mann government won the vote of confidence with a thumping majority on the concluding day of the Punjab Vidhan Sabha session.
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X